Advertisment

କେମିତି ହୋଇଥିଲା ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁ, ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଶ୍ୱାସରୁଦ୍ଧ ଅବସ୍ଥାରେ ରାଜଶ୍ରୀଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଅଦ୍ୟତନ ହୋଇଛି
Rajashree Swain

Rajashree Swain

Advertisment

ପୁରୀ ଜିଲ୍ଲା କୋଣାର୍କ ଅଞ୍ଚଳର ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ମୃତ୍ୟୁକୁ ନେଇ ସସ୍‌ପେନ୍ସ ଲାଗି ରହିଥିବା ବେଳେ ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ। ଶ୍ୱାସରୁଦ୍ଧ ଅବସ୍ଥାରେ ରାଜଶ୍ରୀଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ମୃତ୍ୟୁ ପରେ ତାଙ୍କ ମୁଣ୍ଡରେ କ୍ଷତ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ ଲେଖାଯାଇଛି। ରାଜଶ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆଠଗଡ଼ ଗୁରୁଡିଝାଟିଆ ପୁଲିସର ହସ୍ତଗତ ହୋଇଛି। ଏହି ରିପୋର୍ଟ ପାଇବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ।

Advertisment

ଶେଷଥର ପାଇଁ ରାଜଶ୍ରୀ ଯେଉଁ ପେଟ୍ରୋଲ ପମ୍ପରେ ପେଟ୍ରୋଲ ପକାଇଥିଲେ, ତାର ବିଲ୍ ଜବତ କରିଛି ପୁଲିସ। ପେଟ୍ରୋଲ ପମ୍ପଠାରୁ ମାତ୍ର ୧ କିଲୋମିଟର ଦୂରରେ ରାଜଶ୍ରୀଙ୍କ ମୃତଦେହ ମିଳିଥିଲା। ପେଟ୍ରୋଲ ପକାଇବାର ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି ପୁଲିସ। ତେବେ ଏନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସୂଚନାଯୋଗ୍ୟ, ରାଜଶ୍ରୀ ଗତ ୧୧ ତାରିଖରୁ ନିଖୋଜ ଥିଲେ। ୧୨ ତାରିଖରେ ତାଙ୍କ ଝୁଲନ୍ତା ମୃତଦେହ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ସୁବାଷି ରିଜର୍ଭ ଫରେଷ୍ଟରୁ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ସୁବାଷି ରିଜର୍ଭ ଫରେଷ୍ଟରେ ପ୍ରଥମେ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍‌ ମିଳିଥିଲା। ତା’ପରେ ସେଠାରୁ ପ୍ରାୟ ୨୦୦ ମିଟର ଦୂରରେ ତାଙ୍କ ମୃତଦେହ ମିଳିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe