Advertisment

ଶୀଘ୍ର ଫେରି ଆସିବି କହି ଘରୁ ବାହାରିଗଲେ ମହିଳା, ମିଳିଲା ମୃତଦେହ

ଏହା ଏକ ହତ୍ୟାକାଣ୍ଡ ହୋଇଥିବା ବେଳେ ଏହା ପଛର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଥିବା ଏସିପି ଅରୁଣ କୁମାର ସ୍ୱାଇଁ କହିଛନ୍ତି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ହତ୍ୟାକାଣ୍ଡର କାରଣ ଉନ୍ମୋଚିତ ହେବ ବୋଲି ସେ କହିଛନ୍ତି ।

author-image
Niharika Rout
Spot

Spot

ଶୀଘ୍ର ଫେରି ଆସିବି କହି ରାତି ୮ଟାରେ ଘରୁ ବାହାରିଗଲେ ମହିଳା। ଦୀର୍ଘ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ବହୁ ଖୋଜାଖୋଜି ପରେ ସ୍ୱାମୀ ତାଙ୍କ ମୃତଦେହ ପାଇଲେ। ମହିଳାଙ୍କ ବେକରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଊଛି। ଏନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି ଘଟଣା ଗତ ରାତିରେ ଜଗତପୁର ଟ୍ରକ୍‌ ଟର୍ମିନାଲରେ ଘଟିଛି। ମୃତା ମହିଳା ହେଲେ ସ୍ଥାନୀୟ ଅଞ୍ଚଳର କୁନି ସାହୁ ।

Advertisment

କୁନିଙ୍କ ସ୍ୱାମୀ ଜଗତପୁର ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, କୁନି ଗତ ରାତି ପ୍ରାୟ ୮ଟାରେ ଏକୁଟିଆ ଘରୁ ବାହାରି ଯାଇଥିଲେ। ପଚାରିବାରୁ ପାଖରୁ ଆସୁଛି ବୋଲି କହିଥିଲେ। ହେଲେ ରାତି ୧୦ଟା ଯାଏ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଏହାପରେ ଜଗତପଚୁର ଟ୍ରକ୍‌ ଟର୍ମିନାଲରେ ନିକାଞ୍ଚନ ସ୍ଥାନରେ ଥିବା ଏକ ପରିତ୍ୟକ୍ତ ଘରୁ କୁନି ସାହୁଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ଜଗତପୁର ଥାନାରେ ଖବର ଦେଇଥିଲେ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ମୃତା କୁନିଙ୍କ ବେକରେ କ୍ଷତ ଚିହ୍ନ ଥିବା ଦେଖିବାକୁ ପାଇଥିଲା। ତେଣୁ ତଣ୍ଟି ଚିପି ତାଙ୍କୁ ହତ୍ୟା କରାଯାଉଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା କଟକ କମିଶନରେଟ ପୁଲିସ ଜୋନ୍ ୧ର ଏସିପି ଅରୁଣ କୁମାର ସ୍ୱାଇଁ କହିଛନ୍ତି । କୁନିଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦିଆଯାଇଥିବା ବେଳେ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ଏହା ଏକ ହତ୍ୟାକାଣ୍ଡ ହୋଇଥିବା ବେଳେ ଏହା ପଛର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଥିବା ଏସିପି ଅରୁଣ କୁମାର ସ୍ୱାଇଁ କହିଛନ୍ତି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ହତ୍ୟାକାଣ୍ଡର କାରଣ ଉନ୍ମୋଚିତ ହେବ ବୋଲି ସେ କହିଛନ୍ତି ।

Murder