Advertisment

ଫୁଲ ତୋଳିବାକୁ ଯାଇଥିଲେ, ହାତୀ ଦଳି ଦେଲା

ଚୌଦ୍ଵାର (ପ୍ରକାଶ କୁମାର ନାୟକ): ଫୁଲ ତୋଳିବାକୁ ଯାଇଥିଲେ। ହଠାତ୍ ଏକ ଦନ୍ତା ହାତୀ ଆସି ଚଳି ଚାଲିଗଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧାଙ୍କ ଜୀବନ ଚାଲିଗଲା। ଆଜି ଏମିତି ଏକ ଦୁଃଖଦ ଘଟଣା କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ମଇଁଷାଲଣ୍ଡା ପଞ୍ଚାୟତରେ ଘଟିଛି। ଗ୍ରାମର ସରୋଜିନୀ ଜେନା ସକାଳୁ ଉଠି ଫୁଲ ତୋଳିବା ପାଇଁ ବାଡି ପଟକୁ ଯାଇ ଥିବାବେଳେ ଘର କଡରେ ଠିଆ ହୋଇଥିବା ଏକ ଦନ୍ତା ହାତୀ ହାବୁଡରେ ପଡି ଯାଇଥିଲେ। ଫଳରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଦଶ ଦିନରେ ତୃତୀୟ: ତଦନ୍ତ ବେଳେ ମିଳିଲା ଦାନ୍ତହୀନ ଦନ୍ତାର କଙ୍କାଳ

Elephant

ଚୌଦ୍ଵାର (ପ୍ରକାଶ କୁମାର ନାୟକ): ଫୁଲ ତୋଳିବାକୁ ଯାଇଥିଲେ। ହଠାତ୍ ଏକ ଦନ୍ତା ହାତୀ ଆସି ଚଳି ଚାଲିଗଲା। ଫଳରେ ଘଟଣାସ୍ଥଳରେ ବୃଦ୍ଧାଙ୍କ ଜୀବନ ଚାଲିଗଲା। ଆଜି ଏମିତି ଏକ ଦୁଃଖଦ ଘଟଣା କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ମଇଁଷାଲଣ୍ଡା ପଞ୍ଚାୟତରେ ଘଟିଛି।

Advertisment

ଗ୍ରାମର ସରୋଜିନୀ ଜେନା ସକାଳୁ ଉଠି ଫୁଲ ତୋଳିବା ପାଇଁ ବାଡି ପଟକୁ ଯାଇ ଥିବାବେଳେ ଘର କଡରେ ଠିଆ ହୋଇଥିବା ଏକ ଦନ୍ତା ହାତୀ ହାବୁଡରେ ପଡି ଯାଇଥିଲେ। ଫଳରେ ଦନ୍ତା ଦଳି ଦେଇ ଚାଲିଯାଇଥିଲା। ସ୍ଥାନୀୟ ଲୋକେ ଓ ବନବିଭାଗ ଗୁରୁତର ଅବସ୍ଥାରେ ବୃଦ୍ଧାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ସେକ୍ ଶାହାଜାନ୍ ମୃତକଙ୍କ ଘରେ ପହଂଚି ସମବେଦନା ଜଣାଇବା ସହିତ ସରକାରଙ୍କ ନିୟମ ଅନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ପ୍ରତଶ୍ରୁତି ଦେଇଥିଲେ।

Advertisment