Advertisment

ଉତ୍କଟ ହେଲାଣି ସ୍ତ୍ରୀ ଗର୍ଭାଶୟ କର୍କଟ, ହୁ’ର ଚେତାବନୀ ସତ୍ତ୍ୱେ ଭ୍ୟାକ୍ସିନ୍ ପାଇଁ ସରକାରଙ୍କ ଅନ୍ତରିକତା ଶୂନ

ବିଶ୍ୱ ଗର୍ଭାଶୟ କର୍କଟ ରୋଗ ଦିବସରେ ବିଶେଷଜ୍ଞ ଦେଇଥିବା ମତରୁ ଏହା ଜଣାପଡ଼ିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
world cancer day

world cancer day

ଉତ୍କଟ ହେଲାଣି ସ୍ତ୍ରୀ ଗର୍ଭାଶୟ କର୍କଟ ରୋଗ। ଏହାର ନିରାକରଣ ନିମନ୍ତ ସରକାରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ହୁ’ ସତର୍କ କରାଇଛି। ଏହା ସତ୍ତ୍ୱେ ଭ୍ୟାକ୍ସିନ୍ ପାଇଁ ସରକାରଙ୍କ ଅନ୍ତରିକା ଶୂନ। ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ସ୍ତ୍ରୀ କର୍କଟ ରୋଗ ବିଭାଗ ପକ୍ଷରୁ ଆଜି ପାଳିତ ହୋଇଯାଇଥିବା ୧୩ ତମ ବିଶ୍ୱ ଗର୍ଭାଶୟ କର୍କଟ ରୋଗ ଦିବସ ସଭାରେ ବିଶେଷଜ୍ଞମାନେ ଦେଇଥିବା ମତରୁ ଏହା ଜଣାପଡ଼ିଛି।

Advertisment

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ସ୍ତ୍ରୀ କର୍କଟ ରୋଗ ଡାକ୍ତର ଭାଗ୍ୟଲକ୍ଷ୍ମୀ ନାୟକ କହିଛନ୍ତି, ସ୍ତ୍ରୀ କର୍କଟ ରୋଗ ଏକ ବିରାଟ ବଡ଼ ସମସ୍ୟା। ଏହା ପାଇଁ ଭ୍ୟାକ୍ସିନ୍ ଓ ସ୍କ୍ରିନିଂ ବ୍ୟବସ୍ଥା ରହିଛି। ଏହାକୁ ଖୁବ୍‌ କମ୍ ବୟସରୁ ଚିହ୍ନଟ କରାଯାଇପାରିବ। ଏହି ରୋଗ ନିମନ୍ତେ ଭାରତରେ ପ୍ରସ୍ତୁତ ଏକ ଭ୍ୟାକ୍ସିନ୍ ରହିଛି। ଏହାକୁ ସମସ୍ତ ୯-୧୪ ବର୍ଷର ଝିଅମାନେ ନେବା ଜରୁରୀ। ଏହାର ହୋଇପାରିଲେ ଆସନ୍ତା ୩୦ ବର୍ଷ ଭିତରେ ସ୍ତ୍ରୀ କର୍କଟ ରୋଗ ମୂଳ ଉତ୍ପାଟନ ହୋଇପାରିବ। ଏହି ମରାତ୍ମକ ରୋଗ ନିରାକରଣ ନିମନ୍ତେ ତୁରନ୍ତ ପଦକ୍ଷେପ ନେବାକୁ ହୁ’ ପକ୍ଷରୁ ସତର୍କତା ମଧ୍ୟ ଜାରି କରାଯାଇଛି। ଏଥିନିମନ୍ତେ ସମସ୍ତେ ସଚେତନ ହେବା ଉଚିତ୍। ସମସ୍ତ ମହିଳା ଏହି ଭ୍ୟାକ୍ସନ୍ ନେବା ଉଚିତ୍ ଓ ସମସ୍ତ ୩୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ମହିଳା ଏହି ରୋଗ ଚିହ୍ନଟ ନିମନ୍ତେ ସ୍କ୍ରିନିଂ କରିବା ଉଚିତ୍। ଏହି ରୋଗ ଚିହ୍ନଟ ନିମନ୍ତେ ସାଧନ ମଧ୍ୟ ରହିଛି। ଏହି ରୋଗର କୌଣସି ଲକ୍ଷଣ ତୁରନ୍ତ ଦେଖାଯାଏନି। ରୋଗ ସମ୍ପୂର୍ଣ୍ଣ କାୟା ବିସ୍ତାର କରିସାରିବା ପରେ ଲକ୍ଷଣ ଦେଖା ଯାଏ। ତେଣୁ ଏହି ରୋଗକୁ ଏପର୍ଯ୍ୟନ୍ତ ନିରାକରଣ କରାଯାଇପାରୁନି। ଯେଉଁ ମହିଳାମାନେ ସୁସ୍ଥ ଅଛନ୍ତି ବୋଲି ଭାବୁଛନ୍ତି ସେମାନେ ମଧ୍ୟ ଏହି ପରୀକ୍ଷା କରାଇନେବା ଉଚିତ୍। ହ୍ୟୁମାନ ପାଟୋଲୋମା ଭାଇରସ୍ ଟେଷ୍ଟ(ଏଚ୍‌ପିଭି ଟେଷ୍ଟ) କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲରେ ମାଗଣାରେ ହେଉଛି।

ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ସ୍ତ୍ରୀ କର୍କଟ ରୋଗ ଡାକ୍ତର ଡାକ୍ତର ଜନ୍ମେଜୟ ମହାପାତ୍ର କହିଛନ୍ତି, ଏହି ପ୍ରକାର ଭ୍ୟାକ୍ସନ ଉପଲବ୍ଧ ନିମନ୍ତେ ସରକାର କିପରି ତ୍ୱରିତ ପଦକ୍ଷେନ ନିଅନ୍ତୁ ବୋଲି ଆମେ ଚେଷ୍ଟା କରୁଛୁ। ସରକାର ଚାହିଁଲେ ଏହାକୁ ମାଗଣା ସମସ୍ତଙ୍କୁ ଦେଇପାରିବେ।

Advertisment

ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନୂତନ ଲେକଚରର ଥିଏଟରରେ ଆୟୋଜିତ ଏହି ସଚେତନତା ଅଭିଯାନ କାର୍ଯ୍ୟକ୍ରମରେ ସୁନାମଧନ୍ୟ ପ୍ରଫେସର ଡାକ୍ତର ସିଏନ ପୁରନ୍ଦରେ, ସୁସ୍ମିତା ବାଗଚୀ ପ୍ରମୁଖ ଯୋଗ ଦେଇଥିଲେ। ଗର୍ଭାଶୟ କର୍କଟ ପାଇଁ ଏବେ ଟୀକା ଉପଲବ୍ଧ ହେଉଥିବା ବେଳେ ଏହି ଏଚପିଭି ଟୀକା ବ୍ୟବହାର ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବା ଆଵଶ୍ୟକ। ରାଜ୍ୟର ୯ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ କିଶୋରୀ ମାନଙ୍କୁ ମାଗଣାରେ ଏହି ଟୀକା ପ୍ରଦାନ ପାଇଁ ଉଦ୍ୟମ କରାଯାଉ ଥିବା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଚିକିତ୍ସକ ମାନେ କହିଛନ୍ତି। ଅନ୍ୟପଟେ ଏହି ଭ୍ୟାକ୍ସନ୍ ଅଧିକ ଦାମୀ ହୋଇଥିଲା ବେଳେ ସମସ୍ତେ ଏହାକୁ ନେବା ଏକ ପ୍ରକାରର ସମ୍ଭବ ହେଉନାହିଁ। ଏହି ପରିପେକ୍ଷରେ କିଭଳି ସାଧାରଣ ଲୋକେ ଏହି ଟୀକା ନେଇପାରିବେ ତାହା ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରାଯିବ ବୋଲି ଏଠାରେ ଅତିଥିମାନେ ପ୍ରକାଶ କରିଛନ୍ତି।

Acharya Harihar Institute Of Cancer Cancer Cancer Cure Odisha Cancer Hospital