/odisha-reporter/media/post_attachments/uploadimage/library/16_9/16_9_0/Crime_1678894235.jpg)
Crime
କଟକ ସଦର ୪୨ ମୌଜା ବଉଳକୁଦଠାରେ ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ଘଟିଛି ହତ୍ୟାକାଣ୍ଡ। ଜଣେ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ପିଟିପିଟି ହତ୍ୟା କରିଛି। ବଉଳକୁଦ ଗାଁର ଶଙ୍କର ଦେବତା କଟକ ଜଗତପୁର ଅଞ୍ଚଳର ସନ୍ତୋଷ ଜେନା ନାମକ ଯୁବକକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁଇଜଣ ଯାକ ଗାଡି ଡ୍ରାଇଭର ବୋଲି ଜଣାପଡିଛି।
Advertisment
ପୁଲିସର ସୂଚନା ଅନୁସାରେ ସନ୍ତୋଷକୁ ଶଙ୍କର ଆଜି ନିଜ ଘରକୁ ଡାକିଥିଲା। ସେଠାରୁ ଉଭୟ ବଉଳକୁଦ ନଦୀ ବନ୍ଧକୁ ମଦ ପିଇବା ପାଇଁ ଯାଇଥିଲେ। ସେଠାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ନିଶାରେ ଥିବା ଶଙ୍କର ଦେବତା ଉତ୍କ୍ଷିପ୍ତ ହୋଇ ସନ୍ତୋଷଙ୍କୁ ମାଡ ମାରିଥିଲେ। ଫଳରେ ସନ୍ତୋଷଙ୍କ ମୃତ୍ୟୁ ହୋଇ ଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ୪୨ ମୌଜା ଥାନା ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଅଭିଯୁକ୍ତ ଫେରାର ହୋଇଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
