Advertisment

ଭୁବନେଶ୍ୱରରୁ ନିଖୋଜ ଥିଲେ, ମହାନଦୀ ପଠାରୁ ମିଳିଲା ମୃତଦେହ

କଟକ (ଓଡ଼ିଶା ରିପୋର୍ଟର): କଟକ (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ନିଖୋଜ ଥିବା ଯୁବକଙ୍କ ରକ୍ତାକ୍ତ ମୃତଦେହ କଟକରୁ ଉଦ୍ଧାର ହୋଇଛି। କଟକ ବିଡ଼ାନାସୀ ଥାନା ଅନ୍ତର୍ଗତ ଭୂଆଶୁଣୀ ମହାନଦୀ ପଠାରୁ ଯୁବକଙ୍କ ମୃତଦେହ ଠାବ ହୋଇଛି। ବିଡାନାସୀ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ଜଣକ ହେଲେ ବିହାରର ଆଜାଦ ଯାଦବ, ଯିଏ ଭୁବନେଶ୍ୱରରେ ରହି ଇଣ୍ଟେରିୟର୍ କାମ କରୁଥିଲେ। ପୁଲିସର କହିବା ଅନୁସାରେ, ଗତ ୨୫ ତାରିଖରେ ଆଜାଦ କଟକ ଆସିଥିଲେ। କଟକରେ ରହୁଥିବା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଭୁବନେଶ୍ୱରରୁ ନିଖୋଜ ଥିଲେ, ମହାନଦୀ ପଠାରୁ ମିଳିଲା ମୃତଦେହ

ctc

କଟକ (ଓଡ଼ିଶା ରିପୋର୍ଟର): କଟକ (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରୁ ନିଖୋଜ ଥିବା ଯୁବକଙ୍କ ରକ୍ତାକ୍ତ ମୃତଦେହ କଟକରୁ ଉଦ୍ଧାର ହୋଇଛି। କଟକ ବିଡ଼ାନାସୀ ଥାନା ଅନ୍ତର୍ଗତ ଭୂଆଶୁଣୀ ମହାନଦୀ ପଠାରୁ ଯୁବକଙ୍କ ମୃତଦେହ ଠାବ ହୋଇଛି। ବିଡାନାସୀ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ମୃତକ ଜଣକ ହେଲେ ବିହାରର ଆଜାଦ ଯାଦବ, ଯିଏ ଭୁବନେଶ୍ୱରରେ ରହି ଇଣ୍ଟେରିୟର୍ କାମ କରୁଥିଲେ।

Advertisment

ପୁଲିସର କହିବା ଅନୁସାରେ, ଗତ ୨୫ ତାରିଖରେ ଆଜାଦ କଟକ ଆସିଥିଲେ। କଟକରେ ରହୁଥିବା ଜଣେ ଠିକାଦାର ନିକଟରୁ ସେ ଟଙ୍କା ପାଇବାର ଥିଲା।ତେବେ ସେହିଦିନ ଠାରୁ ଆଜାଦଙ୍କ ପତ୍ତା ମିଳିନଥିଲା। ଯେଉଁ କାରଣରୁ ତାଙ୍କ ପରିବାର ଲୋକେ ଭୁବନେଶ୍ୱର ସହିଦ୍ ନଗର ଥାନାରେ ନିଖୋଜ ହୋଇଥିବା ନେଇ ଏତଲା ଦେଇଥିଲେ। ହେଲେ ଆଜି ତାଙ୍କର ମୃତଦେହ କଟକ ଭୂଆଶୁଣୀ ଠାରେ ଥିବା ମହାନଦୀ ପଠାରୁ ମିଳିଛି। ଆଜାଦଙ୍କୁ ମୁଣ୍ଡକୁ ଛେଚା ଯାଇଥିବା ଜଣାପଡ଼ିଛି।

ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ଘଟଣା ସ୍ଥଳରେ ଡଗସ୍କ୍ୱାଡ୍ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବାବେଳେ ଡିସିପି ମଧ୍ୟ ପହଞ୍ଚି ଛାନଭିନ୍ କରିଛନ୍ତି। ବିଡାନାସୀ ପୋଲିସ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଆଜାଦଙ୍କୁ କିଏ ଓ କାହିଁକି ହତ୍ୟା କଲା, ତାହା ପୁଲିସର ତଦନ୍ତ ପରେ ସ୍ପଷ୍ଟ ହୋଇଯିବ।

Advertisment