Advertisment

କରୋନା: କଟକର ପଟ୍ଟାପୋଲ ଅଞ୍ଚଳ ସିଲ୍ କଲା ସିଏମ୍‌ସି

କଟକ (ଓଡ଼ିଶା ରିପୋର୍ଟର): କଟକର ପଟ୍ଟାପୋଲ ଅଞ୍ଚଳକୁ କଟକ ମହାନଗର ନିଗମ ବା ସିଏମ୍‌ସି ସିଲ୍ କରିଛି। ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରି ସିଲ୍ କରିଛି ସିଏମ୍‌ସି। ସୂଚନାଯୋଗ୍ୟ ଯେ, କଟକରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ପୂର୍ବରୁ ଘୋଷଣା କରାଯାଇଥିଲା। ଏହା ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ସିଲ୍‌ କରି କଣ୍ଟାକ୍ଟ ଟ୍ରାସିଂ ପ୍ରକ୍ରିୟା ଆରମ୍ଭ କରିଛି। We are declaring the below-mentioned zone […]

ଅଦ୍ୟତନ ହୋଇଛି
କରୋନା: କଟକର ପଟ୍ଟାପୋଲ ଅଞ୍ଚଳ ସିଲ୍ କଲା ସିଏମ୍‌ସି

Cuttack

Advertisment

କଟକ (ଓଡ଼ିଶା ରିପୋର୍ଟର): କଟକର ପଟ୍ଟାପୋଲ ଅଞ୍ଚଳକୁ କଟକ ମହାନଗର ନିଗମ ବା ସିଏମ୍‌ସି ସିଲ୍ କରିଛି। ଏହି ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରି ସିଲ୍ କରିଛି ସିଏମ୍‌ସି। ସୂଚନାଯୋଗ୍ୟ ଯେ, କଟକରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ପୂର୍ବରୁ ଘୋଷଣା କରାଯାଇଥିଲା। ଏହା ଜନଗହଳି ପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ସିଲ୍‌ କରି କଣ୍ଟାକ୍ଟ ଟ୍ରାସିଂ ପ୍ରକ୍ରିୟା ଆରମ୍ଭ କରିଛି।

Advertisment

ଏହି ନିର୍ଦ୍ଦେଶ କ୍ରମେ, କଟକର ବକ୍ସି ବଜାର ଛକରୁ ଷ୍ଟିୱାର୍ଟ ସାଇନ୍ସ କଲେଜ ଯାଏଁ ସିଲ୍ ରହିବ। ସେହିଭଳି ଷ୍ଟିୱାର୍ଟ ସାଇନ୍ସ କଲେଜରୁ ସୂତାହାଟ ମସଜିଦ୍ ଛକ ପର୍ଯ୍ୟନ୍ତ ସିଲ୍ ରହିବ। ସୂତାହାଟ ମସଜିଦ୍ ଛକରୁ ତିନିକୋଣିଆ ବଗିଚା ପାର୍କ ଯାଏ ସିଲ୍ କରାଯିବ। ତିନିକୋଣିଆ ବଗିଚା ପାର୍କରୁ ବକ୍ସି ବଜାର ଛକ ଯାଏ ସିଲ୍ କରାଯିବ। ପଟ୍ଟାପୋଲ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ଅଫିସ୍ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ସମ୍ପୃକ୍ତ ସିଲ୍ ଅଞ୍ଚଳରେ ଯାନବାହନ ଚଳାଚଳକୁ ମଧ୍ୟ ମନା କରାଯାଇଛି। କୌଣସି ବ୍ୟକ୍ତି ଘରୁ ନ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହି ଅଞ୍ଚଳର ସମସ୍ତ ଦୋକାନ ବନ୍ଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଅନ୍ୟପକ୍ଷରେ କଟକ ମହାନଗର ନିଗମ ସିଲ୍ ଅଞ୍ଚଳରେ ଲୋକଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବ ବୋଲି କୁହାଯାଇଛି। ସମସ୍ତ ବ୍ୟବସ୍ଥାର ପରିଚାଳନା ପାଇଁ ୨ ଅଧିକାରୀ ଓ ଜଣେ ଡାକ୍ତରଙ୍କୁ ନେଇ ସିଏମ୍‌ସି ଟିମ୍ ଗଠନ କରିଛି। ସେହିଭଳି ୧୩ଟି ଟିମ୍‌ କଣ୍ଟାକ୍ଟ ଟ୍ରାସିଂରେ ନିୟୋଜିତ ହୋଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe