ସାଇବର ଅପରାଧ: ଖାଲି ବାହାସ୍ଫୋଟ, ୧୨୨କୋଟିରୁ ମାତ୍ର ୨କୋଟି ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଇବର ଅପରାଧ ହାର ବୃଦ୍ଧି ପାଇବାରେ ଲାଗିଥିବାବେଳେ ସାଇବର ସୁରକ୍ଷାକୁ ନେଇ ରାଜ୍ୟ ସରକାର କେବଳ ବାହାସ୍ଫୋଟ ମାରିବାରେ ଲାଗିଛନ୍ତି । ଅତ୍ୟାଧୁନିକ ଯନ୍ତ୍ରାଂଶ, କର୍ମଚାରୀଙ୍କୁ ପ୍ରଶିକ୍ଷଣ ଓ ୧୪ଟି ନୂଆ ଥାନା ଖୋଲି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ରାଜ୍ୟ ସରକାରଙ୍କ ସାଇବର ଅପରାଧ ୱିଙ୍ଗ ବାସ୍ତବରେ କେବଳ ବାହାସ୍ଫୋଟରେ ରହିଯାଇଛି । ୨୦୧୮ରୁ ୨୦୨୨ ଏପ୍ରିଲ ମାସ ମଧ୍ୟରେ ରାଜ୍ୟରେ ମୋଟ ୧୨୨.୪୮କୋଟି ଟଙ୍କା ସାଇବର ଅପରାଧୀ ଲୁଟି ନେଇଥିବାବେଳେ […]

cyber

cyber

Ordigital Desk
  • Published: Monday, 18 July 2022
  • Updated: 19 July 2022, 01:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଇବର ଅପରାଧ ହାର ବୃଦ୍ଧି ପାଇବାରେ ଲାଗିଥିବାବେଳେ ସାଇବର ସୁରକ୍ଷାକୁ ନେଇ ରାଜ୍ୟ ସରକାର କେବଳ ବାହାସ୍ଫୋଟ ମାରିବାରେ ଲାଗିଛନ୍ତି । ଅତ୍ୟାଧୁନିକ ଯନ୍ତ୍ରାଂଶ, କର୍ମଚାରୀଙ୍କୁ ପ୍ରଶିକ୍ଷଣ ଓ ୧୪ଟି ନୂଆ ଥାନା ଖୋଲି କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ରାଜ୍ୟ ସରକାରଙ୍କ ସାଇବର ଅପରାଧ ୱିଙ୍ଗ ବାସ୍ତବରେ କେବଳ ବାହାସ୍ଫୋଟରେ ରହିଯାଇଛି । ୨୦୧୮ରୁ ୨୦୨୨ ଏପ୍ରିଲ ମାସ ମଧ୍ୟରେ ରାଜ୍ୟରେ ମୋଟ ୧୨୨.୪୮କୋଟି ଟଙ୍କା ସାଇବର ଅପରାଧୀ ଲୁଟି ନେଇଥିବାବେଳେ ସେଥିରୁ ମାତ୍ର ୨.୮୭କୋଟି ଟଙ୍କା ଉଦ୍ଧାର କରିବାରେ ରାଜ୍ୟ ସାଇବର ୱିଙ୍ଗ ସକ୍ଷମ ହୋଇଛି । ଯାହାକି ରାଜ୍ୟରେ ସାଇବର ପୁଲିସ ଓ ବିଶେଷଜ୍ଞଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଆଜି ବିଧାନସଭାରେ ଦୁଇଟି ପ୍ରଶ୍ନର ଲିଖିତ ଉତ୍ତରରେ ଦର୍ଶାଇଛନ୍ତି ଯେ, ୨୦୧୮ରୁ ୨୦୨୨ ଏପ୍ରିଲ ୩୦ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୧୨୨କୋଟି ୪୮ଲକ୍ଷ ୧୮ହଜାର ୫୨ଟଙ୍କାର ସାଇବର ଠକେଇ ହୋଇଛି । ସେଥିରୁ ୨କୋଟି ୮୭ଲକ୍ଷ ୯୪ହଜାର ୮୯୬ଟଙ୍କା ଉଦ୍ଧାର କରାଯାଇଛି । ଏହି ମାମଲାରେ ୨୪ଜଣ ଆନ୍ତଃରାଜ୍ୟ ଠକଙ୍କୁ ଗିରଫ କରାଯାଇଛି ।
ଅନ୍ୟ ଏକ ଉତ୍ତରରୁ ଜଣାପଡ଼ିଛି ଯେ, ୨୦୨୦ ମସିହାରୁ ୨୦୨୨ ଏପ୍ରିଲ ମାସ ମଧ୍ୟରେ ରାଜ୍ୟରେ ମୋଟ ୯୭.୩୦କୋଟି ଟଙ୍କାର ସାଇବର ଠକେଇ ହୋଇଥିବାବେଳେ ସେଥିରୁ ୧ ପ୍ରତିଶତ ଟଙ୍କା ବି ଏହି ସାଇବର ଥାନା ଓ ବିଶେଷଜ୍ଞ ୱିଙ୍ଗ ଉଦ୍ଧାର କରିବାରେ ସକ୍ଷମ ହୋଇନାହାନ୍ତି । ଏହି ଅବଧି ମଧ୍ୟରେ ସାଇବର ଠକଙ୍କଠୁ ମାତ୍ର ୮୦.୨୦ଲକ୍ଷ ଟଙ୍କାକୁ ଉଦ୍ଧାର ହୋଇପାରିଛି ।
୨୦୨୦ ମସିହାରେ ମୋଟ ୧୯୩୧ଟି ସାଇବର ଅପରାଧ ପଞ୍ଜିକୃତ ହୋଇଥିବାବେଳେ ୩୬୬ଜଣ ଗିରଫ ହୋଇଥିଲେ । ମୋଟ ୩୫.୦୭କୋଟି ଟଙ୍କାର ସାଇବର ଠକେଇ ହୋଇଥିଲା ଓ ଏଥିରୁ ମାତ୍ର ୧୬.୫୯ଲକ୍ଷ ଟଙ୍କା ଉଦ୍ଧାର ହୋଇପାରିଛି ।
ସେହିପରି ୨୦୨୧ ମସିହାରେ ମୋଟ ୨୦୩୭ଟି ସାଇବର ଅପରାଧ ମାମଲାରେ ୪୨୫ଜଣ ଗିରଫ ହୋଇଛନ୍ତି । ମୋଟ ୪୦.୩୯କୋଟି ଟଙ୍କା ସାଇବର ଠକେଇ ହୋଇଛି ଓ ମାତ୍ର ୨୭.୫୬ଲକ୍ଷ ଟଙ୍କା ଉଦ୍ଧାର ସମ୍ଭବପର ହୋଇଛି ।
ସେହିପରି ୨୦୨୨ ଏପ୍ରିଲ ୩୦ତାରିଖ ମଧ୍ୟରେ ରାଜ୍ୟରେ ମୋଟ ୫୬୫ଟି ସାଇବର ଅପରାଧ ମାମଲାରେ ୮୩ଜଣଙ୍କୁ ଗିରଫ କରାଯାଇଛି । ମୋଟ ୨୧.୮୪କୋଟି ଟଙ୍କାର ସାଇବର ଠକେଇ ହୋଇଛି ଓ ମାତ୍ର ୧୬.୦୪ଲକ୍ଷ ଟଙ୍କା ଉଦ୍ଧାର ହୋଇପାରିଛି ।
ଯଦିଓ ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ଉତ୍ତରରେ ସ୍ୱତନ୍ତ୍ର ସାଇବର ସେଲ୍ ଗଠନ କରାଯାଇ ୨୦୧୮-୧୯ରେ ୨୫୦ଜଣ ପୁଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ, ୨୦୧୯-୨୦ରେ ୧୦୬୩ଜଣଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବା କଥା କହିଛନ୍ତି । ୭କୋଟି ଟଙ୍କାର ଅତ୍ୟାଧୁନିକ ସାଇବର ଫରେନ୍ସିକ ଯନ୍ତ୍ରପାତି କିଣା ଯାଇ ନୂଆ ଖୋଲିଥିବା ୧୪ଟି ସାଇବର ଅପରାଧ ଥାନାରେ ଏହାକୁ ଉପଯୋଗ କରାଯାଉଥିବା କହିଛନ୍ତି । ତଥାପି ସାଇବର ଅପରାଧକୁ ମୁକାବିଲା ଦିଗରେ ଓଡ଼ିଶା ପୁଲିସ ଏପର୍ଯ୍ୟନ୍ତ ନିଜକୁ ସକ୍ଷମ କରିପାରିନଥିବା ସ୍ପଷ୍ଟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story