Advertisment

ସାବଧାନ! ଶୂନ୍ୟେ ଶୂନ୍ୟେ ଚିତାକାଟି ଧନ ଲୁଟୁଛନ୍ତି ସାଇବର୍ ଲୁଟେରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁଠି ଅନଲାଇନ୍ ଇନଭେଷ୍ଟମେଣ୍ଟକୁ ଚର୍ଚ୍ଚା। ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଆୟ କରିବାର ଲୋଭରେ ଲୋକେ ନିଜର ଉପାର୍ଜିତ ଟଙ୍କାରୁ ଅନଲାଇନରେ ଇନଭେଷ୍ଟମେଣ୍ଟ କରୁଛନ୍ତି। କିନ୍ତୁ ଏବେ ସେହି ଅନଲାଇନ୍ ଇନଭେଷ୍ଟମେଣ୍ଟ ଲୁଟର ଅନ୍ୟତମ ଉପାୟ ପାଲଟିଛି। କେହି କିଛି ଭାବିବା ଆଗରୁ ଆଖୁ ପିଛୁଳାକେ ଆକାଉଣ୍ଟରୁ କଟି ଯାଉଛି ଲକ୍ଷାଧିକ ଟଙ୍କା। ଏହି ଟଙ୍କା କିଏ ଲୁଟ୍ କରୁଛି, ତା’ର କୌଣସି ପତ୍ତା ମଧ୍ୟ ମିଳିପାରୁନାହିଁ। ନିଜର ଉପାର୍ଜିତ ଟଙ୍କାର ଏମିତି […]

ଅଦ୍ୟତନ ହୋଇଛି
ଆଖି ପିଛୁଳାକେ ଆକାଉଣ୍ଟ ଖାଲି କରିଦେଲେ ସାଇବର ଠକ

cyber-loot

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସବୁଠି ଅନଲାଇନ୍ ଇନଭେଷ୍ଟମେଣ୍ଟକୁ ଚର୍ଚ୍ଚା। ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା ଆୟ କରିବାର ଲୋଭରେ ଲୋକେ ନିଜର ଉପାର୍ଜିତ ଟଙ୍କାରୁ ଅନଲାଇନରେ ଇନଭେଷ୍ଟମେଣ୍ଟ କରୁଛନ୍ତି। କିନ୍ତୁ ଏବେ ସେହି ଅନଲାଇନ୍ ଇନଭେଷ୍ଟମେଣ୍ଟ ଲୁଟର ଅନ୍ୟତମ ଉପାୟ ପାଲଟିଛି। କେହି କିଛି ଭାବିବା ଆଗରୁ ଆଖୁ ପିଛୁଳାକେ ଆକାଉଣ୍ଟରୁ କଟି ଯାଉଛି ଲକ୍ଷାଧିକ ଟଙ୍କା। ଏହି ଟଙ୍କା କିଏ ଲୁଟ୍ କରୁଛି, ତା'ର କୌଣସି ପତ୍ତା ମଧ୍ୟ ମିଳିପାରୁନାହିଁ। ନିଜର ଉପାର୍ଜିତ ଟଙ୍କାର ଏମିତି ଆଖି ଆଗରେ ଚୁଟକୀରେ ଚାଲିଯାଉଥିବାର ଦେଖି କିଛି କରୁପାରିନାହାନ୍ତି ସାଧାରଣ ଲୋକେ। ଆଉ ଲୁଟର ଶିକାର ହେବା ପରେ କେହି ଥାନାକୁ ତ କେହି କ୍ରାଇମବ୍ରାଞ୍ଚର ଦ୍ୱାରସ୍ଥ ହେଉଛନ୍ତି।

Advertisment

ମୟୂରଭଞ୍ଜର ଅବିନାଶ ସତ୍ୟପ୍ରକାଶଙ୍କୁ ମେସେଞ୍ଜରରେ କ୍ଲାଉଡ୍ ଆସେଟ୍ ମ୍ୟାନେଜମେଣ୍ଟ ନାମକ ଏକ ଆପର ଲିଙ୍କ୍ ପଠାଇ ଡାଉନଲୋଡ୍ ପାଇଁ କୁହାଯାଇଥିଲା। ସର୍ତ୍ତ ଥିଲା ପ୍ରଥମେ ହଜାରେ ଟଙ୍କା ଇନଭେଷ୍ଟ କଲେ ସୁଧ ସହ ୧୦ ଦିନ ଭିତରେ ମିଳିଯିବ ୧୯ ଶହ ଟଙ୍କା। ସେହି ଲୋଭରେ ପଡ଼ି ଅବିନାଶ ଅଧିକ ଟଙ୍କା ଡିପୋଜିଟ୍ କଲେ। କିନ୍ତୁ ଗତ ୧୦ ତାରିଖରୁ ସେହି ଆପ୍ କିମ୍ବା ଲିଙ୍କ୍ ଆଉ ଖୋଲୁନି। ଫଳରେ ପ୍ରାୟ ୬ ଲକ୍ଷ ଟଙ୍କା ଏବେ ତାଙ୍କର ଗୋଲ୍ ହୋଇଯାଇଛି। କେବଳ ସେ ନୁହଁନ୍ତି, ତାଙ୍କ ଭଳି ହଜାର ହଜାର ଲୋକ ଏଭଳି ଇନଭେଷ୍ଟ କରି ଠକାମୀର ଶୀକାର ହୋଇଥିବା କହିଛନ୍ତି ଅବିନାଶ।

ଅବିନାଶଙ୍କ ଭଳି ମୟୂରଭଞ୍ଜ କରଞ୍ଜିଆର ବ୍ୟବସାୟୀ ପ୍ରେମଚାନ୍ଦ ପାଲଙ୍କ କ୍ଷେତ୍ରରେ ମଧ୍ୟ ଏମିତି ଘଟିଛି। ତାଙ୍କ ସମେତ ଆଖପାଖର ଅନେକ ଲୋକେ ଅନଲାଇନରେ ଲୋଭନୀୟ ସ୍କିମର ପ୍ରଲୋଭନରେ ପଡ଼ି ଏକ ସଂସ୍ଥାରେ ନିଜ ନିଜର କଷ୍ଟ ଉପାର୍ଜିତ ଟଙ୍କାକୁ ଲଗାଇଥିଲେ। କିଛି ମାସ ସୁଧ ବାବଦକୁ ସମସ୍ତେ ପାଇଥିଲେ ଅଳ୍ପ ବହୁତ ଟଙ୍କା। ଏହାଦ୍ୱାରା ସମସ୍ତେ ଏହି ସଂସ୍ଥା ଉପରେ ବିଶ୍ୱାସ କରିବାକୁ ଲାଗିଲେ। ସେହି ବିଶ୍ୱାସକୁ ଦେଖି ଆଉ କିଛି ଲୋକ ଯୋଡ଼ି ହୋଇ ୩ ହଜାରରୁ ୫୦ ହଜାର ଯାଏଁ ଆଖିବୁଜି ଅନ୍ଲାଇନରେ ଡିପୋଜିଟ୍ କଲେ। କିନ୍ତୁ ଗତ ୧୪ ତାରିଖରୁ ନା ସେହି ୱେବସାଇଟ୍ ଖୋଲୁଛି ନା ସୁଧ ଟଙ୍କା ଆସୁଛି। ଶେଷରେ ଠକାମିର ଶୀକାର ହୋଇଥିବା ଜାଣିବା ପରେ ସମସ୍ତେ ଏବେ କ୍ରାଇମବ୍ରାଞ୍ଚ ନିକଟକୁ ଦୌଡ଼ିଛନ୍ତି।

Advertisment

ତେବେ ରାଜ୍ୟରେ ବଢ଼ି ଚାଲିଥିବା ଏଭଳି ସାଇବର ଅପରାଧକୁ ନେଇ NCRB ମଧ୍ୟ ଚିନ୍ତାଜନକ ରିପୋର୍ଟ ଦେଇଛି। ପୂର୍ବବର୍ଷ ଗୁଡ଼ିକ ତୁଳନାରେ ୨୦୨୦ରେ ରାଜ୍ୟରେ ପ୍ରାୟ ୩୦ ପ୍ରତିଶତ ସାଇବର ଅପରାଧ ବଢିଛି। ଗତବର୍ଷ ଅଦୃଶ୍ୟ ଲୁଟେରା ରାଜ୍ୟରେ ଘଟାଇଛନ୍ତି ୧୯୩୧ଟି ସାଇବର କ୍ରାଇମ୍। ତେଣୁ ଏଭଳି ସ୍ଥିତିରେ ଜନ ସଚେତନତା ବହୁତ ଜରୁରୀ। କାରଣ ବହୁଳ ମାତ୍ରାରେ ବ୍ୟବହୃତ ସୋଶାଲ୍ ମିଡିଆ ସହ ମୋବାଇଲରେ ଲିଙ୍କ୍ ପଠାଇ ୟୁଜର୍ସଙ୍କୁ ଟାର୍ଗେଟ୍ କରୁଛନ୍ତି ଅପରାଧୀ। ତେଣୁ କୌଣସି ଅଜଣା ଆପର ଲିଙ୍କ୍ ଆସିଲେ ତାକୁ ଖୋଲିବା କିମ୍ବା ଡାଉନଲୋଡ୍ କରିବା ଅନୁଚିତ୍ ବୋଲି ବିଶେଷଜ୍ଞମାନେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe