Advertisment

Cyber Fraud: ଓଡ଼ିଶାରେ ଠକେଇ, କୋଲକାତାରୁ ଗିରଫ

ହ୍ୱାଟ୍‌ସ ଆପ୍ ଗ୍ରୁପ୍‌ ଜରିଆରେ ଠକେଇ। ନିବେଶ କରିବା ନାଁରେ  ୫୦ ଲକ୍ଷ ଟଙ୍କା ଠକେଇ ମାମଲାରେ କୋଲକାତାରୁ ବନ୍ଧା ହେଲା ସାଇବର ଠକ ଅରବିନ୍ଦ ପାଲ। ତାକୁ ଗିରଫ କରିଛି ଭୁବନେଶ୍ୱରର ସାଇବର ଥାନା ପୁଲିସ।

Cyber
Advertisment

ହ୍ୱାଟ୍‌ସ ଆପ୍ ଗ୍ରୁପ୍‌ ଜରିଆରେ ଠକେଇ। ନିବେଶ କରିବା ନାଁରେ  ୫୦ ଲକ୍ଷ ଟଙ୍କା ଠକେଇ ମାମଲାରେ କୋଲକାତାରୁ ବନ୍ଧା ହେଲା ସାଇବର ଠକ ଅରବିନ୍ଦ ପାଲ। ତାକୁ ଗିରଫ କରିଛି ଭୁବନେଶ୍ୱରର ସାଇବର ଥାନା ପୁଲିସ। 

Advertisment

ହ୍ୱାଟ୍‌ସ ଆପ୍‌ରେ ଲୋଭନୀୟ ଅଫର ଦେଇ ଲୋକଙ୍କୁ ଲୁଟୁ ଥିଲା ସାଇବର ଠକ ଅରବିନ୍ଦ ପାଲ। ଭୁବନେଶ୍ୱରର ତମାଣ୍ଡୋ ଅଞ୍ଚଳର ଭାଗୀରଥୀ ମହାନ୍ତଙ୍କୁ ଏହିଭଳି ଅଫର ଦେଇ ଲଗାଇ ଥିଲା ଚୂନ। ସେ ୫୦ ଲକ୍ଷ ୧୬ ହଜାର ଟଙ୍କା ନିବେଶ କରିଥିଲେ। କିନ୍ତୁ କିଛି ରିଟର୍ଣ୍ଣ ପାଇନଥିଲେ। ଅଭିଯୋଗ ପାଇବା ପରେ ସାଇବର ଥାନା ପୁଲିସ ଆରମ୍ଭ କରିଥିଲା ତଦନ୍ତ।

ଭାଗୀରଥୀ ମହାନ୍ତି ଯେଉଁ ୫୦ ଲକ୍ଷ ୧୬ ଲକ୍ଷ ଟଙ୍କା ନିବେଶ କରିଥିଲେ, ତାହା ୬ଟି ଆକାଉଣ୍ଟକୁ ଯାଇଥିଲା। ସେହି ଆକାଉଣ୍ଟଗୁଡ଼ିକ ମହାରାଷ୍ଟ୍ର ଓ ଗୁଜରାଟ ଭଳି ବିଭିନ୍ନ ରାଜ୍ୟରେ ରହିଛି। ତେଣୁ ସେମାନଙ୍କ ନେଟୱର୍କରେ ଏକାଧିକ ଲୋକ ଥିବା ଅନୁମାନ କରୁଛି ପୁଲିସ। 

Advertisment

ଗିରଫ ଅଭିଯୁକ୍ତ ସାଧାରଣତଃ ଅବସରପ୍ରାପ୍ତ ବରିଷ୍ଠ ନାଗରିକମାନଙ୍କୁ ଟାର୍ଗେଟ କରୁଥିଲା। ତା’ ହ୍ୱାଟ୍‌ସ ଆପ୍ ଗ୍ରୁପ୍‌ରେ ଲୋକେ ସାମିଲ ହେବା ପରେ ସେ ଟ୍ରେଡିଂ ଓ ଅଧିକ ଲାଭର ଲୋଭ ଦେଖାଉଥିଲେ। ଥରେ ଲୋକଙ୍କଠାରୁ ଟଙ୍କା ନେଇଗଲା ପରେ ସେମାନଙ୍କୁ ବ୍ଲକ୍ କରି ଦେଉଥିଲା ସାଇବର ଠକ ଅରବିନ୍ଦ ପାଲ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe