Advertisment

ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟ ଖାଲି କରିଦେଲେ ସାଇବର ଠକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଇବର ଠକଙ୍କ ଜାଲରେ ଶିକ୍ଷୟିତ୍ରୀ। ବିଏସ୍‌ଏନ୍‌ଏଲ ମୋବାଇଲ୍‌ କେୱାଇସି ଅପ୍‌ଡେଟ୍‌ କରିବା ବାହାନାରେ ଆକାଉଣ୍ଟରେ କଳାକନା ବୁଲାଇଦେଲେ। ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟରୁ ସାଇବର ଠକ ୪ଟି ପର୍ଯ୍ୟାୟରେ ୬୦,୦୦୦ ଟଙ୍କା ଲୁଟିନେଇଛି। ଏନେଇ ଶିକ୍ଷୟିତ୍ରୀ ଜଣକ କମିଶନ୍‌ରେଟ୍‌ ପୁଲିସର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ପୁଲିସ ଏପର୍ଯ୍ୟନ୍ତ ନା ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିଛି ନା ଲୁଟ୍‌ ହୋଇଥିବା ଟଙ୍କା ଫେରାଇ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟ ଖାଲି କରିଦେଲେ ସାଇବର ଠକ

cyber fraud in bhubaneswar

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଇବର ଠକଙ୍କ ଜାଲରେ ଶିକ୍ଷୟିତ୍ରୀ। ବିଏସ୍‌ଏନ୍‌ଏଲ ମୋବାଇଲ୍‌ କେୱାଇସି ଅପ୍‌ଡେଟ୍‌ କରିବା ବାହାନାରେ ଆକାଉଣ୍ଟରେ କଳାକନା ବୁଲାଇଦେଲେ। ଶିକ୍ଷୟିତ୍ରୀଙ୍କ ଆକାଉଣ୍ଟରୁ ସାଇବର ଠକ ୪ଟି ପର୍ଯ୍ୟାୟରେ ୬୦,୦୦୦ ଟଙ୍କା ଲୁଟିନେଇଛି। ଏନେଇ ଶିକ୍ଷୟିତ୍ରୀ ଜଣକ କମିଶନ୍‌ରେଟ୍‌ ପୁଲିସର ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ପୁଲିସ ଏପର୍ଯ୍ୟନ୍ତ ନା ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିଛି ନା ଲୁଟ୍‌ ହୋଇଥିବା ଟଙ୍କା ଫେରାଇ ପାରିଛି।

Advertisment

ପୂରା ଘଟଣାଟି ଏମିତି। ଗତ ୨୮ ତାରିଖରେ ଭୁବନେଶ୍ୱରରେ ବାସ କରୁଥିବା ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ଯୋଶୀଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି(ସାଇବର ଠକ) ବିଏସ୍‌ଏନ୍‌ଏଲ ମୋବାଇଲ୍‌ କେୱାଇସି ଅପ୍‌ଡେଟ୍‌ କରାନ୍ତୁ, ନହେଲେ ଆପଣଙ୍କ ଫୋନ୍‌ ବ୍ଲକ୍‌ ହୋଇଯିବ ବୋଲି କହିଥିଲେ। ତା’ପରେ କଥା ଛଳନାରେ ଶ୍ରୀମତି ଯୋଶୀଙ୍କୁ ନିଜ ଆୟତ୍ତକୁ ନେଇଥିଲେ। ୧୦ ଟଙ୍କା ରିଚାର୍ଜ କଲେ କେୱାଇସି ଅନ୍‌ଲାଇନ୍‌ରେ ଅପ୍‌ଡେଟ୍‌ କରିଦେବି ବୋଲି କହିଥିଲେ ସାଇବର ଠକ। ତାଙ୍କ କଥାକୁ ସହଜରେ ବିଶ୍ୱାସ କରି ନେଇଥିଲେ ଶ୍ରୀମତି ଯୋଶୀ।

ସାଇବର ଠକ୍‌ଙ୍କ ପରାମର୍ଶ ଅନୁସାରେ ଶ୍ରୀମତି ଯୋଶୀ ନିଜର ଓ ନିଜ ବାପାଙ୍କ ମୋବାଇଲ୍‌ରେ ଦୁଇଟି ଆପ୍‌ (ଫୋନ୍‌ ପେୟାରିଂ ଆପ୍‌) ଡାଉନ୍‌ଲୋଡ୍‌ କରିଥିଲେ। ପରେ ୧୦ ଟଙ୍କା ରିଚାର୍ଜ ମଧ୍ୟ କରିଥିଲେ। ୧୦ ଟଙ୍କା ରିଚାର୍ଯ୍ୟ ହେବା ପରେ ଶ୍ରୀମତି ଯୋଶୀଙ୍କ ଆକାଉଣ୍ଟରୁ ଦୁଇଟି ପର୍ଯ୍ୟାୟରେ ୪୯୯୫ ଓ ୪୯୯୯ ଟଙ୍କା କଟିଥିଲା।

Advertisment

ଆକାଉଣ୍ଟରୁ ଟଙ୍କା କଟିବା ପରେ ମୋବାଇଲ୍‌କୁ ମେସେଜ୍‌ ଆସିଥିଲା। ହଠାତ୍‌ ଟଙ୍କା କଟିଥିବା ଦେଖି ଶ୍ରୀମତି ଯୋଶୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗେ ସଙ୍ଗେ ନିଜ ୟନୋ ଆପ୍‌ ଖୋଲି ଦେଖିଲା ବେଳକୁ ସବୁ ଟଙ୍କା ଫୋନ୍‌ କରିଥିବା ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ। ଏହା ପରେ ଶିକ୍ଷୟିତ୍ରୀ ପ୍ରିୟଦର୍ଶନୀ ଯୋଶୀ ଟଙ୍କା କାହିଁକି ନେଲ ବୋଲି ସାଇବର ଠକ୍‌ଙ୍କୁ ପ୍ରଶ୍ନ କରିଥିଲେ। ପ୍ରଥମେ ସାଇବର ଠକ ଜଣକ ମନା କରିଥିଲା। ପରେ ଟଙ୍କା ଭୁଲରେ ଯାଇଛି, ଫେରାଇଦବୁ ବୋଲି କହିଥିଲେ। ତା’ପରେ ଦୁଇଟି ପର୍ଯ୍ୟାୟରେ ୨୫୦୦୦ ଟଙ୍କା ଲେଖାଏଁ ଆକାଉଣ୍ଟରୁ କଟିଥିଲା।

ଆକାଉଣ୍ଟରୁ ୬୦ ହଜାର ଟଙ୍କା କଟିବା ପରେ ଶ୍ରୀମତି ଯୋଶୀ ସଙ୍ଗେ ସଙ୍ଗେ ବ୍ୟାକକୁ ଯାଇ ନିଜର ଓ ନିଜ ବାପାଙ୍କ ଆକାଉଣ୍ଟକୁ ବ୍ଲକ କରାଇଥିଲେ। ତା’ପରେ ଫୋନ୍‌ କରି ଏଟିଏମ୍‌ଓକୁ ବନ୍ଦ କରାଇଛନ୍ତି। ଏନେଇ ସେ ଭୁବନେଶ୍ୱର କମିଶନରେଟ୍‌ ପୁଲିସ୍‌ର ସାଇବର ସେଲ୍‌ରେ ଅଭିଯୋଗ କରିଥିଲେ। ୪ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟଟଙ୍କ ଟଙ୍କା ଫେରିପାଇନାହାନ୍ତି। ଯାହାକୁ ନେଇ ଶିକ୍ଷୟିତ୍ରୀ ଶ୍ରୀମତି ଯୋଶୀ ଚିନ୍ତିତ ଅଛନ୍ତି।

Online Fraud