Advertisment

ସୁନ୍ଦରୀଙ୍କ ନଗ୍ନ ଭିଡିଓ କଲ୍‌ରେ ବାୟା ଇଞ୍ଜିନିୟର! ୨୫ ଲକ୍ଷ ଚଳୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣଙ୍କ ପାଖକୁ ଆସୁଛି କି ନଗ୍ନ ନାୟିକା ନ୍ୟୁଡ୍‌ ଭିଡିଓ କଲ୍‌? ସାବଧାନ, ନଗ୍ନ ଭିଡିଓ କଲ୍‌ କରି ଠକୁଛନ୍ତି ସାଇବର ଠକ। ଆଉ ଏଥିରେ ଫସିଛନ୍ତି ଜଣେ ଇଞ୍ଜିନିୟର। ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ। ଠକାମୀର ଶିକାର ହୋଇଥିବା ଇଞ୍ଜିନିୟର ଜଣକ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ନଗ୍ନ ନାୟିକା ଜଣକ […]

author-image
Manoranjan Sial
ଅଦ୍ୟତନ ହୋଇଛି
ସୁନ୍ଦରୀଙ୍କ ନଗ୍ନ ଭିଡିଓ କଲ୍‌ରେ ବାୟା ଇଞ୍ଜିନିୟର! ୨୫ ଲକ୍ଷ ଚଳୁ

Nude Mobile Call

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣଙ୍କ ପାଖକୁ ଆସୁଛି କି ନଗ୍ନ ନାୟିକା ନ୍ୟୁଡ୍‌ ଭିଡିଓ କଲ୍‌? ସାବଧାନ, ନଗ୍ନ ଭିଡିଓ କଲ୍‌ କରି ଠକୁଛନ୍ତି ସାଇବର ଠକ। ଆଉ ଏଥିରେ ଫସିଛନ୍ତି ଜଣେ ଇଞ୍ଜିନିୟର। ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ। ଠକାମୀର ଶିକାର ହୋଇଥିବା ଇଞ୍ଜିନିୟର ଜଣକ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ନଗ୍ନ ନାୟିକା ଜଣକ ବିଏସ୍‌ଏନ୍‌ଏଲ୍‌ ଇଞ୍ଜିନିୟରଙ୍କ ପାଖକୁ ହ୍ୱାଟ୍ସଆପ୍‌ରେ ହାଏ ଲେଖି ପଠାଇଥିଲେ। ଇଞ୍ଜିନିୟର ଜଣକ ଉକ୍ତ ଆକାଉଣ୍ଟକୁ ଯାଞ୍ଚ ନକରି ତାଙ୍କ ସହିତ ଭିଡିଓ ଚାଟ୍‌ କରିଥିଲେ। କଥାବାର୍ତ୍ତା କିଛି ସମୟ ପରେ ତାଙ୍କ ପାଖକୁ ଏକ ନଗ୍ନ ଭିଡିଓ ଆସିଥିଲେ। ସେଥିରେ ଇଞ୍ଜିନିୟରଙ୍କ ଭିଡିଓ ଚାଟ୍‌କୁ ଜଣେ ନାୟିକାଙ୍କ ନଗ୍ନ ଭିଡ଼ିଓ ସହିତ ଆଟାଚ୍‌ କରାଯାଇଥିବା ଦେଖିବାକୁ ମିଳିଥିଲା। ସେହି ଭିଡିଓ ଦେଖିବା ପରେ ଇଞ୍ଜିନିୟରଙ୍କ ଅକଲ ଗୁଡ଼ୁମ୍‌ ହୋଇ ଯାଇଥିଲା। ଲୋକ ଲଜ୍ଜ୍ୟା ଭୟରେ କାହାକୁ କିଛି ନକହି ଚୁପ୍‌ ରହିଥିଲେ।

ତା’ପର ଦିନ ବିଏସ୍‌ଏନ୍‌ଏଲ୍‌ ଇଞ୍ଜିନିୟରଙ୍କ ପାଖକୁ ଗୋଟିଏ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ବିକ୍ରମ ରାଠୋର ବୋଲି କହିଥିଲେ। ସେ ନିଜକୁ ସିବିଆଇ ଅଫିସର ପରିଚୟ ଦେଇଥିବା ବେଳେ ଘର ଦିଲ୍ଲୀରେ ବୋଲି ପରିଚୟ ଦେଇଥିଲେ। ଏହାପରେ ସେହି ନଗ୍ନ ଭିଡିଓ ଦେଖାଇ ଇଞ୍ଜିନିୟରଙ୍କୁ ବ୍ଲାକ୍‌ମେଲ୍‌ କରିଥିଲେ। ଲୋକ ଲଜ୍ଜ୍ୟା ଭୟରେ ଇଞ୍ଜିନିୟର ଜଣକ ତାଙ୍କ ପାଖକୁ ଟଙ୍କା ପଠାଇଥିଲେ। ବିଭିନ୍ନ କିସ୍ତିରେ ଇଞ୍ଜିନିୟର ଜଣକ ୨୫ ଲକ୍ଷ ଟଙ୍କା ପଠାଇଥିବା ଜଣାପଡ଼ିଛି।

Advertisment

ତେବେ ସ୍ଥିତି ଅଣାୟତ ହେଉଥିବା ଦେଖି ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ BSNL ଇଂଜିନିୟର। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୁଲିସ ମାମଲା ରୁଜୁ କରି ଇଞ୍ଜିନିୟରଙ୍କ ମୋବାଇଲ୍‌ରେ ଥିବା ସବୁ ଆକାଉଣ୍ଟକୁ ବନ୍ଦ କରିଛନ୍ତି। ଏଥିସହ କଲ୍‌ କେଉଁଠୁ ଆସୁଥିଲା? ତାହା ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ରାଜଧାନୀରେ ହେଉଥିବା ସାଇବର ଠକେଇ ମଧ୍ୟରୁ ୩୦ ପ୍ରତିଶତ ଲୋକ ନ୍ୟୁଡ୍‌ କଲ ଯୋଗୁ ଠକେଇର ଶିକାର ହେଉଥିବା ସାଇବର ଥାନାର ସୂଚନା ମିଳିଛି।