Advertisment

ଅଶ୍ଲୀଳ ଭିଡିଓ କଲ୍‌ ପରେ ଆଇପିଏସ୍‌ ଅଫିସର କହି ଲୁଟିନେଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଶ୍ଲୀଳ ଭିଡିଓ କଲ୍‌ ପରେ ଆଇପିଏସ୍‌ ଅଫିସରର ପରିଚୟ ଦେଇ ଲୁଟିନେଲା ସାଇବର ଠକ।  ଏଥର ଏପରି ଠକାମୀରେ ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଜଣେ ଯୁବକ। ଏନେଇ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାର ଚଳାଇଛି ପୁଲିସ୍‌। ଅଭିଯୋଗକାରୀ ହେଉଛନ୍ତି ଜଟଣୀ ଅଞ୍ଚଳର ଜଣେ ମେଡ଼ିସିନ୍‌ ରିପ୍ରେଜେଣ୍ଟିଭ୍‌। ହ୍ୱାଟ୍ସଆପ୍‌ରେ ତାଙ୍କ ପାଖକୁ ଅନେକ ସମୟରେ ମେସେଜ୍‌ ଆସିଥିଲା। ହେଲେ ସେହି ମେସେଜ୍‌ର ସେ କୌଣସି ଉତ୍ତର […]

ଅଦ୍ୟତନ ହୋଇଛି
ଅଶ୍ଲୀଳ ଭିଡିଓ କଲ୍‌ ପରେ ଆଇପିଏସ୍‌ ଅଫିସର କହି ଲୁଟିନେଲା

Video

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଶ୍ଲୀଳ ଭିଡିଓ କଲ୍‌ ପରେ ଆଇପିଏସ୍‌ ଅଫିସରର ପରିଚୟ ଦେଇ ଲୁଟିନେଲା ସାଇବର ଠକ।  ଏଥର ଏପରି ଠକାମୀରେ ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଜଣେ ଯୁବକ। ଏନେଇ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ ପରେ ଘଟଣାର ଚଳାଇଛି ପୁଲିସ୍‌।

Advertisment

ଅଭିଯୋଗକାରୀ ହେଉଛନ୍ତି ଜଟଣୀ ଅଞ୍ଚଳର ଜଣେ ମେଡ଼ିସିନ୍‌ ରିପ୍ରେଜେଣ୍ଟିଭ୍‌। ହ୍ୱାଟ୍ସଆପ୍‌ରେ ତାଙ୍କ ପାଖକୁ ଅନେକ ସମୟରେ ମେସେଜ୍‌ ଆସିଥିଲା। ହେଲେ ସେହି ମେସେଜ୍‌ର ସେ କୌଣସି ଉତ୍ତର ଦେଉନଥିଲେ। ଥରେ ରାତିରେ ତାଙ୍କ ପାଖକୁ ଏକ ଭିଡିଓ କଲ୍‌ ଆସିଥିଲା। ସେହି କଲ୍‌କୁ ସେ ରିସିଭ୍‌ କରି ଦେଇଥିଲେ। ଭିଡିଓରେ ଜଣେ ଯୁବତୀ ଉଲ୍ଲଗ୍ନ ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ।

ନଙ୍ଗଳା ଭିଡିଓ ଦେଖି ଯୁବକ ଜଣକ କଲ୍‌ କାଟି ଦେଇଥିଲେ। ଏହା ପରେ ତାଙ୍କ ପାଖକୁ ଆସିଲା ଧମକପୂର୍ଣ୍ଣ କଲ୍‌। ଜଣେ ବ୍ୟକ୍ତି ନିଜକୁ ଆଇପିଏସ୍‌ ଅଫିସ୍‌ର ପରିଚୟ ଦେଇ ଫୋନ୍‌ କରିଥିଲା। ଆଉ ତାଙ୍କ ପାଖରେ ଥିବା ଅଶ୍ଲୀଳ ଭିଡିଓ ଭାଇରାଲ୍‌ କରିଦେବାକୁ ଦେଇଥିଲା ଧମକ। ଦେଢ଼ ଲକ୍ଷ ଟଙ୍କା ଦେଲେ ମାମଲା ରଫାଦଫା କରିଦେବି ବୋଲି କହିଥିଲେ। ଯେଉଁଥିପାଇଁ ଯୁବକ ଜଣକ ଡରି ଯାଇଥିଲେ। ଭୟରେ ୩ଟି କିସ୍ତିରେ ୭୧ ହଜାର ଟଙ୍କା ଦେଇଥିଲେ।  ଏ ସମସ୍ତ ପଇସା ଅନ୍‌ଲାଇନ୍‌ରେ ଟ୍ରାନ୍ସଫର କରିଥିଲେ। ଏହା ପରେ ମଧ୍ୟରେ ତାଙ୍କ ପାଖକୁ ଫୋନ୍‌ କଲ୍‌ ଆସୁଥିଲା। ଆହୁରି ଟଙ୍କା ନେବା ପାଇଁ ଚାହୁଁଥିଲା ସାଇବର ଠକ।

Advertisment

ଶେଷରେ ଯୁବକ(ଠକାମୀରେ ଶିକାର ହୋଇଥିବା ଯୁବକ) ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଆରମ୍ଭ କରିଛି। କେହି ଏଭଳି ବୋକାମୀର ଶିକାର ନହେବାକୁ ଗଣମାଧ୍ୟମ ସମ୍ମୁଖରେ ଠକାମୀରେ ଶିକାର ହୋଇଥିବା ଯୁବକ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe