Advertisment

ଲିଙ୍କ ଖୋଲୁ ଖୋଲୁ ସାଢ଼େ ୪ ଲକ୍ଷ ଗାଏବ୍‌

ପାରାଦୀପ(ରମାକାନ୍ତ ନାୟକ): ଲିଙ୍କ ଖୋଲୁ ଖୋଲୁ ଆକାଉଣ୍ଟରୁ ଗାଏବ୍‌ ହୋଇଗଲା ସାଢ଼େ ୪ ଲକ୍ଷ। ଛତିଶଗଡ଼ରେ ସାଇବର ଠକେଇର ଶିକାର ହେଲେ ଜଗତସିଂହପୁର ଜିଲ୍ଲାର ଜଣେ ଯୁବକ। ମୋବାଇଲକୁ ଆସିଥିବା ଲିଙ୍କକୁ ଖୋଲିବାରୁ ଆକାଉଣ୍ଟରୁ ଉଡ଼ିଗଲା ସାଢ଼େ ୪ ଲକ୍ଷ ଟଙ୍କା ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଛତିଶଗଡ଼ ପୁଲିସ ଶୁଣୁନଥିବା ଅଭିଯୋଗ ହୋଇଛି। କୁଜଙ୍ଗ ବିଲପୋଖରିଆପଡ଼ାର ରାକେଶ ସ୍ୱାଇଁ ୫ ମାସ ତଳେ ଛତିଶଗଡ଼କୁ ଯାଇ କାମ କରୁଥିଲେ। ରୋଜଗାର କରି ଟଙ୍କା ପଠାଇଲେ ଭଉଣୀର […]

author-image
Madhupriya Mistry
ଲିଙ୍କ ଖୋଲୁ ଖୋଲୁ ସାଢ଼େ ୪ ଲକ୍ଷ ଗାଏବ୍‌

Cyber fraud

ପାରାଦୀପ(ରମାକାନ୍ତ ନାୟକ): ଲିଙ୍କ ଖୋଲୁ ଖୋଲୁ ଆକାଉଣ୍ଟରୁ ଗାଏବ୍‌ ହୋଇଗଲା ସାଢ଼େ ୪ ଲକ୍ଷ। ଛତିଶଗଡ଼ରେ ସାଇବର ଠକେଇର ଶିକାର ହେଲେ ଜଗତସିଂହପୁର ଜିଲ୍ଲାର ଜଣେ ଯୁବକ। ମୋବାଇଲକୁ ଆସିଥିବା ଲିଙ୍କକୁ ଖୋଲିବାରୁ ଆକାଉଣ୍ଟରୁ ଉଡ଼ିଗଲା ସାଢ଼େ ୪ ଲକ୍ଷ ଟଙ୍କା ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ଛତିଶଗଡ଼ ପୁଲିସ ଶୁଣୁନଥିବା ଅଭିଯୋଗ ହୋଇଛି।

Advertisment

କୁଜଙ୍ଗ ବିଲପୋଖରିଆପଡ଼ାର ରାକେଶ ସ୍ୱାଇଁ ୫ ମାସ ତଳେ ଛତିଶଗଡ଼କୁ ଯାଇ କାମ କରୁଥିଲେ। ରୋଜଗାର କରି ଟଙ୍କା ପଠାଇଲେ ଭଉଣୀର ବାହାଘର ହୋଇଥାନ୍ତା। ହେଲେ ଅଗଷ୍ଟ ୧୫ରେ ତାଙ୍କ ମୋବାଇଲକୁ ଗୋଟେ ମେସେଜ ଆସିଥିଲା। ଲିଙ୍କ ଜରିଆରେ ପାନ୍ କାର୍ଡ ଅପଡେଟ୍ ହେବ ବୋଲି ଲେଖାଥିଲା।

ଏହାପରେ ରାକେଶ ଷ୍ଟେପ ବାଏ ଷ୍ଟେପ କ୍ଲିକ କରିବାରୁ ତାଙ୍କ ଆକାଉଣ୍ଟ ଖାଲି ହୋଇଯାଇଥିଲା। ତିନି ଥରରେ ତାଙ୍କ ଆକାଉଣ୍ଟରୁ ୪ ଲକ୍ଷ ୪୮ ହଜାର ୯୯୯ ଟଙ୍କା ଟ୍ରାନ୍ସଫର ହୋଇ ଯାଇଥିବା ଜାଣିବାକୁ ପାଇଥିଲେ। ସେଠାକାର ସ୍ଥାନୀୟ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ବି କେହି ଶୁଣୁନାହାନ୍ତି ବୋଲି ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ରାକେଶ। ଟଙ୍କା ଫେରି ପାଇବା ଆଶାରେ ସାହାଯ୍ୟ ମାଗିଛନ୍ତି ସେ। ଓଡିଶା ସରକାରଙ୍କ ଓ ଓଡିଶା ପୁଲିସର ହସ୍ତକ୍ଷେପ ଲୋଡିଛନ୍ତି।

Advertisment