ମାଲେମାଲ ହୋଇଛନ୍ତି ଅଦୃଶ୍ୟ ଭାଇରସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଲକଡାଉନ୍, ସଟ୍‌ଡାଉନ୍ ସମୟରେ ଧୁମ୍ ଲୁଟିଛନ୍ତି ସାଇବରେ ଲୁଟେରା । ପୂର୍ବ ବର୍ଷ ତୁଳନାରେ ୨୦୨୦ରେ ରାଜ୍ୟରେ ପ୍ରାୟ ୩୦ ପ୍ରତିଶତ ବଢ଼ିଛି ସାଇବର୍ ଅପରାଧ । ଗତବର୍ଷ ମୋଟ୍ ୧୯୩୧ଟି ସାଇବର୍ କେସ୍ ସାମ୍ନାକୁ ଆସିଥିବା ବେଳେ କୌଣସି ଗୋଟିଏ ବି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ଅପରାଧୀ । NCRB ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। .. ଅନ୍ୟପକ୍ଷରେ ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁଯାୟୀ, ରାଜଧାନୀ ଓ ଏହାର ଆଖପାଖ […]

cyber frude

Tapas Behera
  • Published: Thursday, 16 September 2021
  • , Updated: 16 September 2021, 08:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଲକଡାଉନ୍, ସଟ୍‌ଡାଉନ୍ ସମୟରେ ଧୁମ୍ ଲୁଟିଛନ୍ତି ସାଇବରେ ଲୁଟେରା । ପୂର୍ବ ବର୍ଷ ତୁଳନାରେ ୨୦୨୦ରେ ରାଜ୍ୟରେ ପ୍ରାୟ ୩୦ ପ୍ରତିଶତ ବଢ଼ିଛି ସାଇବର୍ ଅପରାଧ । ଗତବର୍ଷ ମୋଟ୍ ୧୯୩୧ଟି ସାଇବର୍ କେସ୍ ସାମ୍ନାକୁ ଆସିଥିବା ବେଳେ କୌଣସି ଗୋଟିଏ ବି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ଅପରାଧୀ । NCRB ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। .. ଅନ୍ୟପକ୍ଷରେ ଭୁବନେଶ୍ୱର ଡିସିପିଙ୍କ ସୂଚନା ଅନୁଯାୟୀ, ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ କେବଳ ଚଳିତ ବର୍ଷ ୧୦ କୋଟିରୁ ଅଧିକ ଟଙ୍କା ଲୁଟିଛନ୍ତି ସାଇବର୍ ଲୁଟେରା।

ସାଇବର ଅପରାଧ ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା । ଏମିତିକି ସାଇବର ଅପରାଧ ହାରରେ ରାଜ୍ୟର ସ୍ଥାନ ଅଷ୍ଟମ । ୨୦୨୦ରେ ରାଜ୍ୟରେ ପ୍ରତି ଲକ୍ଷେରେ ୪ ଜଣ  ସାଇବର ଅପରାଧର ଶିକାର ହୋଇଛନ୍ତି ।  ୩୦ ପ୍ରତିଶତ ଉପରମୁହାଁ ହୋଇଛି ସାଇବର ଅପରାଧ ମାମଲା । ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ-ଏନସିଆବି ତଥ୍ୟ କହୁଛି, ୨୦୨୦ରେ ଅଦୃଶ୍ୟ ଲୁଟେରା ରାଜ୍ୟରେ ଘଟାଇଛନ୍ତି ୧୯୩୧ ସାଇବର ଅପରାଧ।ମାନେ ଦିନକୁ ପ୍ରାୟ ୫ଟି କେସ୍ । ଗତବର୍ଷ ରାଜ୍ୟରେ ୫୨୪ଟି ଅଶ୍ଳୀଳ, ଯୌନ ଉଦ୍ଦୀପକ ଓ ଶିଶୁ ଯୌନ ସମ୍ପର୍କିତ ସାଇବର ଅପରାଧ ଘଟିଛି  । ସେହିଭଳି ୫୪୯ଟି ଅନ୍ଲାଇନ୍ ବ୍ୟାଙ୍କ ଠକେଇ, ୩୬୨ଟି ଏଟିଏମ୍ ଠକେଇ, ୪୫ଟି ଫୋର-ଟ୍ୱେଣ୍ଟି ଜାଲିଆତି ମାମଲା ସାମ୍ନାକୁ ଆସିଥିଲା । ରାଜ୍ୟରେ ସାଇବର ଅପରାଧ ବଢୁଥିବା ବେଳେ ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହାର କିନ୍ତୁ ଏକଦମ୍ ନୈରାଶ୍ୟଜନକ ।  NCRB ରିପୋର୍ଟ କହୁଛି, ୨୦୨୦ରେ କୌଣସି ଗୋଟିଏ ବି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ଅପରାଧୀ  । ଏମିତିକି ୯୯.୯ ପ୍ରତିଶତ ମାମଲା ବିଚାର ନ ହୋଇ ପଡ଼ିରହିଛି ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସାଇବର ବିଶେଷଜ୍ଞ ।

ଏପଟେ ସାଇବର ଫ୍ରଡ୍ କମିଶନରେଟ୍ ପୁଲିସର ନିଦ ହଜାଇ ଦେଇଛି। କେବଳ ଭୁବନେଶ୍ୱରରୁ ଗତ ୮ ମାସରେ ୧୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ସାଇବର୍ ଲୁଟେରା।  ୟୁପିଆଇ, କ୍ରେଡିଟ୍-ଡେବିଟ୍ କାର୍ଡ, ଏଟିଏମ୍, ଲଟେରି ଭଳି ନୂଆ ନୂଆ କୌଶଳ ଅବଲମ୍ବନ କରି ଚିତା କାଟୁଛନ୍ତି ସାଇବର ଠକ ।  ତଥ୍ୟ କହୁଛି, ଯେତିକି ଲୁଟ୍ ହେଉଛି, ଅସୁଲ ହେଉଛି ଖୁବ୍ ନଗଣ୍ୟ।   ଓଡ଼ିଶାରେ ବିଶେଷ କରି ଝାଡ଼ଖଣ୍ଡ, ଦିଲ୍ଲୀ, ପଶ୍ଚିମବଙ୍ଗ, ଗୁଜରାଟ, ହରିୟାଣାର ସାଇବର ଲୁଟେରା ସକ୍ରିୟ ଅଛନ୍ତି।   ରାଜ୍ୟରେ ଟେକ୍ନୋଲୋଜି, ଦକ୍ଷତା ଓ ମାନବ ସମ୍ବଳର ଅଭାବ ସାଇବର ଲୁଟେରାଙ୍କୁ କାୟା ବିସ୍ତାର ଲାଗି ଖୋରାକ ଯୋଗାଉଛି।

Related story