ନାବାଳିକାଙ୍କ ଅଶ୍ଲୀଳ ଫଟୋ ସୋଶାଲ୍‌ ମିଡିଆରେ ଛାଡ଼ି ବନ୍ଧା ହେଲା ‘କ୍ୟୁଟ ନନ୍ଦିନୀ’!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କ୍ୟୁଟ ନନ୍ଦିନୀ’ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ନାବାଳିକାଙ୍କୁ ମାଗୁଥିଲା ଅଶ୍ଲୀଳ ଫଟୋ। ମାତ୍ର ନାବାଳିକା ଜଣକ ନଦେବାରୁ ତାଙ୍କ ଫଟୋକୁ ଅଶ୍ଲୀଳ କରି ଭାଇରାଲ୍‌ କରିଥିଲା। ଏନେଇ ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଏପରି ଘଟଣା ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଲିଙ୍ଗରାଜ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସାମନ୍ତରାପୁର ଥାନା ଅଞ୍ଚଳର ମୁକେଶ ନାୟକ। ବୟସ ୧୯ ହେବ। ମାତ୍ର ତା’ ବୁଦ୍ଧି ମାନିବାକୁ […]

Cyber-Thana

Cyber-Thana

Manoranjan Sial
  • Published: Tuesday, 15 November 2022
  • Updated: 15 November 2022, 04:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କ୍ୟୁଟ ନନ୍ଦିନୀ’ ନାଁରେ ଫେକ୍‌ ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ନାବାଳିକାଙ୍କୁ ମାଗୁଥିଲା ଅଶ୍ଲୀଳ ଫଟୋ। ମାତ୍ର ନାବାଳିକା ଜଣକ ନଦେବାରୁ ତାଙ୍କ ଫଟୋକୁ ଅଶ୍ଲୀଳ କରି ଭାଇରାଲ୍‌ କରିଥିଲା। ଏନେଇ ଅଭିଯୋଗ ହେବା ପରେ ସାଇବର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଏପରି ଘଟଣା ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଲିଙ୍ଗରାଜ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।

ସାମନ୍ତରାପୁର ଥାନା ଅଞ୍ଚଳର ମୁକେଶ ନାୟକ। ବୟସ ୧୯ ହେବ। ମାତ୍ର ତା’ ବୁଦ୍ଧି ମାନିବାକୁ ପଡ଼ିବ। ସୋଶାଲ୍‌ ମିଡିଆ ଫେସ୍‌ବୁକ୍‌ରେ ‘କ୍ୟୁଟ ନନ୍ଦିନୀ’ ନାଁରେ ଗୋଟିଏ ଫେକ୍‌ ଆକାଉଣ୍ଟ ଖୋଲିଥିଲେଲା। ଆଉ ଡିପିରେ ଜଣେ ସୁନ୍ଦରୀ ଯୁବତୀଙ୍କ ଫଟୋ ରଖି ଲିଙ୍ଗରାଜ ଥାନା ଅଞ୍ଚଳର ଜଣେ ନାବାଳିକା ପଲ୍ଲବୀ(ଛଦ୍ମନାମ)ଙ୍କ ପାଖକୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଥିଲା। ଏପରିକି ପଲ୍ଲବୀଙ୍କ ଇନ୍‌ଷ୍ଟା ଆକାଉଣ୍ଟକୁ ଫଲୋ ପାଇଁ ପଠାଇଥିଲେ ମୁକେଶ।

ଫେସ୍‌ବୁକ ଆକାଉଣ୍ଟଟି କୌଣସି ଯୁବତୀଙ୍କର ହୋଇଥିବ ଭାବି ପଲ୍ଲବୀ ଏକ୍‌ସେପ୍ଟ କରିଦେଇଥିଲେ। ଏହା ପରେ ମୁକେଶ ଅତି ଚତୁରତାର ସହିତ ତାଙ୍କ ସହିତ ଚାଟିଂ କରିଥିଲା। ଏହି ଚାଟିଂ ବେଳେ ମୁକେଟ ନ୍ୟୁଡ୍ ଫଟୋ ପଠାଇବାକୁ କହିଥିଲା। ହେଲେ ପଲ୍ଲବୀ ମନା କରିବା ସହିତ ମୁକେଶଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଦେଇଥିଲେ। ଏହା ପରେ ମୁକେଶଙ୍କ ରାଗ ପଞ୍ଚମକୁ ଉଠି ଯାଇଥିଲା।

ପଲ୍ଲବୀଙ୍କ ନାଁରେ ମୁକେଶ ଆଉ ଗୋଟିଏ ଫେକ୍‌ ଆକାଉଣ୍ଟ ଖୋଲିଥିଲା। ସେଥିରେ ପଲ୍ଲବୀଙ୍କ ଫଟୋକୁ ଏଡିଟ୍‌ କରି ଅପ୍‌ଲୋଡ୍‌ କରିଥିଲା। ଯାହା ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏହା ପରେ ନାବାଳିକାଙ୍କ ବାପା ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସାଇବର ଥାନା ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଆଜି ସାଇବର ଥାନା ପୁଲିସ ଅଭିଯୁକ୍ତ ମୁକେଶକୁ ଗିରଫ କରିଥିବା ବେଳେ ତା’ ମୋବାଇଲ ଜବତ କରିଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ତାହା ଉପରେ ତଦନ୍ତ ଚାଲିଛି ବୋଲି ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos