Advertisment

ରାଜଧାନୀରେ ଗଡ଼ୁଥିବା ମୋ’ ସାଇକେଲ୍‌ର ଦାମ ୫୦,୦୦୦!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟି ଭୁବନେଶ୍ୱରକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଓ ସାଇକେଲିଂକୁ ସ୍ରୋତ୍ସାହିତ କରିବାକୁ ‘ମୋ ସାଇକେଲ୍‌’ ଯୋଜନା ପ୍ରଣୟନ କରାଯାଇଥିଲା। ସେଥିପାଇଁ ୩ଟି କମ୍ପାନୀଠାରୁ ପ୍ରାୟ ୬ କୋଟି ଟଙ୍କାରେ ସାଇକେଲ୍‌ କିଣିଥିଲେ ସରକାର। ପ୍ରତି ସାଇକେଲ୍‌ ଦାମ୍‌ ୨୫,୦୦୦ ଟଙ୍କା ବୋଲି କୁହାଯାଉଥିଲା। ପ୍ରକୃତରେ ସାଇକେଲ୍‌ ପିଛା ୨୫,୦୦୦ ଟଙ୍କା ନୁହେଁ, ୫୦୦୦୦ ଟଙ୍କାରେ କିଣାଯାଇଥିବା ସ୍ପଷ୍ଟ ହୋଇଛି। ସାଇକେଲ୍‌ ଯୋଗାଇଥିବା ହିରୋ ୟୁୟୋ ପ୍ରାଇଭେଟ୍‌ ଲିମିଟେଡ୍‌ ୟୋନୋ ସହିତ ହୋଇଥିବା ଚୁକ୍ତିରୁ ଏହି […]

ଅଦ୍ୟତନ ହୋଇଛି
ରାଜଧାନୀରେ ଗଡ଼ୁଥିବା ମୋ’ ସାଇକେଲ୍‌ର ଦାମ ୫୦,୦୦୦!

Mo-cycle

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ମାର୍ଟସିଟି ଭୁବନେଶ୍ୱରକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଓ ସାଇକେଲିଂକୁ ସ୍ରୋତ୍ସାହିତ କରିବାକୁ ‘ମୋ ସାଇକେଲ୍‌’ ଯୋଜନା ପ୍ରଣୟନ କରାଯାଇଥିଲା। ସେଥିପାଇଁ ୩ଟି କମ୍ପାନୀଠାରୁ ପ୍ରାୟ ୬ କୋଟି ଟଙ୍କାରେ ସାଇକେଲ୍‌ କିଣିଥିଲେ ସରକାର। ପ୍ରତି ସାଇକେଲ୍‌ ଦାମ୍‌ ୨୫,୦୦୦ ଟଙ୍କା ବୋଲି କୁହାଯାଉଥିଲା। ପ୍ରକୃତରେ ସାଇକେଲ୍‌ ପିଛା ୨୫,୦୦୦ ଟଙ୍କା ନୁହେଁ, ୫୦୦୦୦ ଟଙ୍କାରେ କିଣାଯାଇଥିବା ସ୍ପଷ୍ଟ ହୋଇଛି। ସାଇକେଲ୍‌ ଯୋଗାଇଥିବା ହିରୋ ୟୁୟୋ ପ୍ରାଇଭେଟ୍‌ ଲିମିଟେଡ୍‌ ୟୋନୋ ସହିତ ହୋଇଥିବା ଚୁକ୍ତିରୁ ଏହି ସାଙ୍ଘାତି ତଥ୍ୟ ସାମ୍ନାକୁ ଆସିଛି।

Advertisment

ରାଜଧାନୀକୁ ମୋ ସାଇକେଲ୍‌ ଯୋଗାଉଥିବା କମ୍ପାନୀ ସହିତ ୨୦୧୯ ମସିହା ଫେବ୍ରୁଆରୀ ୧ ତାରିଖରେ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ମୋ ସାଇକେଲ୍‌ ଯୋଜନା ପରିଚାଳନା କରୁଥିବା କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନପୋର୍ଟ (କ୍ରୁଟ୍‌) ଓ ସାଇକେଲ ଯୋଗାଇଥିବା ହିରୋ ୟୁୟୋ ପ୍ରାଇଭେଟ୍‌ ଲିମିଟେଡ୍‌ ୟୋନୋ ମଧ୍ୟରେ ହୋଇଥିଲା।

[caption id="attachment_660415" align="aligncenter" width="650"]mo-cycle ସାଇକେଲ୍‌ ରକ୍ଷଣାବେକ୍ଷଣା ପାଇଁ ପ୍ରତିବର୍ଷ ଦିଆଯାଉଥିବା ଟଙ୍କା[/caption]

Advertisment

ଚୁକ୍ତି ମୁତାବକ ସାଇକେଲ୍‌ ବାବଦକୁ କମ୍ପାନୀ ପାଇବ ୨୫ ହଜାର ଟଙ୍କା। ଆଉ ପ୍ରତିବର୍ଷ ରକ୍ଷଣାବେକ୍ଷଣା ବାବଦକୁ ନେଇ ୫୦୦୦ ଟଙ୍କା। ଏହି ଚୁକ୍ତି ୫ ବର୍ଷ ପାଇଁ ଥିଲା। ଅର୍ଥାତ ୫ ବର୍ଷକୁ କମ୍ପାନୀ ରକ୍ଷଣାବେକ୍ଷଣା ବାବଦକୁ ନେବ ୨୫୦୦୦ ଟଙ୍କା। ଆଉ ସାଇକେଲ୍‌ର ଦାମ୍‌ ୨୫,୦୦୦ ଟଙ୍କା। ତାହାହେଲେ ଗୋଟିଏ ସାଇକେଲ୍‌ ଦାମ ହେଉଛି ୫୦,୦୦୦ ଟଙ୍କା। ଇତି ମଧ୍ୟରେ ମୋ ସାଇକେଲ୍‌କୁ ଦୁଇ ବର୍ଷ ବିତିଲାଣି। ଏହି ଦୁଇ ବର୍ଷରେ କମ୍ପାନୀ ନେଇଥିବ ୧୦,୦୦୦ ଟଙ୍କା। ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ରକ୍ଷଣାବେକ୍ଷଣ ବାବଦକୁ କମ୍ପାନୀ ବର୍ଷ ଶେଷରେ ୫୦୦୦ ଟଙ୍କା ନେଉଛି, ତାହାହେଲେ ରାସ୍ତା କଡ଼ରେ କାହିଁକି ଖତ ଖାଉଛି ଶହ ଶହ ମୋ ସାଇକେଲ? କଣ ପାଇଁ କବାଡିଆକୁ ୫୦୦ ଟଙ୍କାରେ ସାଇକେଲ୍‌ ବିକ୍ରି ହେଉଛି?

ତେବେ ଏନେଇ ଭୁବନେଶ୍ୱର ମହାନଗର ନିଗମ ବା ରାଜ୍ୟ ସରକାରଙ୍କ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାରୁ ପ୍ରକାଶ, ସ୍ମାର୍ଟସିଟି ଭୁବନେଶ୍ୱରରେ ସାଇକେଲିଂକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮ ହକି ବିଶ୍ୱକପ୍‌ ସମୟରେ ଆରମ୍ଭ ହୋଇଥିଲା ମୋ ସାଇକେଲ୍ ଯୋଜନା। ପ୍ରତି ସାଇକେଲ ୨୫,୦୦୦ ଟଙ୍କା କିଣିଥିଲେ ବୋଲି କହୁଥିଲେ ରାଜ୍ୟ ସରକାର। ଏଥିପାଇଁ ବ୍ୟୟ ହୋଇଥିଲା ପ୍ରାୟ ୬ କୋଟି ଟଙ୍କା । ୟୁଲୁ ଓ ୟୋନୋ କମ୍ପାନୀଠାରୁ ୫୦୦ ଲେଖାଏଁ ସାଇକଲ୍ କିଣାଯାଥିବା ବେଳେ ହେକ୍ସି କମ୍ପାନୀ ୧୦୦୦ ସାଇକଲ୍ ଯୋଗାଇଥିଲା। ଏବେ ହେକ୍ସି କମ୍ପାନୀର ୩୦୦ ସାଇକେଲ୍‌ ଗାଏବ ହୋଇଥିବା ଜଣାପଡ଼ିଛି। ଏନେଇ ହେକ୍ସି କମ୍ପାନୀ ବିରୋଧରେ ଏଫ୍ଆଇଆର୍ ଦିଆଯାଇଥିବା କହିଛନ୍ତି ବିଏମ୍‌ସି କମିଶନର ଗଣମାଧ୍ୟମରେ କହିଥିଲେ।

ମୋ’ ସାଇକେଲ୍‌ର ନୟନୀୟ ସ୍ଥିତି ନେଇ ଗତ ୧୩ ତାରିଖରେ ଓଡ଼ିଶା ରିପୋର୍ଟରେ ଏକ ଖବର ପ୍ରକାଶ ପାଇଥିଲା। କବାଡ଼ିଖାନା ମାଲିକଙ୍କ ସୂଚନା ଅନୁସାରେ ସେ କୁଆଡ଼େ ସାଇକେଲ୍‌ ଗୋଟା ୫୦୦ ଟଙ୍କା ହିସାବରେ ୨୫୦ଟି ସାଇକେଲ୍ ହ୍ୟାକ୍ସିଂ କଂପାନୀଠାରୁ କିଣିଥିଲେ। ଗୋଟିଏ ପଟେ ବିଏମ୍‌ସି କମିଶନର ସାଇକେଲ୍ ଗାଏବ କଥା କହୁଥିବା ବେଳେ ଅପରପକ୍ଷରେ ଏହି ପ୍ରସଙ୍ଗକୁ ନେଇ ଜୋର୍ ଧରିଲାଣି ରାଜନୀତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe