Advertisment

ସାଇକେଲ୍‌-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ଗୁରୁତର

ବିନିକା(ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବିନିକା-ବରପାଲି ରାସ୍ତା ସିଂହୀଯୁବା ଛକରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି।  ଏକ ବାଇକ୍‌ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ସିଂହୀଯୁବା ଗାଁର ସୁଦର୍ଶନ ଭୁଏ। ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୁଦର୍ଶନ କ୍ଷୀର ବିକ୍ରି କରି ସାଇକେଲରେ […]

ଅଦ୍ୟତନ ହୋଇଛି
ସାଇକେଲ୍‌-ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ଗୁରୁତର

accident

Advertisment

ବିନିକା(ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁରଜିଲ୍ଲା ବିନିକା-ବରପାଲି ରାସ୍ତା ସିଂହୀଯୁବା ଛକରେ ଆଜି ସକାଳେ ଏକ ଦୁର୍ଘଟଣା ଘଟିଛି।  ଏକ ବାଇକ୍‌ ଓ ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

Advertisment

ମୃତ ବ୍ୟକ୍ତି ଜଣଙ୍କ ହେଲେ ସିଂହୀଯୁବା ଗାଁର ସୁଦର୍ଶନ ଭୁଏ। ଦୁଇ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୁଦର୍ଶନ କ୍ଷୀର ବିକ୍ରି କରି ସାଇକେଲରେ ଘରକୁ ଫେରୁଥିଲେ। ଏହି ସମୟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ପୁଲିସ୍ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Accident Roadaccident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe