Advertisment

୨୦ରେ ସ୍ଥଳଭାଗ ଛୁଇଁବ ‘ଅମ୍ଫାନ’, ୧୧୦ କି.ମି.ରେ ପବନ ବହିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’  ଆସନ୍ତା୨୦ ତାରିଖରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି। ଏବେ ପାରାଦୀପର ଦକ୍ଷିଣରେ ୧୦୬୦ କିମି ଦୂରରେ ରହିଥିବା ଲଘୁଚାପ ଅବପାତର ରୂପ ନେଇ ସାରିଥିବା ବେଳେ  ଆଜି ବାତ୍ୟାର ରୂପ ନେଇପାରେ। । ଏବେ ଘଣ୍ଟାକୁ ଏହା  ବେଗ ୨୦ କିମି ବେଗରେ ଗତି କରୁଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି । ଏଥିସହ ସେ କହିଛନ୍ତି, ୧୭ ତାରିଖ ସନ୍ଧ୍ୟାରେ ବାତ୍ୟାଟି ଗତି ପରିବର୍ତ୍ତନ କରି […]

author-image
Niharika Rout
ଅଦ୍ୟତନ ହୋଇଛି
୨୦ରେ ସ୍ଥଳଭାଗ ଛୁଇଁବ ‘ଅମ୍ଫାନ’, ୧୧୦ କି.ମି.ରେ ପବନ ବହିବ

cyclon-2

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ଅମ୍ଫାନ’  ଆସନ୍ତା୨୦ ତାରିଖରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଉଛି। ଏବେ ପାରାଦୀପର ଦକ୍ଷିଣରେ ୧୦୬୦ କିମି ଦୂରରେ ରହିଥିବା ଲଘୁଚାପ ଅବପାତର ରୂପ ନେଇ ସାରିଥିବା ବେଳେ  ଆଜି ବାତ୍ୟାର ରୂପ ନେଇପାରେ। । ଏବେ ଘଣ୍ଟାକୁ ଏହା  ବେଗ ୨୦ କିମି ବେଗରେ ଗତି କରୁଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ।

Advertisment

ଏଥିସହ ସେ କହିଛନ୍ତି, ୧୭ ତାରିଖ ସନ୍ଧ୍ୟାରେ ବାତ୍ୟାଟି ଗତି ପରିବର୍ତ୍ତନ କରି ବେଙ୍ଗଲ ଉପକୂଳକୁ ଗତି କରିବ । ଏହା ପ୍ରଭାବରେ  ୧୮ରୁ ୨୦ ତାରିଖର ଯାଏ ଓଡ଼ିଶାରେ ବର୍ଷା ହେବ, ପବନ ବହିବ। ୧୯ରେ ସମୁଦ୍ରରେ ପବନ ବେଗ ୧୫୦ କିମି ପର୍ଯ୍ୟନ୍ତ ଯାଇପାରେ। କିନ୍ତୁ ଉପକୂଳ ଓଡ଼ିଶାରେ ୬୦ କିମି ବେଗରେ ପବନ ବହିବ। ୨୦ରେ କାଳକ୍ରମେ ପବନ ବଢ଼ି ଘଣ୍ଟାକୁ ୧୧୦ କିମି ଯାଏ ଯାଇପାରେ ବୋଲି ସୂଚନା ଦେଇଛନ୍ତି ଏସ୍‌ଆରସି।

ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ, କିନ୍ତୁ ବନ୍ୟା ଭୟ ନାହିଁ ବୋଲି ସେ କହିଛନ୍ତି । ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇପାରେ। ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ କୁହାଯାଇଛି।

Advertisment

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ନେଇ ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ରହିଛନ୍ତି। ଆମ ପାଖରେ ପର୍ଯ୍ୟାପ୍ତ ଖାଦ୍ୟ ସାମଗ୍ରୀ ରହିଛି, ଭୟ କରନ୍ତୁନି। ଅଯଥାରେ ବଜାରକୁ ଯାଇ ଭିଡ଼ ନକରିବାକୁ ପରାମର୍ଶ ଦେଇଛନ୍ତି SRC।