Advertisment

ଘନେଇଲାଣି ବାତ୍ୟା ସମ୍ଭାବନା, ସ୍ପଷ୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିଲା ବାତ୍ୟା ସମ୍ଭାବନା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଆଜି ଏସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ପାଣିପାଗ ବିଭାଗ । ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ରୂପ ନେବା ପରେ ଏହା ଲଘୁଚାପ ଓ ପରେ ଅବପାତରେ ପରିଣତ ହୋଇପାରେ । ଅବପାତ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ […]

author-image
Niharika Rout
ଅଦ୍ୟତନ ହୋଇଛି
ଘନେଇଲାଣି ବାତ୍ୟା ସମ୍ଭାବନା, ସ୍ପଷ୍ଟ କଲା ପାଣିପାଗ ବିଭାଗ

cyclone

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଢ଼ିଲା ବାତ୍ୟା ସମ୍ଭାବନା । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଆଜି ଏସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ପାଣିପାଗ ବିଭାଗ ।

Advertisment

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ରୂପ ନେବା ପରେ ଏହା ଲଘୁଚାପ ଓ ପରେ ଅବପାତରେ ପରିଣତ ହୋଇପାରେ । ଅବପାତ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଆସନ୍ତା ୪୮ ଘଣ୍ଟାରେ ଏହା ଲଘୁଚାପରେ ପରିଣତ ହେବ ।

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ଉତ୍ତର-ଆଣ୍ଡାମାନ ସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳରେ ୫.୮ କିମି ଯାଏ ବ୍ୟାପିଛି। ଏହା ଲଘୁଚାପରେ ପରିଣତ ହେବା ସହ ପରେ ୨୨ ତାରିଖ ବେଳକୁ ଅବପାତ ହେବା ସମ୍ଭାବନା ରହିଛି। ଅବପାତ ଘନୀଭୂତ ହୋଇ ବାତ୍ୟା ରୂପ ନେବା ସମ୍ଭାବନା ରହିଛି।

Advertisment

ତେବେ ବାତ୍ୟା ହେଲେ ତାହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ସେ ସମୟରେ ପବନର ବେଗ କେତେ ରହିବ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି।    ଓଡ଼ିଶାବାସୀଙ୍କ ମନରେ ବାତ୍ୟାକୁ ନେଇ ଛନକା ବଢ଼ିଯାଇଛି ।

ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏଥିନିମନ୍ତେ ଆଜି ଅପରାହ୍ନ ୪ଟାରେ ଉଚ୍ଚସ୍ତରୀୟ ବୈଠକ ବସିବ । SRC ଦାୟିତ୍ୱରେ ଥିବା ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ହେବ ବୈଠକ ।  ପୂର୍ବ ପ୍ରସ୍ତୁତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ହେବ । ବିଭିନ୍ନ ଜିଲ୍ଲା ପ୍ରଶାସନଙ୍କୁ ମଧ୍ୟ ପ୍ରାକ୍‌ ପ୍ରସ୍ତୁତିକୁ ଜୋରଦାର କରିବାକୁ ଆଜି ନିର୍ଦ୍ଦେଶ ଦିଆଯିବ ବୋଲି ଜଣାଯାଇଛି।

ଆସନ୍ତା ୨୨ ତାରିଖରେ ଅବପାତ ହେବା ପରେ ବାତ୍ୟାର ଚିତ୍ର ସ୍ପଷ୍ଟ ହେବ । ତେଣୁ ୨୩ରୁ ୨୫ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ହେଡକ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ଏଥିସହ ସମ୍ଭାବ୍ୟ ବାତ୍ୟା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ । ୨୨ ତାରିଖଠାରୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଉକ୍ତ ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଯିବାକୁ ବାରଣ କରାଯାଇଛି।

ସୂଚନାଯୋଗ୍ୟ, ଅକ୍ଟୋବର ମାସ ଆସିଲେ ଓଡ଼ିଶାବସୀଙ୍କ ମନରେ ଛନକା ପଶେ। କାରଣ ବର୍ଷର ମୁଖ୍ୟତଃ ଏହି ମାସରେ ରାଜ୍ୟକୁ ବାତ୍ୟା ଆଶଙ୍କା ଥାଏ। ପୂର୍ବରୁ ମହାବାତ୍ୟା ସମେତ ଆହୁରି ବହୁ ବାତ୍ୟା ଅକ୍ଟୋବରରେ ଆସି ରାଜ୍ୟର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ପୁଣି ଥରେ ଘନେଇଛି ବାତ୍ୟା ସମ୍ଭାବନା ।