Advertisment

ସ୍ଥଳଭାଗ ଛୁଇଁବନି ବାତ୍ୟା, କିନ୍ତୁ ୧୦ ସନ୍ଧ୍ୟାରୁ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସନ୍ଧ୍ୟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବନି ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆରକେ ଜେନାମଣି। ସେ କହିଛନ୍ତି, ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଘନୀଭୂତ ହୋଇଛି। ବର୍ତ୍ତମାନ ଏହା ସ୍ପଷ୍ଟ ଲଘୁଚାପରେ ପରିଣତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ […]

ଅଦ୍ୟତନ ହୋଇଛି
ସ୍ଥଳଭାଗ ଛୁଇଁବନି ବାତ୍ୟା, କିନ୍ତୁ ୧୦ ସନ୍ଧ୍ୟାରୁ ବର୍ଷା

cyclone

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସନ୍ଧ୍ୟାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁବନି ବୋଲି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆରକେ ଜେନାମଣି। ସେ କହିଛନ୍ତି, ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ଆହୁରି ଘନୀଭୂତ ହୋଇଛି। ବର୍ତ୍ତମାନ ଏହା ସ୍ପଷ୍ଟ ଲଘୁଚାପରେ ପରିଣତ ହୋଇ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି।

Advertisment

ଆସନ୍ତା ୩ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଅବପାତ ଅଧିକ ଘନୀଭୂତ ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାତ୍ୟାରେ ପରିଣତ ହେବ। ବାତ୍ୟାରେ ପରିଣତ ହେବା ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏହାପରେ ୧୦ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିବ। କିନ୍ତୁ ସ୍ଥଳ ଭାଗକୁ ଆସିବ ନାହିଁ। ଅର୍ଥାତ ବାତ୍ୟା ଲ୍ୟାଣ୍ତଫଲ କରିବ ନାହିଁ। ୧୦ ତାରିଖ ସନ୍ଧ୍ୟା ବେଳକୁ ଏହା ରିକର୍ଭ କରି ଉତ୍ତର-ଉତ୍ତର ପୂର୍ବ ଦିଗ ଆଡ଼କୁ ଯିବ ବୋଲି ଶ୍ରୀ ଜେନାମଣି କହିଛନ୍ତି।

ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ସମାନ କଥା କହିଛନ୍ତି। ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଲ୍ୟାଣ୍ଡଫଲ୍ କରିବନି। ୧୦ ସନ୍ଧ୍ୟା ପରେ ବାତ୍ୟା ଦିଗ ପରିବର୍ତ୍ତନ କରିବ। ଦିଗ ବଦଳାଇ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ। ଦିଗ ବଦଳାଇବା ପରେ ବାତ୍ୟା ଆଉ ସ୍ଥଳଭାଗ ଛୁଇଁବନି। ଓଡ଼ିଶା ହେଉ କି ଆନ୍ଧ୍ର, ବାତ୍ୟା କେଉଁବି ଲ୍ୟାଣ୍ଡଫଲ୍ କରିବନି।

Advertisment

ଲ୍ୟାଣ୍ଡଫଲ୍ ନକରି ବାତ୍ୟା ସମୁଦ୍ର ଉପରେ ଚାଲିଯିବ। ସମାନ୍ତରାଳ ଭାବେ ସମୁଦ୍ରରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ। ବାତ୍ୟା ଯୋଗୁ ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ସେହିପରି ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ୮ ସୁଦ୍ଧା କୂଳକୁ ଚାଲି ଆସିବାକୁ କୁହାଯାଇଛି।

ବାତ୍ୟା ଲ୍ୟାଣ୍ଡଫଲ କରିବାକୁ ନଥିଲେ ହେଁ ୧୦ ସଂଧ୍ୟା ପରେ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ବିଶେଷ କରି ଗଂଜାମ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ହେବ। ସେହିପରି ଆଉ କିଛି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe