Advertisment

୬ରେ ଲଘୁଚାପ ହେବା ଥୟ, ବାତ୍ୟା ଅସ୍ପଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୬ ତାରିଖରେ ଲଘୁଚାପ ସୃଷ୍ଟି ହେବା ଥୟ। ହେଲେ ଲଘୁଚାପ ବାତ୍ୟା ରୂପ ନେବ ନା ନାହିଁ ଏବେ ବି ଆକାଳନ ଅସ୍ପଷ୍ଟ। ୫ ତାରିଖ ବେଳକୁ ଏହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗର ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି। ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ଘୂର୍ଣ୍ଣିବଳୟ ରୂପ ନେବ। ତେବେ ପାଣିପାଗ ବିଭାଗର ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ଆକଳନ କରୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି। ଭାରତୀୟ ପାଣିପାଗ […]

୬ରେ ଲଘୁଚାପ ହେବା ଥୟ, ବାତ୍ୟା ଅସ୍ପଷ୍ଟ

batya

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୬ ତାରିଖରେ ଲଘୁଚାପ ସୃଷ୍ଟି ହେବା ଥୟ। ହେଲେ ଲଘୁଚାପ ବାତ୍ୟା ରୂପ ନେବ ନା ନାହିଁ ଏବେ ବି ଆକାଳନ ଅସ୍ପଷ୍ଟ। ୫ ତାରିଖ ବେଳକୁ ଏହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗର ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି। ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ଘୂର୍ଣ୍ଣିବଳୟ ରୂପ ନେବ।

Advertisment

ତେବେ ପାଣିପାଗ ବିଭାଗର ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ଆକଳନ କରୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବିଭାଗୀୟ ମଡେଲ୍ ମୁତାବକ ଏବେ ଆଉ ଲଘୁଚାପ ନେଇ ସନ୍ଦେହ ନାହିଁ। ହେଲେ ଲଘୁଚାପ ପରେ ଏହା କେତେ ଘନୀଭୂତ ହେବ, କେଉଁ ରୂପ ନେବ, ବାତ୍ୟା ହେଲେ ତାର ପ୍ରଭାବ କଣ ରହିବ ଏବଂ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେଥିପାଇଁ ଆଉ ୩ରୁ ୪ ଦିନ ଅପେକ୍ଷା କରିବାକୁ ପଡ଼ିବ। ତେବେ ବାତ୍ୟା ପାଇଁ ଅନୁକୂଳ ବାତାବରଣ ଥିବାରୁ ବିଭିନ୍ନ ମଡେଲ୍ ଅନୁସାରେ ବାତ୍ୟା ସମ୍ଭାବନା ରହୁଥିବା କହିଛନ୍ତି ଆଇଏମଡି ବୈଜ୍ଞାନିକ ଆର.କେ. ଜେନାମଣି।

୯ରୁ ୧୦ ତାରିଖ ଭିତରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ନେଇ ଇନ୍କୋ ଇସ୍ ଓ ଓ୍ୱିଣ୍ଡି ଭଳି କିଛି ମଡେଲ୍ ଆକଳନ କରିଛି। ଯାହା ଲୋକଙ୍କ ମନରେ ବାତ୍ୟାର ଭୟ ସଞ୍ଚାର କରିଛି।

Advertisment

ଇନ୍କୋଇସ୍ ମଡେଲ୍ ଆସନ୍ତା ୯ ତାରିଖ ବେଳକୁ ବାତ୍ୟା ଉତ୍ତର ବାଲେଶ୍ୱରରେ ଲ୍ୟାଣ୍ଡ ଫଲ୍ କରିବାର ସମ୍ଭାବନାକୁ ଦର୍ଶାଉଛି। ଯେତେବେଳେ କି ଓ୍ୱିଣ୍ଡି ମଡେଲ୍ କହୁଛି ୧୦ ତାରିଖ ବେଳକୁ ପାରାଦୀପରୁ ଧାମରା ଭିତରେ ବାତ୍ୟା ଲ୍ୟାଣ୍ଡଫଲ୍ କରିପାରେ। ତେବେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା କଥା ବର୍ତ୍ତମାନ ଯେଉଁ ମଡେଲ୍ ଦେଖାଉଛି ସେ ଅନୁଯାୟୀ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ିପାରେ। ଆଗକୁ ଏଥିରେ ପରିବର୍ତ୍ତନ ବି ହୋଇପାରେ। ତେଣୁ ସେଥିପାଇଁ ୫ କିମ୍ବା ୬ ତାରିଖ ବେଳକୁ ହିଁ ଚିତ୍ର ସ୍ପଷ୍ଟ ହେବ।

ତେଣେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସଜାଗ ହେଲାଣି ପ୍ରଶାସନ। ପୂର୍ବରୁ ଫନିର କରାଳରୂପ ଦେଖିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ପ୍ରସ୍ତୁତି ବୈଠକ ହୋଇଛି। ପ୍ରାଥମିକ ପ୍ରସ୍ତୁତି ବୈଠକରେ ବିଏମସି ମେୟର ସୁଲୋଚନା ଦାଶଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ। ଲୋକଙ୍କ ସୁରକ୍ଷାଠୁ ଆରମ୍ଭ କରି ଡ୍ରେନେଜ୍ ଓ ସ୍ୱରେଜ ଜଳ ନିଷ୍କାସନ ବ୍ୟବସ୍ଥା, ଜଳବନ୍ଦୀ ସମସ୍ୟାର ସମାଧାନ, ବିଦ୍ୟୁତ ଯୋଗାଣ, ରାସ୍ତା ସଫେଇ ସମ୍ପର୍କରେ ପ୍ରାକ୍ ପ୍ରସ୍ତୁତି ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe