Advertisment

ଓଡ଼ିଶାରେ ଲ୍ୟାଣ୍ଡଫଲ୍‌ କରିବନି ବାତ୍ୟା ‘ସିତ୍ରାଙ୍ଗ’!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶାରେ ସ୍ଥଳ ଭାଗ ଛୁଇଁବ ନାହିଁ। ଓଡ଼ିଶା ଉପକୂଳରୁ କିଛି ଦୂରରେ ଘଷି ହୋଇ ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ମୁହାଁଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ୨୨ ତାରିଖରେ ଅବପାତର ରୂପ ନେବ। ୨୩ ତାରିଖରେ ଏହା ଗଭୀର ଅବପାତରେ ପରିଣତ ହେବ। ୨୪ ତାରିଖରେ ଘୁର୍ଣ୍ଣିବାତ୍ୟାରେ […]

ଅଦ୍ୟତନ ହୋଇଛି
ଆସୁଛି ‘ଜୱାଦ’: ସର୍ବାଧିକ ୧୦୦ କିମି ବେଗରେ ବହିବ ପବନ

cyclone

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ‘ସିତ୍ରାଙ୍ଗ’ ଓଡ଼ିଶାରେ ସ୍ଥଳ ଭାଗ ଛୁଇଁବ ନାହିଁ। ଓଡ଼ିଶା ଉପକୂଳରୁ କିଛି ଦୂରରେ ଘଷି ହୋଇ ପଶ୍ଚିମବଙ୍ଗ-ବାଂଲାଦେଶ ଆଡ଼କୁ ମୁହାଁଇବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ୨୨ ତାରିଖରେ ଅବପାତର ରୂପ ନେବ। ୨୩ ତାରିଖରେ ଏହା ଗଭୀର ଅବପାତରେ ପରିଣତ ହେବ। ୨୪ ତାରିଖରେ ଘୁର୍ଣ୍ଣିବାତ୍ୟାରେ ପରିଣତ ହେବ। ପରେ ଉତ୍ତର ଉତ୍ତରପୂର୍ବ ଦିଗକୁ ଗତି କରିବାର ସମ୍ଭାବନା ରହିଛି।  ପରେ ଏହା ଉତ୍ତର ଉତ୍ତରପୂର୍ବକୁ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବ ବୋଲି ପୂର୍ବାନୁମାନ କରାଯାଉଛି।

ସମ୍ଭାବ୍ୟ ବାତ୍ୟା ମୁକାବିଲା ଲାଗି ଆଜି ସନ୍ଧ୍ୟା ୫ଟାରେ  ମୁଖ୍ୟ ଶାସନ ସଚିବ ଏକ ବୈଠକ  ଡାକିଛନ୍ତି। ବୈଠକରେ ଏସ୍‌ଆରସିଙ୍କ ସମେତ ବରିଷ୍ଠ ଅଧିକାରୀ ଯୋଗଦେବେ।

Advertisment

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ପ୍ରଭାବିତ ହେବାକୁ ଥିବା ୭ଟି ଉପକୂଳ ଜିଲ୍ଲାକୁ ଚିଠି ଲେଖି ସତର୍କ କରାଇଛନ୍ତିଏସ୍‌ଆରସି।  ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର। ଦୀପାବଳି ଛୁଟି ବାତିଲ କରି ୨୩ ଓ ୨୪ ତାରିଖରେ ଜିଲ୍ଲା ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି। ୨୨ ତାରିଖ ସୁଦ୍ଧା ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀମାନଙ୍କୁ ଉପକୂଳକୁ ଫେରି ଆସିବାକୁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe