Advertisment

କରୋନା ସଙ୍କଟ ସମୟରେ ଓଡ଼ିଶାକୁ ବାତ୍ୟା ଆଶଙ୍କା, ଗତବର୍ଷ ମେ’ରେ ଆସିଥିଲା ‘ଫଣି’

ଭୁବନେଶ୍ୱର: ଏବେ ଓଡ଼ିଶା ସମେତ ପୂରା ବିଶ୍ୱ ସଙ୍କଟ ସମୟ ଦେଇ ଗତି କରୁଛି। ଏହି ଆଉ ଏକ ବିପଦ ଓଡ଼ିଶା ଉପରକୁ ଆସୁଛି। ଆସନ୍ତା ମାସରେ ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ମିଳିଥିବା ସୂଚନା ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ଗତ ବର୍ଷ ମେ’ ୩ରେ ଲ୍ୟାଣ୍ଡଫଲ୍‌ କରି ତାଣ୍ଡବ ରଚିଥିବା ‘ଫଣି’ ପରି ଭୟଙ୍କର ହୋଇପାରେ ବୋଲି ମଧ୍ୟ କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, […]

ଅଦ୍ୟତନ ହୋଇଛି
କରୋନା ସଙ୍କଟ ସମୟରେ ଓଡ଼ିଶାକୁ ବାତ୍ୟା ଆଶଙ୍କା, ଗତବର୍ଷ ମେ’ରେ ଆସିଥିଲା ‘ଫଣି’

Cyclone-2

Advertisment

ଭୁବନେଶ୍ୱର: ଏବେ ଓଡ଼ିଶା ସମେତ ପୂରା ବିଶ୍ୱ ସଙ୍କଟ ସମୟ ଦେଇ ଗତି କରୁଛି। ଏହି ଆଉ ଏକ ବିପଦ ଓଡ଼ିଶା ଉପରକୁ ଆସୁଛି। ଆସନ୍ତା ମାସରେ ଓଡିଶା ପାଇଁ ବାତ୍ୟାର ଭୟ ରହିଛି। ମିଳିଥିବା ସୂଚନା ଚଳିତ ବର୍ଷ ମେ’ରେ ଏହି ବାତ୍ୟା ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏହା ଗତ ବର୍ଷ ମେ’ ୩ରେ ଲ୍ୟାଣ୍ଡଫଲ୍‌ କରି ତାଣ୍ଡବ ରଚିଥିବା ‘ଫଣି’ ପରି ଭୟଙ୍କର ହୋଇପାରେ ବୋଲି ମଧ୍ୟ କୁହାଯାଉଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ମେ’ ୧ ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ପୁଣେର Indian Institute of Tropical Metrology (IITM) ଏବଂ ଆମେରିକାର Global Forecast System (GFS)ର ସୂଚନା ଅନୁଯାୟୀ, ଏହି ସାଇକ୍ଲୋନିକ ସିଷ୍ଟମ୍‌ ଭାରତୀୟ ଉପକୂଳ ଆଡ଼କୁ ମୁହାଁଇ ମିଆଁମାର ଏବଂ ବାଂଲାଦେଶ ସୀମା ଆଡ଼କୁ ଗତି କରିବ ବୋଲି ପୂର୍ବାନୁମାନ କରାଯାଉଛି।

ଏହି ପୂର୍ବାନୁମାନରୁ ଜଣାପଡିଛି ଯେ, ଏହି ସାଇକ୍ଲୋନିକ ସିଷ୍ଟମ ମିଆଁମାର-ବାଂଲାଦେଶରେ ପାଖାପାଖି ମେ’ ୪-୫ ଆଡ଼କୁ ଲ୍ୟାଣ୍ଡଫଲ କରିପାରେ।
IITM ପୁଣେର ପୂର୍ବାନୁମାନଯାୟୀ, ମେ’ ମାସ ୧ ରେ ଆଣ୍ଡାମାନ ସାଗର ନିକଟରେ ସାଇକ୍ଲୋନେଜେନେସିସ୍ ହେବାର ପ୍ରାୟ ୪୦ ପ୍ରତିଶତ ସମ୍ଭାବନା ରହିଛି ଏବଂ ଏହା ଧୀରେଧୀରେ ମିଆଁମାର–ବାଂଲାଦେଶ ସୀମା ଆଡକୁ ଗତି କରିପାରେ। ତେବେ ଏହାର ଗତି ବଦଳିବାକୁ ଏଡ଼ାଇ ଦେଇ ହେବନି।

Advertisment

ସେହିପରି, ଆମେରିକାର National Oceanic and Atmospheric Sciences’ (NOAA) Global Forecast System (GFS)ର ପୂର୍ବାନୁମାନଯାୟୀ, ଏପ୍ରିଲ୍ ୩୦ ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଦକ୍ଷିଣ ପୂର୍ବରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହାପରେ ମେ’ ମାସ ୧ ତାରିଖରେ ଏହି ସାଇକ୍ଲୋନିକ୍‌ ସିଷ୍ଟମ୍‌ ଆଣ୍ଡାମାନ ଓ ନିକୋବର ଦେଇ ଗତି କରିବ।

ଯେହେତୁ GFS ଅନୁଯାୟୀ ସାଇକ୍ଲୋନ୍‌ ସବୁବେଳେ ଉତ୍ତର ଦିଗକୁ ଗତି କରିଥାଏ, ତେଣୁ ଏହି ସାଇକ୍ଲୋନିକ୍‌ ସିଷ୍ଟମଟି ମେ ୨ ରେ ଆଣ୍ଡାମାନ ଓ ନିକୋବର ଅତିକ୍ରମ କରି ମିଆଁମାର ଆଡକୁ ଯିବ। ମେ’ ୩ ରେ ମିଆଁମାରରେ ଏହା ଲ୍ୟାଣ୍ଡଫଲ କରିପାରେ।

ତଥାପି ଓଡିଶା ପାଇଁ ଆଶ୍ୱସ୍ତି ପୂର୍ଣ୍ଣ ଖବର ଏହା ଯେ, ଏହି ଲଘୁଚାପ ଡିପ୍ରେସନ୍‌ରେ ପରିଣତ ହେବାପରେ ଏହା ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି। ଫଳରେ ଓଡ଼ିଶା ଉପରେ ଏତେ ମାତ୍ରାରେ ଏହାର ପ୍ରଭାବ ପଡ଼ିବ ନାହିଁ ବୋଲି ଆଶଙ୍କା କରାଯାଉଛି।

NOAA- GFS ମଡେଲ ଅନୁଯାୟୀ, ଏହି ବାତ୍ୟାର ପ୍ରଭାବରେ ମେ’ ୨ ରେ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଯାଜପୁର, ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ପୁରୀ, ନୟାଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe