ଜଗତସିଂହପୁର (ଓଡ଼ିଶା ରିପୋର୍ଟର): ବାତ୍ୟା ଫୋନି ତାଣ୍ଡବର ୪ ଦିନ ପରେ ମଧ୍ୟ ମିଳିନି ବିପନ୍ନଙ୍କୁ ସହାୟତା। ପ୍ରତିବାଦରେ ଆଜି ଜଗତସିଂହପୁର ରଘୁନାଥପୁର ବ୍ଲକ ଜୟଶୋଳ ଓ ତରିକୁନ୍ଦ ଅଂଚଳର ଲୋକେ କାଦରପୁର- ମାଛଗାଁ ରାସ୍ତାର ଧନିପୁରଠାରେ ରାସ୍ତାରୋକ କରିଥିଲେ। ଶତାଧିକ ସଂଖ୍ୟାରେ ଲୋକେ ଏକାଠି ହୋଇ ସହାୟତା ପ୍ରଦାନ ପାଇଁ ଦାବି କରିଥିଲେ। ବାତ୍ୟା ପରେ ଗୋଟିଏ ଦିନ ରନ୍ଧାଖାଦ୍ୟ ଦିଆଯାଇଥିଲା। ତା’ପରେ ଆଉ କୌଣସି ସାହାଯ୍ୟ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ଲୋକେ। ଲୋକଙ୍କୁ ରିଲିଫ୍ ଯୋଗାଇଦେବା ସହ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି।
ଜଣେ ବାତ୍ୟା ବିପନ୍ନ କହିଛନ୍ତି,“ବାତ୍ୟା ପାଇଁ ଗୋଟିଏ ଦିନ ରନ୍ଧାଖାଦ୍ୟ ଦିଆଯାଇଥିଲା। ତା’ପରେ ପ୍ରଶାସନ ଏଠାକୁ ଆସିନାହିଁ। ଲୋକଙ୍କୁ ପଲିଥିନ ଓ ଶୁଖିଲା ଖାଦ୍ୟ ଦିଆଯାଇ ନାହିଁ। ଲୋକେ ବହୁ ଦୁଃଖ ଓ କଷ୍ଟରେ ରହିଛନ୍ତି। ବିଡିଓଙ୍କୁ ଗୁହାରି କଲେ ସେ ଶୁଣୁ ନାହାନ୍ତି। ଆମେ ଦାବି କରୁଛି ପ୍ରଶାସନ ଆମ ଅଞ୍ଚଳକୁ ଆସି ସର୍ଭେ କରନ୍ତୁ। ଯାହାର ଘର ଭାଙ୍ଗିଛି ତାଙ୍କୁ ଟଙ୍କା ଦିଆଯାଉ। ଏହାସହ ଲୋକଙ୍କୁ ପଲିଥିନ୍ ଓ ଶୁଖିଲା ଖାଦ୍ୟ ଦିଆଯାଉ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଏଣିକି ସରକାରୀ ସାର୍ଟିଫିକେଟ୍ ପାଇଁ ‘ଆଧାର’ ବାଧ୍ୟତାମୂଳକ: ବିଜ୍ଞପ୍ତି ଜାରି କଲେ ରାଜ୍ୟ ସରକାର
ରାଜ୍ୟ ସରକାର ବିଭିନ୍ନ ପ୍ରକାରର ସାଟିଁଫିକେଟର ଜାଲିଆତି ରୋକିବା ସହ ସରକାରୀ ସେବାରେ ପାରଦର୍ଶୀ ଆଣିବା ନିମନ୍ତେ ‘ଆଧାର’କୁ ସରକାରୀ ସେବା ନିମନ୍ତେ ଏକ ଦୃଢ଼ ପରିଚୟ ପ୍ରମାଣ ଭାବେ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Politics
୩୮୭୯ କୋଟି ଟଙ୍କାର ୧୭ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ: ୧୧ ଜିଲ୍ଲାରେ ୧୦୫୮୪ ନୂଆ ନିଯୁକ୍ତି ସୁଯୋଗ
ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ବୈଠକରେ ପ୍ଲାଷ୍ଟିକ, ଟେକ୍ସଟାଇଲ, ଇଲୋକ୍ଟ୍ରୋନିକ୍ସ, ଫୁଡ୍ ପ୍ରୋସେସିଂ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଲଜିଷ୍ଟିକ ଓ କେମିକାଲ ଆଦି କ୍ଷେତ୍ରର ୧୭ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।

Miscellaneous
କଠୋର ହେଲେ ମୋହନ ସରକାର : କର୍ମଚାରୀ ବିଳମ୍ବରେ ଆସିଲେ କଟିବ ଛୁଟି, ଏଆଇ କ୍ୟାମେରା ରଖିବ ନଜର
ସରକାରୀ ଅଫିସକୁ ବିଳମ୍ବରେ ଆସିବା ଉପରେ ପୂର୍ଣ୍ଣଚ୍ଛେଦ ପକାଇବା ନିମନ୍ତେ ସରକାର ଏଆଇ ଆଧାରିତ କ୍ୟାମେରା, ରେଡିଓ ଫ୍ରିକ୍ୱେିନ୍ସି ଆଇକାର୍ଡ ଓ ଲଗାତାର ୩ଥର ୩୦ମିନିଟ୍ ବିଳମ୍ବ ପାଇଁ ଗୋଟିଏଦିନର ସିଏଲ୍ କାଟିଦେବା ଭଳି କଠୋର ନିଷ୍ପତ୍ତି ନେଇଛନ୍ତି ।

Miscellaneous
ପାଣ୍ଡିଆନପନ୍ଥୀଙ୍କୁ ଓଡ଼ିଶା ଦାୟିତ୍ୱ: ଭିନିଲଙ୍କୁ ବଲାଙ୍ଗୀର ଓ ଭିଭି ଯାଦବଙ୍କୁ ଢେଙ୍କାନାଳ
ପାଣ୍ଡିଆନଙ୍କ କୋରଟିମ୍ ସଦସ୍ୟ ଥିବା ଅଫିସରମାନେ ଜଣକପରେ ଜଣେ ଦିଲ୍ଲୀକୁ ଡେପୁଟେସନରେ ପଳାଇଥିବାବେଳେ ଏବେ ଓଲଟା ଦିଲ୍ଲୀ ଆଡ଼ୁ ସେମାନଙ୍କୁ ଓଡ଼ିଶାର ଦାୟିତ୍ୱ ନ୍ୟସ୍ତ ହୋଇଥିବା ଜଣାପଡ଼ିଛି ।

Guest Column
ମୋହନଙ୍କ ଆତ୍ମବିଶ୍ୱାସଭରା ଭାବମୂର୍ତ୍ତି
ମୋହନ ମାଝୀଙ୍କ ଭିତରେ ବିଶ୍ୱାସ ବି ଆସିଛି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କର ତାଙ୍କ ପ୍ରତି ସଦିଚ୍ଛା ଓ ଶୁଭେଚ୍ଛା ବହୁମାତ୍ରାରେ ରହିଛି। ଏହା ସମ୍ଭବତଃ ତାଙ୍କ ଆତ୍ମବିଶ୍ୱାସ ବୃଦ୍ଧିରେ ମୁଖ୍ୟ କାରଣ ହୋଇଛି।