Advertisment

ଓଡ଼ିଶା ଛୁଇଁବ ନାହିଁ ବାତ୍ୟା, ତଥାପି ସରକାର ପ୍ରସ୍ତୁତ : ଏସଆରସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତା ୮ତାରିଖରେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ରେ ପରିଣତ ହେଲେ ମଧ୍ୟ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ତଥାପି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଭାରତୀୟ ପାଣିପାଗ ବିଭାଗ( ଆଇଏମଡି) ଓ ଆମେରିକୀ ନୌସେନାରର ଜଏଂଟ୍ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର […]

author-image
Ordigital Desk
ଅଦ୍ୟତନ ହୋଇଛି
ଓଡ଼ିଶା ଛୁଇଁବ ନାହିଁ ବାତ୍ୟା, ତଥାପି ସରକାର ପ୍ରସ୍ତୁତ : ଏସଆରସି

SRC

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତା ୮ତାରିଖରେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ରେ ପରିଣତ ହେଲେ ମଧ୍ୟ ଓଡ଼ିଶା ପ୍ରତି କୌଣସି ବିପଦ ନାହିଁ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି । ତଥାପି ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଭାରତୀୟ ପାଣିପାଗ ବିଭାଗ( ଆଇଏମଡି) ଓ ଆମେରିକୀ ନୌସେନାରର ଜଏଂଟ୍ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର (ଜେଟିଡବ୍ଲ୍ୟୁସି)ର ଆକଳନ ଅନୁସାରେ ଏହି ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବରଂ ଓଡ଼ିଶାଠୁ ୧୫୦-୨୦୦କିମି ଦୂରରେ ସମୁଦ୍ର ମଧ୍ୟରେ ସମାନ୍ତରାଳରେ ଉତ୍ତର ବଙ୍ଗୋପସାଗର ଆଡ଼େ ମୁହାଁଇବ ବୋଲି ଶ୍ରୀ ଜେନା କହିଛନ୍ତି ।

Advertisment

ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳ ଛୁଇଁବ ନାହିଁ ବୋଲି ଉଭୟ ଆଇଏମଡି ଓ ଆମେରିକାର ଜେଟିଡବ୍ଲ୍ୟୁସିର ଆକଳନରୁ ଜଣାପଡ଼ିଛି । ୮ ତାରିଖ ସୁଦ୍ଧା ଏହି ଅବପାତ ଅଧିକ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବ ଓ ଏହା କ୍ରମଶଃ ଉପକୂଳ ଆଡ଼େ ମୁହାଁଇବ । ଏହି ଅବପାତ ଏବେ ପୁରୀଠାରୁ ଦକ୍ଷିଣ ପଶ୍ଚିମରେ ୧୨୫୦କିମି ଦୂରରେ ରହିଛି । ଏହି ବାତ୍ୟା ଓଡ଼ିଶା ଉପକୂଳ ନଛୁଇଁ ୧୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଉପକୂଳରୁ ପ୍ରାୟ ୧୫୦-୨୦୦କିମି ଦୂରରୁ ଉତ୍ତର-ପଶ୍ଚିମରେ ଦିଗ ବଦଳାଇ ଉତ୍ତର ବଙ୍ଗୋପସାଗର ଆଡ଼େ ମୁହାଁଇବ । ତେଣୁ ୧୧ ଓ ୧୨ତାରିଖରେ ସମ୍ଭାବ୍ୟ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହା ଜଣାପଡ଼ିବ । ତେବେ ଏପର୍ଯ୍ୟନ୍ତ ଯାହା ସବୁ ପାଣିପାଗ ମଡେଲ ରହିଛି, ସେଥିରେ ଓଡ଼ିଶା ପ୍ରତି ବାତ୍ୟା ବିପଦ ନଥିବା କୁହାଯାଉଛି ।

୮ ତାରିଖ ସକାଳ ପରେ ଆଉ ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅବଶ୍ୟ ଏହି ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳ ନଛୁଇଁଲେ ମଧ୍ୟ ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଗଞ୍ଜାମ, ଗଜପତି ଓ ପୁରୀରେ ୭୦ରୁ ୧୧୦ମିମି ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୧୧ ତାରିଖରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକରେ ମଧ୍ୟ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସମ୍ଭାବନା କମ୍ । ମାତ୍ର କିଛି ସ୍ଥାନରେ ତଳିଆ ଅଂଚଳରେ ପାଣି ଜମିବାର ଆଶଙ୍କା ଥିବାରୁ ସେଠାରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ‍ବୋଲି ଏସ୍‌ଆର୍‌ସି କହିଛନ୍ତି।

Advertisment

ସେ କହିଛନ୍ତି, ରାଜ୍ୟ ସରକାର ଯେଉଁ ୧୮ଟି ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ସେମାନଙ୍କଠୁ ମିଳିଥିବା ତଥ୍ୟ ଅନୁସାରେ ଏବେ ୮୬୨ଟି ସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖାଯାଇଛି । ସେଥିରେ କୋଭିଡ୍ ଗାଇଡଲାଇନ ପାଳନ କରି ପ୍ରାୟ ୧.୬୦ଲକ୍ଷ ଲୋକ ରହିପାରିବେ । ସେହିପରି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ୬୬୬୧ଟି କୋଠା ଚିହ୍ନଟ ହୋଇଛି । ସେଥିରେ ୬ଲକ୍ଷରୁ ଅଧିକ ଲୋକ ରହିପାରିବେ । ତେଣୁ ଆବଶ୍ୟକ ଅନୁସାରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାୟ ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନକୁ ଆଣିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ହୋଇସାରିଛି ।

ଏହାବ୍ୟତୀତ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ସେବା ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି । ଆବଶ୍ୟକ ପଡ଼ିଲେ ସେମାନଙ୍କର ସେବା ନିଆଯାଇପାରେ । ବାତ୍ୟା ଓଡ଼ିଶା ଛୁଇଁବାର ସମ୍ଭାବନା ଥିବାରୁ ଏହି ଏଜେନ୍ସୀଗୁଡ଼ିକର ସେବା ଆବଶ୍ୟକ ପଡ଼ିନପାରେ । ତଥାପି ଏନଡିଆରଏଫ ଟିମର ଯାତାୟତ ନିମନ୍ତେ କଟକ ଜିଲ୍ଲାପାଳଙ୍କୁ ଗାଡ଼ିର ବନ୍ଦୋବସ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସ୍‌ଆର୍‌ସି କହିଛନ୍ତି।

ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ସବୁ ପ୍ରକାରର ପ୍ରସ୍ତୁତି କରୁଛନ୍ତି । ଜିଲ୍ଲାପାଳମାନଙ୍କ ସହ ନିୟମିତ ଯୋଗାଯୋଗ ରକ୍ଷା କରି ସବୁ ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁବିଧା ନିମନ୍ତେ ଯେଉଁଠି ଯାହା ଆବଶ୍ୟକ ପଡ଼ୁଛି ତାହା କରିବା ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ କୁହାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି ।