Advertisment

ଧାମରା ଠାରୁ ୮୫ କିମି ଦୂରରେ ବାତ୍ୟା ୟାସ, ଦିନ ୧୧ରୁ ୧ଟା ମଧ୍ୟରେ ଲ୍ୟାଣ୍ଡଫଲ

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟା ୟାସ ସ୍ଥଳ ଭାଗକ ଆଡ଼କୁ ମାଡ଼ି ଆସୁଛି। ଆଉ କିଛି ଘଣ୍ଟା ମଧ୍ୟରେ ଏହା ଧାମରାରେ ପହଞ୍ଚିବ। ଏବେ ଏହା ଭଦ୍ରକର ଧାମରା ଠାରୁ ମାତ୍ର ୮୫ କିମି ଦୂରରେ ରହିଛି। ସେହିପରି ଏହା ପାରଦୀପ ଠାରୁ ୯୦ କିମି ଓ ବାଲେଶ୍ୱର ଠାରୁ ୧୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଘଣ୍ଟାପ୍ରତି ଏହା ୧୨ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଲ୍ୟାଣ୍ଡଫଲ ପ୍ରକ୍ରିୟା ମଧ୍ୟାହ୍ନ ୧୧ଟାରୁ ୧ […]

ଅଦ୍ୟତନ ହୋଇଛି
ଧାମରା ଠାରୁ ୮୫ କିମି ଦୂରରେ ବାତ୍ୟା ୟାସ, ଦିନ ୧୧ରୁ ୧ଟା ମଧ୍ୟରେ ଲ୍ୟାଣ୍ଡଫଲ

IMD13

Advertisment

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟା ୟାସ ସ୍ଥଳ ଭାଗକ ଆଡ଼କୁ ମାଡ଼ି ଆସୁଛି। ଆଉ କିଛି ଘଣ୍ଟା ମଧ୍ୟରେ ଏହା ଧାମରାରେ ପହଞ୍ଚିବ। ଏବେ ଏହା ଭଦ୍ରକର ଧାମରା ଠାରୁ ମାତ୍ର ୮୫ କିମି ଦୂରରେ ରହିଛି। ସେହିପରି ଏହା ପାରଦୀପ ଠାରୁ ୯୦ କିମି ଓ ବାଲେଶ୍ୱର ଠାରୁ ୧୪୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି।

Advertisment

ଘଣ୍ଟାପ୍ରତି ଏହା ୧୨ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ଲ୍ୟାଣ୍ଡଫଲ ପ୍ରକ୍ରିୟା ମଧ୍ୟାହ୍ନ ୧୧ଟାରୁ ୧ ଟା ଯାଏ ଚାଲିବ। ବାତ୍ୟା ୟାସ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବନର ବେଗ ସର୍ବାଧିକ ୧୮୫ କିମି ରହିବ। ଏବେ ଠାରୁ ହିଁ ଧୀରେଧୀରେ ପବନ ଓ ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଚାନ୍ଦବାଲିରେ ସର୍ବାଧିକ ୧୩୮ମିମି ଓ ପାରାଦୀପରେ ୧୨୭ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ପବନର ବେଗ ସମୁଦ୍ରରେ ସର୍ବାଧିକ ୧୩୫ କିମି ରହିଛି।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସମୁଦ୍ର ମଧ୍ୟରେ ଏହାର ଗତି ଧିମା ହୋଇଯାଇଥିବାରୁ ଆକଳନ ଠାରୁ ବାତ୍ୟା ଆହୁରି ତୀବ୍ର ରୂପ ଧାରଣ କରିବାର ଆଶଙ୍କା ପ୍ରକାଶ ପାଇଛି। ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଜୁଆର ମଧ୍ୟ ଉଠିବାର ଆକଳନ କରିଛି ପାଣିପାଗ ବିଭାଗ। ଏପରି କି ସମୁଦ୍ର ଜଳ ଭଦ୍ରକ, କେନ୍ଦ୍ରାପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ସ୍ଥଳ ଭାଗକୁ ମାଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ବେଳେ ପ୍ରଥମେ ପୂର୍ବ ଦିଗରୁ ପବନ ବହିବ।

Advertisment
Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe