ପାରାଦୀପଠାରୁ ୪୯୦ କିମି ଦୂରରେ ୟାସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ଅପଡେଟ୍‌ ନେଇ ଆଏମ୍‌ଡି ସାଇକ୍ଲୋନ ୱାଣ୍ଣିଂ ମୁଖ୍ୟ ରାଜେନ୍ଦ୍ର ଜେନାମଣିଙ୍କଙ୍କ ସୂଚନା। ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ୟାସ୍ । ବାତ୍ୟାର ବେଗ ସାମାନ୍ୟ ବଢ଼ିଛି, ଘଣ୍ଟାକୁ ୫ରୁ୭ କିମି ବେଗରେ ଆ ସୁଛି । କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ୟାସ୍ । ୨୬ ତାରିଖ ମଧ୍ୟାହ୍ନରେ ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ କରିବ। ପୂର୍ଣ୍ଣିମା ଥିବାରୁ ସମୁଦ୍ରରୁ ଜୁଆର ଉଠିବା ନେଇ […]

cyclone1

Tapas Behera
  • Published: Monday, 24 May 2021
  • , Updated: 25 May 2021, 01:06 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ଅପଡେଟ୍‌ ନେଇ ଆଏମ୍‌ଡି ସାଇକ୍ଲୋନ ୱାଣ୍ଣିଂ ମୁଖ୍ୟ ରାଜେନ୍ଦ୍ର ଜେନାମଣିଙ୍କଙ୍କ ସୂଚନା। ଏବେ ପାରାଦୀପ ଠାରୁ ୪୯୦ କିମି ଦୂରରେ ରହିଛି ବାତ୍ୟା ୟାସ୍ । ବାତ୍ୟାର ବେଗ ସାମାନ୍ୟ ବଢ଼ିଛି, ଘଣ୍ଟାକୁ ୫ରୁ୭ କିମି ବେଗରେ ଆ ସୁଛି । କାଲି ସକାଳ ସୁଦ୍ଧା ଭୀଷଣ ବାତ୍ୟାର ରୂପ ନେବ ୟାସ୍ । ୨୬ ତାରିଖ ମଧ୍ୟାହ୍ନରେ ବାଲେଶ୍ୱର ପାଖାପାଖି ଲ୍ୟାଣ୍ଡଫଲ୍ କରିବ। ପୂର୍ଣ୍ଣିମା ଥିବାରୁ ସମୁଦ୍ରରୁ ଜୁଆର ଉଠିବା ନେଇ କୁହାଯାଇଛି। ୨ରୁ ୪ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଉଠିବା ସମ୍ଭାବନା ରହିଛି ।

ବାତ୍ୟା ଲ୍ୟାଣ୍ଡଫଲ୍ ପୂର୍ବରୁ ଅର୍ଥାତ ୨୫ ତାରିଖରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାନା ରହିଛି। ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ଘଟିବ ବୋଲି ଆକଳନ କରାଯାଉଛି। ବିଶେଷ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବାତ୍ୟା ‘ୟାସ’ର ପ୍ରଭାବ ଅଧିକ ରହିବ। ଏ

ହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ୫ ଜିଲ୍ଲାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ବାତ୍ୟା ପରବର୍ତ୍ତୀ ରିଲିଫ୍ କାର‌୍ୟ୍ୟ ତଦାରଖ ପାଇଁ ରାଜ୍ୟ ସରକାର ୫ ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦେଇଛନ୍ତି। ସେହିପରି ଜିଲ୍ଲା ପୁଲିସ୍କୁ ପରାମର୍ଶ ଓ ମାର୍ଗଦର୍ଶନ ପାଇଁ ୫ ବରିଷ୍ଠ ଆଇପିଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି।

Related story