Advertisment

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ସତର୍କସୂଚନା ଜାରି ହୋଇନି।

ଅଦ୍ୟତନ ହୋଇଛି
Weather

Weather

Advertisment

ଦକ୍ଷିଣ-ପୂର୍ବ ବଙ୍ଗୋସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ୮ ତାରିଖ ସକାଳ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୯ ତାରିଖ ବେଳକୁ ତାହା ଅବପାତରେ ପରିଣତ ହୋଇପାରେ। ତା’ପରେ ଏହା କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଉତ୍ତର ଦିଗକୁ ଗତି କରିବ। ସେଠାରେ ଏହା ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା ପାଇଁ କୌଣସି ସତର୍କସୂଚନା ଜାରି କରାଯାଇ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

Advertisment

ସେ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପକୁ ଦୃଷ୍ଟିରେ ରଖି ଦକ୍ଷିଣ-ପୂର୍ବ ବଙ୍ଗୋସାଗର, ତା’ ନିକଟ କେନ୍ଦ୍ରୀୟ ବଙ୍ଗୋସାଗର ଓ ଆଣ୍ଡାମାନ ସାଗରକୁ ମତ୍ସ୍ୟଜୀବୀମାନେ ୭ ତାରିଖରୁ ଯିବା ଉଚିତ ନୁହେଁ। ଯେଉଁ ମତ୍ସ୍ୟଜୀବୀମାନେ ସେହି ଅଞ୍ଚଳରେ ଅଛନ୍ତି, ସେମାନେ ଶୀଘ୍ର ଫେରି ଆସିବା ଉଚିତ। କାରଣ ସେଠାରେ ଯେଉଁ ପାଣିପାଗ ଅବସ୍ଥା ସୃଷ୍ଟି ହେବାକୁ ଯାଉଛି- ତାହା ଦ୍ୱାରା ଡଙ୍ଗା, ଛୋଟ ଜାହାଜ ଓ ଟ୍ରଲର ଇତ୍ୟାଦି ପ୍ରଭାବିତ ହୋଇପାରେ। ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲେ ତାହାର ଗତିପଥ, ତୀବ୍ରତା, କେଉଁ ଅଞ୍ଚଳକୁ ଗତି କରିବ, କେଉଁ ସ୍ଥଳ ଭାଗ ନିକଟରେ ପହଞ୍ଚିବ ସେ ବିଷୟରେ ବିଶେଷ ସୂଚନା ଦିଆଯିବ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।

Rain Alert Weather Report Cyclone Update
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe