Advertisment

ପୁରୀ ଠାରୁ ୯୩୦ କିମି ଦୂରରେ ବାତ୍ୟା ‘ଅସାନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନି ଆଗକୁ ବଢ଼ି ଚାଲିଛି। ଗତ ୬ ଘଣ୍ଟା ଧରି ଏହା ୧୪ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ବାତ୍ୟାଟି ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ୯୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ପୋର୍ଟ ବ୍ଲେୟାରଠାରୁ ଏହା ୪୪୦ କିମି ଓ ବିଶାଖାପାଟଣାଠାରୁ ୮୫୦ କିମି ଦୂରରେ ରହିଛି। ନିକଟତର ହେଉଛି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ବାତ୍ୟା ଅସାନି ବାତ୍ୟା […]

author-image
Hemant Lenka
ଅଦ୍ୟତନ ହୋଇଛି
ପୁରୀ ଠାରୁ ୯୩୦ କିମି ଦୂରରେ ବାତ୍ୟା ‘ଅସାନି’

Cyclone

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନି ଆଗକୁ ବଢ଼ି ଚାଲିଛି। ଗତ ୬ ଘଣ୍ଟା ଧରି ଏହା ୧୪ କିମି ବେଗରେ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ବାତ୍ୟାଟି ପୁରୀଠାରୁ ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଗରେ ୯୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ସେହିପରି ପୋର୍ଟ ବ୍ଲେୟାରଠାରୁ ଏହା ୪୪୦ କିମି ଓ ବିଶାଖାପାଟଣାଠାରୁ ୮୫୦ କିମି ଦୂରରେ ରହିଛି।
ନିକଟତର ହେଉଛି ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ବାତ୍ୟା ଅସାନି

Advertisment

ବାତ୍ୟା ‘ଅସାନି’ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଆହୁରି ଘନୀଭୂତ ହେବ। ଏହା ଭୀଷଣ ବାତ୍ୟା ବା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ସମାନ ଦିଗରେ ଗତି କରିବ। ୧୦ ତାରିଖ ସନ୍ଧ୍ୟା ବେଳକୁ ଭୀଷଣ ବାତ୍ୟା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗର ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳରେ ପହଞ୍ଚିବ

ଏଠାରୁ ଏହା ଦିଗ ବଦଳାଇ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ସମୁଦ୍ର ମଧ୍ୟରେ ସମାନ୍ତରଳ ଭାବେ ଓଡ଼ିଶା ଉପକୂଳ ଅତିକ୍ରମ କରିବ।
ଏହାର ପ୍ରଭାବରେ ୧୦ ତାରିଖ ସନ୍ଧ୍ୟା ବେଳଠାରୁ ଉପକୂଳ ଓଡ଼ିଶାର ଅଧିକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ଗଞ୍ଜାମ, ଗଜପତି ଓ ପୁରୀର ଗୋଟିଏ ଦୁଇ ସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Advertisment

ଏହି ୩ ଜିଲ୍ଲାରେ ୭ରୁ ୧୧ ସେମି ଯାଏ ବର୍ଷା ହୋଇପାରେ। ସେହିପରି ୧୧ ତାରିଖରେ ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଓ କଟକରେ ୭ରୁ ୧୧ ସେମି ଯାଏ ବର୍ଷା ହେବାର ଆଶଙ୍କା ରହିଛି। ୧୨ ତାରିଖରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇପାରେ।

ବାତ୍ୟା ଅସାନି ଯୋଗୁ ଆସନ୍ତାକାଲି ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ପବନର ଘଣ୍ଟାପ୍ରତି ବେଗ ୧୦୫ରୁ ୧୧୫ କିମି ଓ ବେଳେବେଳେ ୧୨୫ କିମି ଛୁଇଁବ। ୧୦ ତାରିଖରେ ବାତ୍ୟାର କେନ୍ଦ୍ରସ୍ଥଳ ଅର୍ଥାତ ପଶ୍ଚିମ କେନ୍ଦ୍ରୀୟ ଓ ପାର୍ଶ୍ୱବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ପବନର ଘଣ୍ଟାପ୍ରତିବେଗ ୯୫ରୁ ୧୦୫ ଏବଂ ବେଳେବେଳେ ୧୧୫ ଛୁଇଁବାର ଆଶଙ୍କା ରହିଛି। ୧୧ ତାରିଖରେ ଉତ୍ତରପଶ୍ଚିମ ଓ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ପବନର ଘଣ୍ଟାପ୍ରତି ବେଗ ୮୦ରୁ ୯୦ ଓ ବେଳେବେଳେ ୧୦୦ କିମି ଛୁଇଁବ। ୧୨ ତାରିଖରେ ଉତ୍ତରପଶ୍ଚିମ ବଙ୍ଗୋପସାଗରେ ପବନର ବେଗ ଘଣ୍ଟାପ୍ରତି ସର୍ବାଧିକ ୮୦ କିମି ରହିବ।

୧୧ ଓ ୧୨ ତାରିଖରେ ଓଡ଼ିଶା ଉପକୂଳରେ ଅର୍ଥାତ ସ୍ଥଳ ଭାଗରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ଓ ବେଳେବେଳେ ଏହା ୬୦ କିମି ମଧ୍ୟ ଛୁଇଁବାର ଆଶଙ୍କା ଥିବା ବିଭାଗ ପଡ଼ରୁ ଜାରି ବୁଲେଟିନରେ କୁହାଯାଇଛି।

ବାତ୍ୟା ଅସାନି ଯୋଗୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ୧୨ ତାରିଖ ଯାଏ ଏହା ମଧ୍ୟକୁ ଯିବାକୁ ବିଭାଗ ବାରଣ କରିଛି। ବାତ୍ୟା ପାଇଁ ଓଡ଼ିଶାର ସମସ୍ତ ବନ୍ଦର ଗୁଡ଼ିକରେ ୨ ନଂ ବିପଦ ସଙ୍କେତ ଜାରି କରାଯାଇଛି।

Cyclone Asani