Advertisment

ବାତ୍ୟା ହେବ କି ନାହିଁ ଜଣାପଡ଼ିବ ଆସନ୍ତାକାଲି, ଆଜିଠୁ ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର। ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ଭାବେ ଜଣାପଡ଼ିବ। ଏବେ ଲୋକଙ୍କୁ ଭୟଭୀତ ହେବା କିମ୍ବା ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି ଆଇଏମ୍‌ଡି  ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଆଇଏମ୍‌ଡି ଡିଜି କହିଛନ୍ତି, ଘୂର୍ଣ୍ଣିବଳୟଟି ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି […]

author-image
Niharika Rout
ଅଦ୍ୟତନ ହୋଇଛି
ବାତ୍ୟା ହେବ କି ନାହିଁ ଜଣାପଡ଼ିବ ଆସନ୍ତାକାଲି, ଆଜିଠୁ ଅଶାନ୍ତ ରହିବ ସମୁଦ୍ର

Cyclone

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଚିତ୍ର। ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ଭାବେ ଜଣାପଡ଼ିବ। ଏବେ ଲୋକଙ୍କୁ ଭୟଭୀତ ହେବା କିମ୍ବା ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି କହିଛନ୍ତି ଆଇଏମ୍‌ଡି  ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

Advertisment

ଆଇଏମ୍‌ଡି ଡିଜି କହିଛନ୍ତି, ଘୂର୍ଣ୍ଣିବଳୟଟି ଆଜି ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଛି। ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି। ତା’ ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ୮ ତାରିଖ ଭିତରେ ଏକ ଅବପାତରେ ପରିଣତ ହେବ।

ଏହାର ପ୍ରଭାବରେ ଆଜିଠୁ ୮ ତାରିଖ ମଧ୍ୟରେ ଆଣ୍ଡାମାନ ସାଗର ଓ ନିକଟସ୍ଥ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋସାଗରରେ ସମୁଦ୍ର ଅଶାନ୍ତ ରହିପାରେ। ସେହି ଅଞ୍ଚଳରେ ପବନର ବେଗ ଆଜିଠାରୁ ୪୦ରୁ ୫୦ ଓ ୮ ତାରିଖ ସକାଳ ବେଳକୁ ୫୫ରୁ ୭୫ କିମି ବେଗରେ ପବନ ବହିପାରେ।

Advertisment

ବାତ୍ୟା ହେବ କି ନାହିଁ ଓ ଏହାର ଗତିପଥ କେଉଁ ଦିଗକୁ ରହିବ, ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ତାହା ସ୍ପଷ୍ଟ ହେବ। ଏଯାଏ  ବାତ୍ୟା ହେବ ବୋଲି କୁହାଯାଇନି, ଏଣୁ ଲୋକ ବିଭ୍ରାନ୍ତ ହେବା ଉଚିତ ନୁହେଁ ବୋଲି ଆଇଏମ୍‌ଡି ଡିଜି କହିଛନ୍ତି।

ଆସନ୍ତାକାଲି ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ଓଡ଼ିଶାଠାରୁ ବହୁତ ଦୂରରେ ଥିବାରୁ ଏବେ ତାହାର  ପ୍ରଭାବ ଓଡ଼ିଶା ଉପରେ ପଡ଼ିବନି। ଓଡ଼ିଶାରେ ହେଉଥିବା ବର୍ଷା କାଳବୈଶାଖୀଜନିତ ବୋଲି ମୃତ୍ୟୁଞ୍ଜୟ କହିଛନ୍ତି।

Cyclone Asani