Advertisment

ଡି’ ବ୍ରଦର୍ସଙ୍କୁ ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିବ ପୋଲିସ

କଟକ: ଆସନ୍ତାକାଲି ଡି-ବ୍ରଦର୍ସଙ୍କ ରିମାଣ୍ଡ ଅବଧି ଶେଷ ହେଉଛି। ଦୁଇଭାଙ୍କୁ ପୁଣି ସାତ ଦିନିଆ ରିମାଣ୍ଡରେ ନେଇ ପାରେ କମିଶନରେଟ ପୋଲିସ। ଏଥିପାଇଁ ଆସନ୍ତାକାଲି କମିଶନରେଟ ପୋଲିସ ପକ୍ଷରୁ ଆବେଦନ କରାଯିବ। ଉଭୟଙ୍କୁ ଜେରା ବେଳେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଆଗକୁ ଅଧିକ ତଥ୍ୟ ହାସଲ ପାଇଁ ପୁଣି ରିମାଣ୍ଡ ଆବଶ୍ୟକ ବୋଲି କମିଶନରେଟ୍ ପୋଲିସ କହିଛି। ଆଜି ଜେରା ବେଳେ ଡି-ବଦର୍ସଙ୍କ ଜଣେ ସହଯୋଗୀ ହଠାତ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଚିକିତ୍ସା ଲାଗି […]

ଅଦ୍ୟତନ ହୋଇଛି
ଡି’ ବ୍ରଦର୍ସଙ୍କ ଗିରଫ ପରେ ଅପରାଧୀଙ୍କ ବିରୋଧରେ ପୋଲିସର ତନାଘନା

d-brothers

Advertisment

କଟକ: ଆସନ୍ତାକାଲି ଡି-ବ୍ରଦର୍ସଙ୍କ ରିମାଣ୍ଡ ଅବଧି ଶେଷ ହେଉଛି। ଦୁଇଭାଙ୍କୁ ପୁଣି ସାତ ଦିନିଆ ରିମାଣ୍ଡରେ ନେଇ ପାରେ କମିଶନରେଟ ପୋଲିସ। ଏଥିପାଇଁ ଆସନ୍ତାକାଲି କମିଶନରେଟ ପୋଲିସ ପକ୍ଷରୁ ଆବେଦନ କରାଯିବ। ଉଭୟଙ୍କୁ ଜେରା ବେଳେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି। ଆଗକୁ ଅଧିକ ତଥ୍ୟ ହାସଲ ପାଇଁ ପୁଣି ରିମାଣ୍ଡ ଆବଶ୍ୟକ ବୋଲି କମିଶନରେଟ୍ ପୋଲିସ କହିଛି। ଆଜି ଜେରା ବେଳେ ଡି-ବଦର୍ସଙ୍କ ଜଣେ ସହଯୋଗୀ ହଠାତ ଅସୁସ୍ଥ ହୋଇପଡିଥିଲେ। ତାଙ୍କୁ ଚିକିତ୍ସା ଲାଗି ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisment

ଶନିବାର ପୂରା ରାତି ଦୁଇ ଭାଇଙ୍କୁ ଜେରା କରାଯାଇଥିଲା। ଜେରା ବେଳେ ଦୀପୁ ମଲ୍ଲିକ ହତ୍ୟାକାଣ୍ଡ ସମ୍ପର୍କିତ ବହୁ ଚାଞ୍ଚଲ୍ୟକର ତଥ୍ୟ ପୋଲିସ ହାତରେ ଲାଗିଥିବା ସୂଚନା ମିଳିଛି। ଏଥିସହ ଦୀପୁ ନିଖୋଜ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପୋଲିସ ରିମାଣ୍ଡରେ ନେବା ପାଇଁ ମଧ୍ୟ ଯୋଜନା କରୁଛି।

ଅନ୍ୟପକ୍ଷରେ ଭାଇଜାଗର ଏକ କମ୍ପାନୀ ସହ ମିଶି ସୁଶାନ୍ତ ଧଳସାମନ୍ତ ବ୍ୟବସାୟ କରୁଥିବା ପୋଲିସ ଜାଣିବାକୁ ପାଇଛି। ହାଇଦ୍ରାବାଦର ରାମକୀ କମ୍ପାନୀର ସହ ଟେଣ୍ଡର ଫିକ୍ସିଂ କରି ଡି-ବଦର୍ସ ବହୁ କାମ ହାତେଇଥିବା ଜେରା ବେଳେ ସ୍ପଷ୍ଟ ହୋଇଛି। ଏହି ଟେଣ୍ଡର ଫିକ୍ସିଂରେ ବହୁ ରାଜନେତା ଓ ଅଫିସରଙ୍କ ସମ୍ପୃକ୍ତି ଥିବା ପୋଲିସକୁ ପ୍ରମାଣ ମିଳିଛି। ଖୁବଶୀଘ୍ର ସେମାନଙ୍କୁ ମଧ୍ୟ ଜେରା କରାଯିବ ବୋଲି କଟକ ଡିସିପି କହିଛନ୍ତି। ଏଥିସହ ସିଡିଏ, ଆଠଗଡ, ତ୍ରିଶୁଳିଆ ଓ ବାଙ୍କୀଘାଟ ଆଦି ସ୍ଥାନରେ ଚାଲିଥିବା ବେଆଇନ ବାଲିଘାଟ ନେଇ ମଧ୍ୟ ଜିଲ୍ଲାପାଳଙ୍କୁ ତଥ୍ୟ ମଗାଯାଇଛି।

Advertisment

ଅନ୍ୟପକ୍ଷରେ ଡି-ବଦର୍ସଙ୍କ ସହଯୋଗୀମାନଙ୍କୁ ଧରିବା ପାଇଁ ପୋଲିସ ଧରପଗଡ ଜାରି ରଖିଛି। ଦୁଇ ଭାଇଙ୍କ ସହ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ କିଛି ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଡିସିପି ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe