କଟକ: ଉତ୍ତର ପ୍ରଦେଶରର କାନପୁରରେ ଗିରଫ ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ଭୋଲା ଭଗତକୁ ଆସନ୍ତାକାଲିଠାରୁ ୫ ଦିନ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ। ଏ ନେଇ ଆଜି କଟକ ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି।
ମାର୍ଚ୍ଚ ୧୯ ତାରିଖରେ ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ତଥା ବିଜ୍ନେସ୍ ପାର୍ଟନର ଭୋଲା ଭଗତକୁ ଉତ୍ତର ପ୍ରଦେଶର କାନପୁରରୁ କମିଶନରେଟ୍ ପୋଲିସ ଗିରଫ କରିଥିଲା। ଆହ୍ଲାବାଦ ଏସ୍ଆର୍ପି ସହାୟତାରେ କମିଶନରେଟ୍ ପୋଲିସ୍ର ଏକ ସ୍ୱତନ୍ତ୍ର ଟିମ୍ ତାକୁ ଗିରଫ କରିବାରେ ସଫଳ ହୋଇଥିଲା।
ଡି’ବ୍ରଦର୍ସଙ୍କ ଅପରାଧିକ କାର୍ଯ୍ୟକଳାପର ତଦନ୍ତ ବେଳେ ଭୋଲାଙ୍କ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଧଳସାମନ୍ତ ଭ୍ରାତାଙ୍କ ସହ ମିଶି ଭୋଲା ବିଭିନ୍ନ ପ୍ରକାର ବ୍ୟବସାୟ କରୁଥିଲା। ଭୋଳା ଘରେ ଚଢାଉ ବେଳେ ଜବତ ହୋଇଥିବା କାର ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଜଣାପଡିଛି। ଧଳସାମନ୍ତ ବ୍ରଦର୍ସ ଗିରଫ ହେବା ପରେ ଭୋଲା ଫେରାର ହୋଇଯାଇଥିଲା।
ଭୋଲାଠାରୁ ଧଳସାମନ୍ତ ଭ୍ରାତାଙ୍କ କଳା ସାମ୍ରାଜ୍ୟ ସଂପର୍କରେ ଅନେକ ତଥ୍ୟ ମିଳିପାରିବ ବୋଲି କମିଶନରେଟ୍ ପୋଲିସ୍ ଆଶା ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
୧୭ରେ ଓଡ଼ିଶା ବନ୍ଦ
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ବ୍ୟବସ୍ଥା ଦ୍ଵାରା ସଂଗଠିତ ଏକ ହତ୍ୟା।

Crime
ଆତ୍ମାହୁତି ଉଦ୍ୟମ କରିଥିବା ଏଫ୍ଏମ୍ କଲେଜ ଛାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ତାଙ୍କ ଶରୀରର ୯୫%ରୁ ଅଧିକ ପୋଡ଼ି ଯାଇଥିଲା। ତାଙ୍କୁ ଭୁବନେଶ୍ୱର ଏମ୍ସରେ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଥିଲା।

Miscellaneous
ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ: ଏମ୍ସ ହସ୍ପିଟାଲରେ ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆତ୍ମହତ୍ୟା ଉଦ୍ୟମ କରି ଏମ୍ସରେ ଚିକିତ୍ସାଧୀନ ଛାତ୍ରୀଙ୍କୁ ଭେଟି ତାଙ୍କର ସ୍ୱାସ୍ଥ୍ୟାବସ୍ଥାର ତଦାରଖ କରିଛନ୍ତି। ଏପଟେ ଏହି ଘଟଣାରେ ବିଜେଡି ଓ କଂଗ୍ରେସ ପକ୍ଷରୁ ସରକାରଙ୍କୁ ତୀବ୍ର ସମାଲୋଚନା ଜାରି ରହିଥିବାବେଳେ କଲେଜର ନିଲମ୍ବିତ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ପୁଲିସ ଆଜି ଗିରଫ କରିଛି ।

Guest Column
ନିର୍ବାଚନ ନାହିଁ, ତଥାପି ରାଜନୀତି ଗରମ
ଓଡ଼ିଶାରେ ରାଜନୈତିକ ରଙ୍ଗମଂଚରେ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ଦଳ ପକ୍ଷରୁ ଜୁଲାଇ ୧୧ ତାରିଖ ଶୁକ୍ରବାର ଦିନ ସମ୍ବିଧାନ ବଂଚାଅ ନାମରେ ଏକ ବଡ଼ ଧରଣର ରାଜନୈତିକ ସମାବେଶ ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ପରେ ଓଡ଼ିଶାରେ ପ୍ରମୁଖ ଦଳମାନଙ୍କ ପକ୍ଷରୁ ବଡ଼ ଧରଣର ସଜବାଜ ପର୍ବ ଆରମ୍ଭ ହୋଇଛି।

Guest Column
ଯଥାଶୀଘ୍ର ଆନନ୍ଦ ବଜାର ସ୍ଥାନାନ୍ତରିତ ହେଉ
ପରମ୍ପରାକୁ ଅକ୍ଷୁର୍ଣ୍ଣରଖି ସମୟର ଆବଶ୍ୟକତାକୁ ସମ୍ମାନ ଦେଇ ଶ୍ରୀମନ୍ଦିରରେ ପରିଚାଳନାଗତ ରୂପାନ୍ତରୀକରଣ କରାଯିବା ଆବଶ୍ୟକ। ବିକଳ୍ପ ଆନନ୍ଦ ବଜାର ପ୍ରତିଷ୍ଠା ହେଲା ପରେ ଶୃଙ୍ଖଳିତ ଦର୍ଶନ ସମ୍ଭବ ହେବ। ମାଙ୍କଡ଼ ଉପଦ୍ରବ ରହିବନି। ବିକଳ୍ପ ଆନନ୍ଦ ବଜାରରୁ ପ୍ରତ୍ୟହ ବର୍ଜ୍ୟବସ୍ତୁ ନିଷ୍କାସନ ବ୍ୟବସ୍ଥା ସହଜ ହେବ।