Advertisment

ଡି’ ଲିଙ୍କ୍‌: ଭୋଲା ଭଗତକୁ ଆସନ୍ତାକାଲିଠାରୁ ୫ ଦିନ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ୍

କଟକ: ଉତ୍ତର ପ୍ରଦେଶରର କାନପୁରରେ ଗିରଫ ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ଭୋଲା ଭଗତକୁ ଆସନ୍ତାକାଲିଠାରୁ ୫ ଦିନ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ। ଏ ନେଇ ଆଜି କଟକ ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି। ମାର୍ଚ୍ଚ ୧୯ ତାରିଖରେ ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ତଥା ବିଜ୍‌ନେସ୍‌ ପାର୍ଟନର ଭୋଲା ଭଗତକୁ ଉତ୍ତର ପ୍ରଦେଶର କାନପୁରରୁ କମିଶନରେଟ୍ ପୋଲିସ ଗିରଫ କରିଥିଲା। ଆହ୍ଲାବାଦ ଏସ୍‌ଆର୍‌ପି ସହାୟତାରେ କମିଶନରେଟ୍ ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍ ତାକୁ ଗିରଫ କରିବାରେ […]

ଅଦ୍ୟତନ ହୋଇଛି
ଡି’ ଲିଙ୍କ୍‌: ଭୋଲା ଭଗତକୁ ୫ ଦିନ ରିମାଣ୍ଡରେ ନେଲା କମିଶନରେଟ୍ ପୋଲିସ୍

Bhola-Bhagat-

Advertisment

କଟକ: ଉତ୍ତର ପ୍ରଦେଶରର କାନପୁରରେ ଗିରଫ ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ଭୋଲା ଭଗତକୁ ଆସନ୍ତାକାଲିଠାରୁ ୫ ଦିନ ରିମାଣ୍ଡରେ ନେବ କମିଶନରେଟ୍‌ ପୋଲିସ। ଏ ନେଇ ଆଜି କଟକ ଏସଡିଜେଏମ୍ କୋର୍ଟ ଅନୁମତି ଦେଇଛନ୍ତି।

Advertisment

ମାର୍ଚ୍ଚ ୧୯ ତାରିଖରେ ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ତଥା ବିଜ୍‌ନେସ୍‌ ପାର୍ଟନର ଭୋଲା ଭଗତକୁ ଉତ୍ତର ପ୍ରଦେଶର କାନପୁରରୁ କମିଶନରେଟ୍ ପୋଲିସ ଗିରଫ କରିଥିଲା। ଆହ୍ଲାବାଦ ଏସ୍‌ଆର୍‌ପି ସହାୟତାରେ କମିଶନରେଟ୍ ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍ ତାକୁ ଗିରଫ କରିବାରେ ସଫଳ ହୋଇଥିଲା।

ଡି’ବ୍ରଦର୍ସଙ୍କ ଅପରାଧିକ କାର୍ଯ୍ୟକଳାପର ତଦନ୍ତ ବେଳେ ଭୋଲାଙ୍କ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଧଳସାମନ୍ତ ଭ୍ରାତାଙ୍କ ସହ ମିଶି ଭୋଲା ବିଭିନ୍ନ ପ୍ରକାର ବ୍ୟବସାୟ କରୁଥିଲା। ଭୋଳା ଘରେ ଚଢାଉ ବେଳେ ଜବତ ହୋଇଥିବା କାର ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଜଣାପଡିଛି। ଧଳସାମନ୍ତ ବ୍ରଦର୍ସ ଗିରଫ ହେବା ପରେ ଭୋଲା ଫେରାର ହୋଇଯାଇଥିଲା।

Advertisment

ଭୋଲାଠାରୁ ଧଳସାମନ୍ତ ଭ୍ରାତାଙ୍କ କଳା ସାମ୍ରାଜ୍ୟ ସଂପର୍କରେ ଅନେକ ତଥ୍ୟ ମିଳିପାରିବ ବୋଲି କମିଶନରେଟ୍ ପୋଲିସ୍ ଆଶା ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe