ଡି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ଗିରଫ ସୋଲାକୁ ହାଇକୋର୍ଟରୁ ଜାମିନ୍‌

କଟକ: ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଡି-ବ୍ରଦର୍ସଙ୍କ ପ୍ରମୁଖ ସହଯୋଗୀ ସୋଲା ଓରଫ୍‌ ସୁଲେଖ ସାହୁଙ୍କୁ ଆଜି ଜାମିନ ମିଳିଛି। ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନ୍‌ଦାରଙ୍କ ବଦଳରେ ସେ ଜାମିନ୍‌ରେ ଯାଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ତଦନ୍ତରେ ସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ଡି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ଗତ ଜାନୁୟାରୀରେ ସୋଲାକୁ ଗିରଫ କରିଥିଲା ପୋଲିସ। ପୂର୍ବରୁ ସୋଲା ବେଅଆଇନ୍‌ […]

sola

Rakesh Mallick
  • Published: Wednesday, 22 June 2016
  • , Updated: 22 June 2016, 10:50 PM IST

କଟକ: ଦାଦାବଟି ଆଦାୟ ଅଭିଯୋଗରେ ଗିରଫ ହୋଇ ଜେଲରେ ଥିବା ଡି-ବ୍ରଦର୍ସଙ୍କ ପ୍ରମୁଖ ସହଯୋଗୀ ସୋଲା ଓରଫ୍‌ ସୁଲେଖ ସାହୁଙ୍କୁ ଆଜି ଜାମିନ ମିଳିଛି। ୫୦ ହଜାର ଟଙ୍କା ଓ ଦୁଇ ଜଣ ଜାମିନ୍‌ଦାରଙ୍କ ବଦଳରେ ସେ ଜାମିନ୍‌ରେ ଯାଇପାରିବେ ବୋଲି ହାଇକୋର୍ଟ କହିଛନ୍ତି। ତଦନ୍ତରେ ସହଯୋଗ କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ହାଇକୋର୍ଟ ସର୍ତ୍ତ ରଖିଛନ୍ତି। ଡି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ଗତ ଜାନୁୟାରୀରେ ସୋଲାକୁ ଗିରଫ କରିଥିଲା ପୋଲିସ। ପୂର୍ବରୁ ସୋଲା ବେଅଆଇନ୍‌ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ହାଇକୋର୍ଟରୁ ଜାମିନ୍‌ ପାଇଥିଲେ।  ଏବେ ଆଉ ଏକ ମାମଲାରେ ଜାମିନ୍‌ ପାଇଥିବାରୁ ଜେଲ୍‌ରୁ ମୁକୁଳିବାର ବାଟ ଫିଟିଛି। ଡି଼-ବ୍ରଦର୍ସ ମାମଲାରେ ମୋଟ ୨୯ ଜଣ ଗିରଫ ହୋଇଥିବା ବେଳେ ପ୍ରଥମ ବ୍ୟକ୍ତିଭାବେ ସୋଲାକୁ ଜାମିନ୍‌ ମିଳିଛି।

Related story