d. purandeswari
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପରୀ ଗାଁକୁ ଯିବେ ରାଜ୍ୟ ବିଜେପିର ନୂଆ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ। ନୂଆକରି ଦାୟିତ୍ୱ ନେବା ପରେ ସେ ଗତକାଲି ରଜଧାନୀ ଭୁବନେଶ୍ୱରରେ ପହଂଚିଛନ୍ତି । ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଡି.ପୁରନ୍ଦେଶ୍ୱରୀ ଓଡ଼ିଶାରେ ପହଞ୍ଚିବା ପରେ ଆଜି ନୟାଗଡ ଗସ୍ତରେ ଯିବେ । ସେଠାରୁ ପରୀ ହତ୍ୟାକାଣ୍ଡ ଘଟଣାରେ ନାବାଳିକାଙ୍କ ପରିବାର ଲୋକଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ରାଜ୍ୟ ବିଜେପି ପ୍ରଭାରୀ ଦାୟିତ୍ୱ ନେବା ପରେ ଡି.ପୁରନ୍ଦେଶ୍ୱରୀଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ।
ବିଜେପି ପ୍ରଭାରୀଙ୍କ ତିନି ଦିନିଆ ଗସ୍ତକାଳରେ ସେ ରାଜ୍ୟ ବିଜେପିର ସାଙ୍ଗଠନିକ ସ୍ଥିତି ଅନୁଧ୍ୟାନ କରିବେ । ଏଥିସହ ଦଳକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ଉଦ୍ଦେଶ୍ୟରେ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ୧୨ ତାରିଖ ପର୍ଯ୍ୟନ୍ତ ଦଳୀୟ ପଦାଧିକାରୀ, ସାଂସଦ, ବିଧାୟକ ଏବଂ ୨୧ ଲୋକସଭା ଓ ୧୪୭ ବିଧାନସଭା ଆସନର ନେତୃବୃନ୍ଦଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ୨୦୨୨ ପୌର ନିର୍ବାଚନ ଓ ୨୦୨୪ ସଧାରଣ ନିର୍ବାଚନ ପାଇଁ ଦଳର ଭବିଷ୍ୟତ ରଣନୀତି କିଭଳି ପ୍ରସ୍ତୁତ ହେବ ସେ ସମ୍ପର୍କରେ ଦଳୀୟ ନେତାଙ୍କୁ ଡି.ପୁରନ୍ଦେଶ୍ୱରୀ ଗୁରୁମନ୍ତ୍ର ଦେବେ ବୋଲି କୁହାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/d.-purandeswari.jpg)