Advertisment

‘ନିର୍ବାଚନ ପରେ ନବୀନଙ୍କ ସ୍ୱର ବଦଳି ଯାଇଛି ’

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିପିଆଇ ସାଧାରଣ ସଂପାଦକ ଡି. ରାଜାଙ୍କ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ‘ନିର୍ବାଚନ ପୂର୍ବରୁ ନବୀନ ଗୋଟିଏ କଥା କହୁଥିଲେ, କିନ୍ତୁ ନିର୍ବାଚନ ପରେ ସଂପୂର୍ଣ୍ଣ ଭାବେ ତାଙ୍କର ସ୍ୱର ବଦଳି ଯାଇଛି। କେନ୍ଦ୍ର ସରକାରଙ୍କ ଅନେକ କଥାରେ ଓଡ଼ିଶା ସରକାର ସହମତି ପ୍ରକାଶ କରୁଛନ୍ତି। ଅର୍ଥନୀତି ଉପରେ ଆକ୍ରମଣ ଚାଲିଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଚୁପ୍ ରହୁଛନ୍ତି।’ ଭଗତ ସିଂହଙ୍କ ସହିଦ୍‌ ଦିବସ ଉପଲକ୍ଷେ କଟକରେ […]

author-image
Puspanjali Panda
‘ନିର୍ବାଚନ ପରେ ନବୀନଙ୍କ ସ୍ୱର ବଦଳି ଯାଇଛି ’

dddddrrr

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିପିଆଇ ସାଧାରଣ ସଂପାଦକ ଡି. ରାଜାଙ୍କ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି, ‘ନିର୍ବାଚନ ପୂର୍ବରୁ ନବୀନ ଗୋଟିଏ କଥା କହୁଥିଲେ, କିନ୍ତୁ ନିର୍ବାଚନ ପରେ ସଂପୂର୍ଣ୍ଣ ଭାବେ ତାଙ୍କର ସ୍ୱର ବଦଳି ଯାଇଛି। କେନ୍ଦ୍ର ସରକାରଙ୍କ ଅନେକ କଥାରେ ଓଡ଼ିଶା ସରକାର ସହମତି ପ୍ରକାଶ କରୁଛନ୍ତି। ଅର୍ଥନୀତି ଉପରେ ଆକ୍ରମଣ ଚାଲିଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ଚୁପ୍ ରହୁଛନ୍ତି।’

Advertisment

ଭଗତ ସିଂହଙ୍କ ସହିଦ୍‌ ଦିବସ ଉପଲକ୍ଷେ କଟକରେ ସିପିଆଇ ପକ୍ଷରୁ ଏକ ରାଜ୍ୟ ସାଙ୍ଗଠନିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସମ୍ମିଳନୀରେ ଯୋଗ ଦେଇ ସିପିଆଇ ସାଧାରଣ ସମ୍ପାଦକ ଡି.ରାଜା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି।

ତେଣୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ନବୀନ ପଟ୍ଟନାୟକଙ୍କୁ ଆହ୍ୱାନ ଦେଇଛନ୍ତି ଡି.ରାଜା। ସେ କହିଛନ୍ତି, ସବୁବେଳେ ସତ ଲୁଚାଇ ହେବ ନାହିଁ।

Advertisment

ଗୋଟିଏ ଦେଶ, ଗୋଟିଏ ଭାଷା କ୍ରମରେ ସାରା ଦେଶରେ ହିନ୍ଦିର ପ୍ରାଧାନ୍ୟକୁ ବିରୋଧ କରି ଡି ରାଜା କହିଛନ୍ତି, ଯଦି ହିନ୍ଦୀ ଏକକ ଭାଷା ହୁଏ,ତେବେ ଓଡ଼ିଶାବାସୀଙ୍କ ଭାଗ୍ୟ କ’ଣ ହେବ ବୋଲି ପ୍ରଶ୍ନ କରିଛନ୍ତି ସିପିଆଇ ସାଧାରଣ ସଂପାଦକ।