ମାଆଙ୍କୁ ଶାନ୍ତ କରିବାକୁ ପରଷା ଯାଏ ଦହି ପଖାଳ

କଟକ (ଓଡ଼ିଶା ରିପୋର୍ଟର): ଶାନ୍ତି ଭୋଗର ଆଧାର ଦହି ଅନ୍ନ। ମା’ ଦୁର୍ଗାଙ୍କୁ ଶାନ୍ତ କରିବା ପାଇଁ ଲାଗି ହୋଇଥାଏ ଦହି ପଖାଳ ଭୋଗ। ତେଣୁ ଶାରଦୀୟ ଦୁର୍ଗା ପୂଜାରେ ଦହି ପଖାଳ ଲାଗିର ରହିଛି ଅନନ୍ୟ ପରମ୍ପରା। ବିଜୟା ଦଶମୀ ଅବସରରେ ଦେବୀ ଦୁର୍ଗା ମହିଷମର୍ଦ୍ଦିନୀ ବେଶ ଧାରଣ କରି ମହିଷାସୁରଙ୍କୁ ବଧ କରି ଶାନ୍ତି ପ୍ରତିଷ୍ଠା କରିଥିଲେ। ଏହି ସମୟରେ ମା’ ଉଗ୍ରରୂପ ଧାରଣ କରିଥିବାରୁ ତାଙ୍କୁ ଶାନ୍ତ କରିବା ଲାଗି ଦହି ପଖାଳ […]

dahi-pakhal-is-offered-to-goddess-durga-to-cool-her-temper

Rakesh Mallick
  • Published: Friday, 19 October 2018
  • , Updated: 19 October 2018, 05:55 PM IST

କଟକ (ଓଡ଼ିଶା ରିପୋର୍ଟର): ଶାନ୍ତି ଭୋଗର ଆଧାର ଦହି ଅନ୍ନ। ମା’ ଦୁର୍ଗାଙ୍କୁ ଶାନ୍ତ କରିବା ପାଇଁ ଲାଗି ହୋଇଥାଏ ଦହି ପଖାଳ ଭୋଗ। ତେଣୁ ଶାରଦୀୟ ଦୁର୍ଗା ପୂଜାରେ ଦହି ପଖାଳ ଲାଗିର ରହିଛି ଅନନ୍ୟ ପରମ୍ପରା। ବିଜୟା ଦଶମୀ ଅବସରରେ ଦେବୀ ଦୁର୍ଗା ମହିଷମର୍ଦ୍ଦିନୀ ବେଶ ଧାରଣ କରି ମହିଷାସୁରଙ୍କୁ ବଧ କରି ଶାନ୍ତି ପ୍ରତିଷ୍ଠା କରିଥିଲେ।

ଏହି ସମୟରେ ମା’ ଉଗ୍ରରୂପ ଧାରଣ କରିଥିବାରୁ ତାଙ୍କୁ ଶାନ୍ତ କରିବା ଲାଗି ଦହି ପଖାଳ ଭୋଗ ଲାଗି କରାଯାଇଥାଏ। ଏଥିପାଇଁ କଟକ ସିଡିଏ ସେକ୍ଟର ୧୦ ନମ୍ବର ପୂଜା ମଣ୍ଡପରେ ୪ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଦହି ପଖାଳ ତିଆରି ହୋଇଥିଲା।

ଦହି ପଖାଳ ତିଆରିର ସ୍ୱତନ୍ତ୍ର ପ୍ରକ୍ରିୟା ରହିଛି।ପୂର୍ବ ରାତିରୁ ଅନ୍ନ ପ୍ରସ୍ତୁତ କରିବା ପରେ ଥଣ୍ଡା କରାଯାଇ ସେଥିରେ ଖଣ୍ଡ ବସା ଦହି ମିଶାଯାଏ। ଏହା ପରେ ଶୁଖିଲା ଲଙ୍କା, ସୋରିଷ ଓ ଭୃଶଙ୍ଗପତ୍ରକୁ ଛୁଙ୍କ କରାଯାଏ। ଏଥିସହ ଆମ୍ବକଷିଆ ଅଦା, କଞ୍ଚାଲଙ୍କା, ପୋଦିନା ପତ୍ର ଆଦି ପକାଯାଇ ସୁସ୍ୱାଦୁ ଦହି ପଖାଳ ପ୍ରସ୍ତୁତ କରାଯାଏ।

Related story