Advertisment

ଓଡ଼ିଶା ଆସିବ ବିଜୁଙ୍କ ପ୍ରିୟ ‘ଡାକୋଟା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ଫେରିବ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଅତି ପ୍ରିୟ ସାଥୀ ‘ଡାକୋଟା’। ଏଥିପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏବେ ବିଜୁବାବୁଙ୍କ କଳିଙ୍ଗ ଏୟାରଲାଇନ୍ସର ଡାକୋଟା ବିମାନ କୋଲକାତାର ନେତାଜୀ ବିମାନ ବନ୍ଦରରେ ଜରାଜୀର୍ଣ୍ଣ ଅବସ୍ଥାରେ ଡମ୍ପିଂୟାର୍ଡରେ ଖତ ଖାଉଛି।

୧୯୪୭ ମସିହାରେ ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାଙ୍କୁ  ଏୟାଲିଫ୍ଟ କରିବା ହେଉ କି ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ। ଅଥବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଡଚ୍‌ଙ୍କ କବଳରୁ ଉଦ୍ଧାର, ଏ ସମସ୍ତ ଦୁଃସାହସିକ ଅଭିଯାନରେ ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ସାଥୀ ଥିଲା ଡାକୋଟା ବିମାନ। ଏବେ ଏହାକୁ ଓଡ଼ିଶା ଫେରାଇ ଆଣିବାକୁ ଆରମ୍ଭ ହୋଇଛି ଉଦ୍ୟମ। ଏନେଇ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଥିଲେ ଏୟାରପୋର୍ଟ ଅଥରି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ।

ବିଶାଳକାୟ ଡାକୋଟା ବିମାନକୁ ଆଣି ସ୍ମାରକୀରେ ପରିଣତ କରିବାକୁ ଯୋଜନା ଥିଲେ ବି ଏହାକୁ କେଉଁଠି ରଖାଯିବ, ସେ ନେଇ ସ୍ଥାନ ସ୍ଥିର ହୋଇନି। ବିଜୁ ବାବୁଙ୍କ ଜନ୍ମସ୍ଥାନ କଟକର ଆନନ୍ଦ ଭବନରେ ଏହାକୁ ରଖିବାକୁ ରାଜ୍ୟ ସରକାର ଯୋଜନା କରୁଥିବା ବେଳେ, ସେଠାରେ ଏହାକୁ ରଖିବା ଭଳି ଏତେ ବଡ଼ ସ୍ଥାନ ନାହିଁ। ତେଣୁ ଏହାକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ପରିସରରେ ରଖିବାକୁ ଦାବି ହେଉଛି। ବିଜୁ ପଟ୍ଟନାୟକ ବିମାନବନ୍ଦର କର୍ତ୍ତୃପକ୍ଷ ବି ଏଥିପାଇଁ ପ୍ରସ୍ତୁତ ଥିବା କହିଛନ୍ତି।

ବିଜୁ ପଟ୍ଟନାୟକଙ୍କ ପରିଚାଳିତ କଳିଙ୍ଗ ଏୟାରଲାଇନ୍ସରେ ପ୍ରାୟ ୧୫ଟି ଡାକୋଟା ବିମାନ ସାମିଲ  ଥିଲା। ଏବେ ପ୍ରଶ୍ନ ଉଠୁଛି, ବିଜୁ ବାବୁଙ୍କ ନାଁକୁ ନେଇ ଗଠିତ ଦଳ ଶାସନରେ ଥିଲେ ମଧ୍ୟ, ଦୁର୍ଦ୍ଦଶ ପାଇଳଟ୍ ବିଜୁଙ୍କ କଥାକୁ ନେତା ଭାଷଣରେ ବଖାଣୁଥିଲେ ମଧ୍ୟ, ତାଙ୍କର ଏହି ବୀରତ୍ୱର ସାଥୀ ଡାକୋଟା କଥା ରାଜ୍ୟ ସରକାର ଭୁଲି ଯାଇଥିଲେ କେମିତି ? ଗତ ୭୦ ତମ ଇନ୍‌ଫାଣ୍ଟ୍ରି ଡେ’ରେ ବିଜୁବାବୁଙ୍କୁ ସ୍ମରଣ କରି ଟ୍ୱିଟ୍ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ତାଙ୍କ ବିମାନକୁ ଓଡ଼ିଶା ଆଣିବାକୁ ଏତେ ବିଳମ୍ବ କାହିଁକି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe