nalco
ଭୁବନେଶ୍ୱର: କୋରାପୁଟର ଦାମନଯୋଡିରେ ନାଲକୋ ପ୍ରତିଷ୍ଠା କରିବ ଆଉ ଏକ ଆଲୁମିନା ରିଫାଇନାରି। ଯେଉଁଥିରେ କଂପାନୀ ୫ ହଜାର ୬ ଶହ କୋଟି ଟଙ୍କା ନିବେଶ କରିବ। ଏଇ ରିଫାଇନାରି ପାଇଁ ନାଲକୋକୁ ପଟ୍ଟାଙ୍ଗି ବକ୍ସାଇଟ ଖଣି ମିଳିଛି। ରିଫାଇନାରି ସଂପର୍କରେ ଗତକାଲି କେନ୍ଦ୍ର ଖଣି ମନ୍ତ୍ରଣାଳୟର ସଚିବ ବଳଭିନ୍ଦର କୁମାର ଏବଂ ନାଲକୋ ସିଏମଡି ଟି.କେ. ଚାନ୍ଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଲୋଚନା କରିଛନ୍ତି। ପୂର୍ବରୁ ସେମାନେ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଆଲୋଚନା କରିଥିଲେ। ଦାମନଯୋଡିରେ ପ୍ରତିଷ୍ଠା ହେବାକୁ ଥିବା ଏଇ ଆଲୁମିନା ରିଫାଇନାରିର ବାର୍ଷିକ ଉତ୍ପାଦନ କ୍ଷମତା ହେବ ୧ ମିଲିୟନ ଟନ୍। ସେହିଭଳି ନାଲକୋକୁ ଉତ୍କଳ-ଡି ଓ ଉତ୍କଳ-ଇ କୋଲବ୍ଲକ ବି ମିଳିଛି। ଓଡ଼ିଶାରେ ପ୍ରାୟ ୩୦ ହଜାର କୋଟିର ପୁଞ୍ଜିନିବେଶ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ପୂର୍ବରୁ ସୂଚନା ଦେଇଥିଲେ ନାଲକୋ ସିଏମଡି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/11nalco.jpg)