ସାମ୍ବାଦିକଙ୍କୁ ଏମିତି ପାଠ ପଢେଇଲେ ଦାମ: ମହାନଦୀ କୋଉଠୁ ବାହାରିଛି କହିଲ ?
ପାରାଦ୍ୱୀପ(ଓଡିଶା ରିପୋର୍ଟର): ‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପଚାରିବ ଯାଆ, ମହାନଦୀ କୋଉଠୁ ବାହାରିଛି ?” ଦାମବାବୁଙ୍କ ଏ କଥା ଶୁଣି ଏକାଠି ହୋଇଥିବା ସାମ୍ବାଦିକମାନେ ହସ ଚାପିରଖି ଆଉ କିଛି ପଚାରିବାକୁ ଚେଷ୍ଟା କରୁଥାନ୍ତି। ଏତିକି ବେଳେ ଦାମବାବୁ ପୁଣି କହିଲେ, ‘ହଇଓ, ତମ ଭିତରୁ କିଏ କହିବ ଟି, ମହାନଦୀ କୋଉଠୁ ବାହାରିଛି? ଏ ପ୍ରଶ୍ନ ଶୁଣି କେହି ଜଣେ ସାମ୍ବାଦିକ ବନ୍ଧୁ କହିଲେ ମହାନଦୀ ଛତିଶଗଡ଼ରୁ ବାହାରିଛି। ଉତ୍ତର ଶୁଣି କାନ ତରାଟି କ୍ଷଣ ଚାହାଣି ଦେଲେ ଦାମ ଆଉ କାଳ ବିଳମ୍ବ ନ କରି କହିଲେ “ ଛତିଶଗଡ଼ରୁ ନା ତମ ଗାଁରୁ..’!!
ଏ ତେରଛା ଉତ୍ତର ଶୁଣି ହସର ଫୁଆରା ଛୁଟିଲା। ଦାମ ବାଣ ଭାରି ଟାଣ(ସମ୍ପ୍ରତି ସାମ୍ବାଦିକଙ୍କ ଭିତରେ ଏଇ କଥାଟି କଥା କଥାରେ ପ୍ରଚଳିତ ହେଉଛି)। ହେଲେ ଏ କଥାଟିରେ ଟାଣୁଆ ପଣ ଅପେକ୍ଷା ହାସ୍ୟରସ ଅଧିକ ଥିଲା ପରି ମନେହେଲା। ଏହାପରେ ପରେ ଦାମବାବୁ ପୁଣି ପ୍ରଶ୍ନ କଲେ ମହାନଦୀ କୋଉଠୁ ବାହାରିଛି ? ଏଥର କିନ୍ତୁ କେହି କିଛି କହିବା ଆଗରୁ ଦାମଙ୍କ ତୁଣ୍ଡରୁ ସ୍ଫୁରିଲା ଉତ୍ତର- “ ଅମର କଣ୍ଟକ ପର୍ବତମାଳାରୁ ମହାନଦୀ ବାହାରି ପାରାଦୀପଠାରେ ସମୁଦ୍ରରେ ପଡିଛି ।”
ଦାମ କ’ଣ କହୁଛନ୍ତି ଶୁଣନ୍ତୁ:
Ordigital Desk
• Published: Friday, 25 May 2018
• Updated: 25 May 2018, 03:14 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos