Advertisment

ଆଜିର ଅତିଥି ଦାନ ମାଝି

ଭବନୀପାଟଣା (ରାଜକୁମାର ସିଂହଦେଓ): ଆଜିର ଅତିଥି ଦାନ ମାଝି। ଇଏ ହେଉଛନ୍ତି ସେହି ଦାନ ମାଝି, ଯିଏ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ଚର୍ଚ୍ଚାକୁ ଆସିଥିଲେ। ଆଜି ସେ ହୋଇଥିଲେ ଆମ୍ୱୁଲାନ୍ସ ଲୋକାର୍ପଣ ଉତ୍ସବର ମୁଖ୍ୟ ଅତିଥି। ଆୟୋଜକମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଆଉ ତା’ପରେ ଦାନ ମାଝି ପତାକା ଦେଖାଇ ଆମ୍ୱୁଲାନ୍ସ ସେବା ଲୋକାର୍ପିତ କରିଥିଲେ। ଆଜି ହେଉଛି ସମ୍ୱିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ୱେଦକରଙ୍କ ଜୟନ୍ତୀ। ଏହି ଅବସରରେ […]

author-image
Manoranjan Sial
ଅଦ୍ୟତନ ହୋଇଛି
ଆଜିର ଅତିଥି ଦାନ ମାଝି

Dana Majhi

ଭବନୀପାଟଣା (ରାଜକୁମାର ସିଂହଦେଓ): ଆଜିର ଅତିଥି ଦାନ ମାଝି। ଇଏ ହେଉଛନ୍ତି ସେହି ଦାନ ମାଝି, ଯିଏ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ଚର୍ଚ୍ଚାକୁ ଆସିଥିଲେ। ଆଜି ସେ ହୋଇଥିଲେ ଆମ୍ୱୁଲାନ୍ସ ଲୋକାର୍ପଣ ଉତ୍ସବର ମୁଖ୍ୟ ଅତିଥି। ଆୟୋଜକମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଆଉ ତା’ପରେ ଦାନ ମାଝି ପତାକା ଦେଖାଇ ଆମ୍ୱୁଲାନ୍ସ ସେବା ଲୋକାର୍ପିତ କରିଥିଲେ।

Advertisment

ଆଜି ହେଉଛି ସମ୍ୱିଧାନ ପ୍ରଣେତା ଡକ୍ଟର ବାବା ସାହେବ ଆମ୍ୱେଦକରଙ୍କ ଜୟନ୍ତୀ। ଏହି ଅବସରରେ କଳାହାଣ୍ଡି ଜିଲ୍ଲା ଅଟୋ ୟୁନିୟନ୍‌ ଏକ ମହତ କାମ କରିଛି। ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଗରିବ ଓ ଅସହାୟଙ୍କୁ ସ୍ୱଳ୍ପ ଦାମରେ ଆମ୍ୱୁଲାନ୍ସ ସେବା ଯୋଗାଇଦେବା ପାଇଁ ୟୁନିୟନ୍‌ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଆମ୍ୱୁଲାନ୍ସ ପ୍ରଦାନ କରାଯାଇଛି। ଏହି ଆମ୍ୱୁଲାନ୍ସଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରହିବ। ଏହାର ତଦାରଖ କରିବ କଳାହାଣ୍ଡି ଜିଲ୍ଲା ଅଟୋ ୟୁନିୟନ୍‌।

୨୦୧୬ ମସିହାରେ ମେଡ଼ିକାଲ୍‌ରେ ଦାନ ମାଝିଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ହେଲେ ଘରକୁ ପତ୍ନୀଙ୍କ ମୃତଦେହ ନେବା ପାଇଁ ଗାଡ଼ି ପାଇନଥିଲେ। କିଛି ଉପାୟ ନପାଇ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ଘରକୁ ନେଇଥିଲେ। ଯାହାର ଭିଡ଼ିଓ ଓଟିଭିରେ ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଆଉ ଦାନ ମାଝିଙ୍କ ପାଖକୁ ଛୁଟିଥିଲା ସହାୟତା। ଏହା ପରେ ମୃତଦେହକୁ ସମ୍ମାନ ସହ ବୋହିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ମାଗଣା ଆମ୍ୱୁଲାନ୍ସ ସେବା।

Advertisment
Odisha Dana Majhi