Advertisment

‘ଡ୍ୟାନ୍ସ ଦିୱାନେ ୨’ର ଦ୍ୱିତୀୟ ସ୍ଥାନରେ ରହିଲେ ଓଡ଼ିଆ ପୁଅ ଶୁଭମ୍‌

ବାରିପଦା (ମାନିକଲାଲ୍‌ ପାଣି): କଲର୍ସ ଟିଭି ଚ୍ୟାନେଲ୍‌ ରିୟାଲିଟି ଶୋ’ ଡ୍ୟାନ୍ସ ଦିୱାନେ ୨ର ବିଜେତା ଜାମଶେଦପୁରର ବିଶାଲ୍ ସୋନକର ହୋଇଛନ୍ତି। କିନ୍ତୁ ଏହି ଶୋ’ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଓଡ଼ିଆ ପୁଅ ଓମ୍‌ ଶୁଭମ୍‌ ମହାପାତ୍ର ସାରା ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛନ୍ତି। ଫାଇନାଲ୍‌ ରାଉଣ୍ଡରେ ପହଞ୍ଚିଥିଲେ ମଧ୍ୟ ଡ୍ୟାନ୍ସ ଦିୱାନେ ଟାଇଟଲ୍‌ ତାଙ୍କୁ ମିଳିପାରିନଥିଲା। ୧୧ ବର୍ଷ ବୟସ୍କ ଶୁଭମ୍‌ ବାରିପଦାର ମୁର୍ଗାବାଡ଼ି ଅଞ୍ଚଳରେ ରୁହନ୍ତି। ଗତ ୨୮ ତାରିଖରେ ସେ […]

‘ଡ୍ୟାନ୍ସ ଦିୱାନେ ୨’ର ଦ୍ୱିତୀୟ ସ୍ଥାନରେ ରହିଲେ ଓଡ଼ିଆ ପୁଅ ଶୁଭମ୍‌

s1

Advertisment

ବାରିପଦା (ମାନିକଲାଲ୍‌ ପାଣି): କଲର୍ସ ଟିଭି ଚ୍ୟାନେଲ୍‌ ରିୟାଲିଟି ଶୋ’ ଡ୍ୟାନ୍ସ ଦିୱାନେ ୨ର ବିଜେତା ଜାମଶେଦପୁରର ବିଶାଲ୍ ସୋନକର ହୋଇଛନ୍ତି। କିନ୍ତୁ ଏହି ଶୋ’ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ଓଡ଼ିଆ ପୁଅ ଓମ୍‌ ଶୁଭମ୍‌ ମହାପାତ୍ର ସାରା ଓଡ଼ିଶା ପାଇଁ ଗର୍ବର ବିଷୟ ପାଲଟିଛନ୍ତି। ଫାଇନାଲ୍‌ ରାଉଣ୍ଡରେ ପହଞ୍ଚିଥିଲେ ମଧ୍ୟ ଡ୍ୟାନ୍ସ ଦିୱାନେ ଟାଇଟଲ୍‌ ତାଙ୍କୁ ମିଳିପାରିନଥିଲା।

Advertisment

୧୧ ବର୍ଷ ବୟସ୍କ ଶୁଭମ୍‌ ବାରିପଦାର ମୁର୍ଗାବାଡ଼ି ଅଞ୍ଚଳରେ ରୁହନ୍ତି। ଗତ ୨୮ ତାରିଖରେ ସେ ଦ୍ୱିତୀୟ ରନର୍ସ ଅଫ୍‌ ଭାବରେ ସାରା ଦେଶରେ ମନୋନୀତ ହେବା ପରେ ଗତକାଲି ବାରିପଦାରେ ପହଞ୍ଚିଛନ୍ତି।

publive-image

ଏକ ରାଲି ଯୋଗେ ସହର ପରିକ୍ରମା କରାଯାଇ ସାଙ୍ଗସାଥୀ ଓ ପରିବାରବର୍ଗଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ୱର୍ଦ୍ଧନା କରାଯିବା ସହିତ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଛି।

Advertisment

ଶୁଭମ୍‌ ଜଣେ ଛଉ ନୃତ୍ୟ ଶିଳ୍ପୀ। ମାତ୍ର ୧୧ ବର୍ଷ ବୟସରୁ ତାଙ୍କୁ ଏହି ସଫଳତା ମିଳିଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ଦେଖନ୍ତୁ ଶୁଭମ୍‌ଙ୍କ ନୃତ୍ୟର କିଛି ଝଲକ୍‌ :-

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe