Advertisment

ରାସନ କାର୍ଡ ବ୍ୟବସ୍ଥାକୁ ନିୟମଗିରି ଡଙ୍ଗରିଆ କନ୍ଧଙ୍କ ବିରୋଧ

କଲ୍ୟାଣସିଂହପୁର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ରାସନ କାର୍ଡ ବ୍ୟବସ୍ଥାକୁ ନିୟମଗିରିର ଡଙ୍ଗରିଆ କନ୍ଧମାନେ ବିରୋଧ କରିଛନ୍ତି। ନିୟମଗିରି ପାହାଡ଼ ଅଞ୍ଚଳରେ ବାସବାସ କରୁଥିବା ସମସ୍ତ ବାସିନ୍ଦା ପିଡ଼ିଏସ୍ ଚାଉଳ ନେବେ ନାହିଁ ବୋଲି ଏକ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଅନ୍ତ୍ୟୋଦୟ କାର୍ଡରେ ମୁଣ୍ଡ ପିଛା ୩୫ କେଜି ଚାଉଳ ମିଳୁଥିବା ବେଳେ ନୂଆ ରାସନ କାର୍ଡ ଯୋଜନାରେ ସେମାନଙ୍କୁ ୫କେଜି ଚାଉଳ ମିଳିବ। ଯାହା ନିଜ ପରିବାର ଚଳାଇବା ପାଇଁ କଷ୍ଟ ହୋଇଯିବ […]

ଅଦ୍ୟତନ ହୋଇଛି
ରାସନ କାର୍ଡ ବ୍ୟବସ୍ଥାକୁ ନିୟମଗିରି ଡଙ୍ଗରିଆ କନ୍ଧଙ୍କ ବିରୋଧ

dangariya-kandha

Advertisment

କଲ୍ୟାଣସିଂହପୁର: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ରାସନ କାର୍ଡ ବ୍ୟବସ୍ଥାକୁ ନିୟମଗିରିର ଡଙ୍ଗରିଆ କନ୍ଧମାନେ ବିରୋଧ କରିଛନ୍ତି। ନିୟମଗିରି ପାହାଡ଼ ଅଞ୍ଚଳରେ ବାସବାସ କରୁଥିବା ସମସ୍ତ ବାସିନ୍ଦା ପିଡ଼ିଏସ୍ ଚାଉଳ ନେବେ ନାହିଁ ବୋଲି ଏକ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଅନ୍ତ୍ୟୋଦୟ କାର୍ଡରେ ମୁଣ୍ଡ ପିଛା ୩୫ କେଜି ଚାଉଳ ମିଳୁଥିବା ବେଳେ ନୂଆ ରାସନ କାର୍ଡ ଯୋଜନାରେ ସେମାନଙ୍କୁ ୫କେଜି ଚାଉଳ ମିଳିବ। ଯାହା ନିଜ ପରିବାର ଚଳାଇବା ପାଇଁ କଷ୍ଟ ହୋଇଯିବ ବୋଲି ସେମାନେ ଅଭିଯୋଗ କରିଛନ୍ତି। ତେଣୁ ନିୟମଗିରି ପାହାଡ଼ ଅଞ୍ଚଳରେ ରହୁଥିବା ୪ଟି ବ୍ଲକର ୧୧୨ଟି ଗାଁର ସମସ୍ତ ବାସିନ୍ଦା ପୂର୍ବ ଭଳି ସେମାନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ମୁଣ୍ଡ ପିଛା ୩୫ କେଜି ଚାଉଳ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।  ଦାବି ପୂରଣ ନ ହେଲେ ଆନ୍ଦୋଳନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ତେବେ ନିୟମଗିରି ଡଙ୍ଗରିଆ କନ୍ଧଙ୍କୁ ପୂର୍ବ ଭଳି ଅନ୍ତ୍ୟୋଦୟ ଯୋଜନା ଅନୁଯାୟୀ ୩୫ କେଜି ଚାଉଳ ପ୍ରଦାନ କରାଯିବ ବୋଲି କଲ୍ୟାଣସିଂହପୁର ବିଡିଓ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe