Advertisment

ଚିହ୍ନଟ ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ପୁରୁଷ ଓ ୪ ଜଣ ମହିଳା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଦିନକରେ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ବିଷୟରେ ପୂରା ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର। ୨୩ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ୨୩ ମଧ୍ୟରୁ ୧୧ ବିଦେଶ ଫେରନ୍ତା, ୧୨ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସମସ୍ତ ଚିହ୍ନଟଙ୍କ ବୟସ ୮ରୁ ୮୩ ବର୍ଷ ଯାଏ ରହିଛି। ଅର୍ଥାତ୍ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ୮୩ […]

ଅଦ୍ୟତନ ହୋଇଛି
ଚିହ୍ନଟ ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ପୁରୁଷ ଓ ୪ ଜଣ ମହିଳା

bijay-mohapatra

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଦିନକରେ ୨୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ବିଷୟରେ ପୂରା ତଥ୍ୟ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ବିଜୟ ମହାପାତ୍ର। ୨୩ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ପୁରୁଷ ଓ ୪ ଜଣ ମହିଳା ଅଛନ୍ତି। ୨୩ ମଧ୍ୟରୁ ୧୧ ବିଦେଶ ଫେରନ୍ତା, ୧୨ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସମସ୍ତ ଚିହ୍ନଟଙ୍କ ବୟସ ୮ରୁ ୮୩ ବର୍ଷ ଯାଏ ରହିଛି। ଅର୍ଥାତ୍ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର ୮୩ ବର୍ଷ ହୋଇଥିବା ବେଳେ ଜଣେ ୮ ବର୍ଷର ଶିଶୁ ମଧ୍ୟ ରହିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Advertisment

ତେବେ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୩ ଜଣ ମଧ୍ୟରୁ କେନ୍ଦୁଝରରୁ ୭ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ସମ୍ବଲପୁର ଓ ପୁରୀ ଜିଲ୍ଲାରୁ ୩ ଲେଖାଏ, ଅନୁଗୋଳ ଓ ବୌଦ୍ଧ ଜିଲ୍ଲାରୁ ୨ ଜଣ ଲେଖାଏ ଏବଂ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାରୁ ଜଣେ ଲେଖାଏ ଚିହ୍ନଟ ହୋଇଛନ୍ତି। ତେବେ ଆକ୍ରାନ୍ତଙ୍କ ଭିତରେ ସାମାନ୍ୟ ଲକ୍ଷଣ ଦେଖା ଦେଇଛି। ତେଣୁ ସମସ୍ତଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ତେବେ ସ୍ଥାନୀୟ ଲୋକଙ୍କ ଟ୍ରାଭେଲ ହିଷ୍ଟ୍ରୀର ଯାଞ୍ଚ ଚାଲିଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ରବିବାର ଓଡ଼ିଶାରେ ଆଉ ୨୩ ଓମିକ୍ରାନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ଆଇଏଲ୍ଏସ୍) ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୭କୁ ବୃଦ୍ଧି ପାଇଛି। ଦୁଇ ଦିନ ତଳେ କେତେକ ନମୂନାକୁ ଜିନମ ସିକ୍ୱେନ୍ସ ପାଇଁ ପଠା ଯାଇଥିବା ବେଳେ ସେଥି ମଧ୍ୟରୁ ୨୩ ଜଣ ଓମିକ୍ରନ୍ରେ ଆକ୍ରାନ୍ତ ଥିବା ରିପୋର୍ଟ ଆସିଛି।

Advertisment

ପୂର୍ବରୁ ଯେଉଁ ୧୪ ଜଣ ଓମିକ୍ରନ୍ ସଂକ୍ରମିତ ହୋଇଥିଲେ ସେମାନଙ୍କ ମଧ୍ୟରେ ମଧ୍ୟ ସ୍ଥାନୀୟ ଲୋକ ଥିଲେ। ତେବେ ଏହି ୧୪ ଜଣଙ୍କ ମଧ୍ୟରୁ କେହି ଗୁରୁତର ନଥିଲେ। ସମସ୍ତଙ୍କ ଅବସ୍ଥା ଭଲ ଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe