ପରମ୍ପରା ବାଡ଼ ଭାଙ୍ଗି ବାପାଙ୍କ ଶବକୁ କାନ୍ଧ ଦେଲେ ୪ ଝିଅ

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ବାପାଙ୍କ ଶବକୁ କାନ୍ଧ ଦେଲେ ଝିଅ। ଭାଇ ନଥିଲେ ମଧ୍ୟ ନିଜେ ପୁଅ ପରି କଲେ ସବୁ କର୍ମ। ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କେନ୍ଦୁଡିହି ଗାଁରେ। ୯୧ ବର୍ଷରେ ବାପା ଚାଲିଯିବା ପରେ ୪ ଝିଅ ସମାଜର ସବୁ ନୀତିନିୟମକୁ ଖାତିରି ନକରି ସମସ୍ତଙ୍କ ଆଗରେ ବାପାଙ୍କ ଶବକୁ ଘରୁ କିଛି ବାଟ କାନ୍ଧ ଦେଇ ନେଇଥିବା ଦେଖିବାକୁ ମିଳିଥିଲା। ଏଭଳି ଘଟଣାକୁ […]

kuchinda

kuchinda

Tapaswini Nayak
  • Published: Wednesday, 02 December 2020
  • Updated: 02 December 2020, 12:08 PM IST

Sports

Latest News

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ବାପାଙ୍କ ଶବକୁ କାନ୍ଧ ଦେଲେ ଝିଅ। ଭାଇ ନଥିଲେ ମଧ୍ୟ ନିଜେ ପୁଅ ପରି କଲେ ସବୁ କର୍ମ। ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କେନ୍ଦୁଡିହି ଗାଁରେ। ୯୧ ବର୍ଷରେ ବାପା ଚାଲିଯିବା ପରେ ୪ ଝିଅ ସମାଜର ସବୁ ନୀତିନିୟମକୁ ଖାତିରି ନକରି ସମସ୍ତଙ୍କ ଆଗରେ ବାପାଙ୍କ ଶବକୁ ଘରୁ କିଛି ବାଟ କାନ୍ଧ ଦେଇ ନେଇଥିବା ଦେଖିବାକୁ ମିଳିଥିଲା। ଏଭଳି ଘଟଣାକୁ ନେଇ ଏବେ ଚାରିଆଡେ ପ୍ରଶଂସାର ଛୁଅ ଛୁଟୁଛି।

ମଙ୍ଗଳବାର କେନ୍ଦୁଡ଼ିହି ଗ୍ରାମର ୯୧ ବର୍ଷ ବୟସ୍କ ଲକ୍ଷ୍ମଣ କିସାନଙ୍କ ଦେହାନ୍ତ ହୋଇଥିଲା। ହେଲେ ତାଙ୍କର କେହି ପୁତ୍ର ସନ୍ତାନ ନଥିବାରୁ ସମାଜର ସମସ୍ତ କଟକଣାକୁ ଖାତିର ନକରି ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ ନେଇଥିଲେ ୪ ଝିଅ।

ଘରୁ ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ କିଛି ବାଟ ଯିବା ପରେ ଉପସ୍ଥିତ ବନ୍ଧୁ-ବାନ୍ଧବ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ। ପରେ ସାନ ଝିଅର ପୁଅ ଲକ୍ଷ୍ମଣଙ୍କ ମୁଖାଗ୍ନି ଦେଇଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos