Advertisment

ପରମ୍ପରା ବାଡ଼ ଭାଙ୍ଗି ବାପାଙ୍କ ଶବକୁ କାନ୍ଧ ଦେଲେ ୪ ଝିଅ

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ବାପାଙ୍କ ଶବକୁ କାନ୍ଧ ଦେଲେ ଝିଅ। ଭାଇ ନଥିଲେ ମଧ୍ୟ ନିଜେ ପୁଅ ପରି କଲେ ସବୁ କର୍ମ। ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କେନ୍ଦୁଡିହି ଗାଁରେ। ୯୧ ବର୍ଷରେ ବାପା ଚାଲିଯିବା ପରେ ୪ ଝିଅ ସମାଜର ସବୁ ନୀତିନିୟମକୁ ଖାତିରି ନକରି ସମସ୍ତଙ୍କ ଆଗରେ ବାପାଙ୍କ ଶବକୁ ଘରୁ କିଛି ବାଟ କାନ୍ଧ ଦେଇ ନେଇଥିବା ଦେଖିବାକୁ ମିଳିଥିଲା। ଏଭଳି ଘଟଣାକୁ […]

ପରମ୍ପରା ବାଡ଼ ଭାଙ୍ଗି ବାପାଙ୍କ ଶବକୁ କାନ୍ଧ ଦେଲେ ୪ ଝିଅ

kuchinda

Advertisment

କୁଚିଣ୍ଡା (ଓଡ଼ିଶା ରିପୋର୍ଟର): ବାପାଙ୍କ ଶବକୁ କାନ୍ଧ ଦେଲେ ଝିଅ। ଭାଇ ନଥିଲେ ମଧ୍ୟ ନିଜେ ପୁଅ ପରି କଲେ ସବୁ କର୍ମ। ଏଭଳି ଏକ ନିଆରା ପରମ୍ପରା ଦେଖିବାକୁ ମିଳିଛି ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ କେନ୍ଦୁଡିହି ଗାଁରେ। ୯୧ ବର୍ଷରେ ବାପା ଚାଲିଯିବା ପରେ ୪ ଝିଅ ସମାଜର ସବୁ ନୀତିନିୟମକୁ ଖାତିରି ନକରି ସମସ୍ତଙ୍କ ଆଗରେ ବାପାଙ୍କ ଶବକୁ ଘରୁ କିଛି ବାଟ କାନ୍ଧ ଦେଇ ନେଇଥିବା ଦେଖିବାକୁ ମିଳିଥିଲା। ଏଭଳି ଘଟଣାକୁ ନେଇ ଏବେ ଚାରିଆଡେ ପ୍ରଶଂସାର ଛୁଅ ଛୁଟୁଛି।

Advertisment

ମଙ୍ଗଳବାର କେନ୍ଦୁଡ଼ିହି ଗ୍ରାମର ୯୧ ବର୍ଷ ବୟସ୍କ ଲକ୍ଷ୍ମଣ କିସାନଙ୍କ ଦେହାନ୍ତ ହୋଇଥିଲା। ହେଲେ ତାଙ୍କର କେହି ପୁତ୍ର ସନ୍ତାନ ନଥିବାରୁ ସମାଜର ସମସ୍ତ କଟକଣାକୁ ଖାତିର ନକରି ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ ନେଇଥିଲେ ୪ ଝିଅ।

ଘରୁ ବାପାଙ୍କ ପାର୍ଥିବ ଶରୀରକୁ କାନ୍ଧେଇ କିଛି ବାଟ ଯିବା ପରେ ଉପସ୍ଥିତ ବନ୍ଧୁ-ବାନ୍ଧବ କାନ୍ଧ ଦେଇ ଶ୍ମଶାନକୁ ନେଇଥିଲେ। ପରେ ସାନ ଝିଅର ପୁଅ ଲକ୍ଷ୍ମଣଙ୍କ ମୁଖାଗ୍ନି ଦେଇଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe