Advertisment

#Exclusive ଅରୁଣାଚଳର ଜଙ୍ଗଲରୁ ଘରକୁ ଫେରୁଛନ୍ତି ଗଜପତି ଜିଲ୍ଲାର ଦୟା ଭୂୟାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି ଓଡ଼ିଶା ରିପୋର୍ଟରର ‘ମିଶନ୍ ଜଗପତି’। ପ୍ରସାରିତ ଖବରର ପଡ଼ିଛି ପ୍ରଭାବ, ଆଉ ହଜିଥିବା ପରିଚୟକୁ ମିଳିଛି ନିଜର ଲୋକ। ଶହ ଶହ କିଲୋମିଟର ଦୂରରୁ ଆସିଛି ଆଶ୍ୱସ୍ତିକର ଖବର। ଅଶ୍ରୁପୂର୍ଣ୍ଣ ବିଦାୟ ଦେଇଛନ୍ତି ଦୟାଙ୍କ ଅସମୟର ସାଥୀ ରୁବୁ ଆମା। ଆପଣ ଦେଖୁଛନ୍ତି 40 ବର୍ଷ ଧରି ଅରୁଣାଚଳରେ ରହୁଥିବା ଓଡ଼ିଆ ଦୟା ଭୂୟାଁଙ୍କ ଘର ବାହୁଡ଼ା ଦୃଶ୍ୟ । ଅରୁଣାଚଳ ପ୍ରଦେଶର ଲୋୟର ସୁବନସିରି ଜଙ୍ଗଲରୁ ଗଜପତିର ଜଙ୍ଗଲିଆ […]

author-image
Subrat Kumar Nayak
#Exclusive ଅରୁଣାଚଳର ଜଙ୍ଗଲରୁ ଘରକୁ ଫେରୁଛନ୍ତି ଗଜପତି ଜିଲ୍ଲାର ଦୟା ଭୂୟାଁ

Daya-Bhuyan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି ଓଡ଼ିଶା ରିପୋର୍ଟରର ‘ମିଶନ୍ ଜଗପତି’। ପ୍ରସାରିତ ଖବରର ପଡ଼ିଛି ପ୍ରଭାବ, ଆଉ ହଜିଥିବା ପରିଚୟକୁ ମିଳିଛି ନିଜର ଲୋକ। ଶହ ଶହ କିଲୋମିଟର ଦୂରରୁ ଆସିଛି ଆଶ୍ୱସ୍ତିକର ଖବର। ଅଶ୍ରୁପୂର୍ଣ୍ଣ ବିଦାୟ ଦେଇଛନ୍ତି ଦୟାଙ୍କ ଅସମୟର ସାଥୀ ରୁବୁ ଆମା।

Advertisment

ଦେଖୁଛନ୍ତି 40 ବର୍ଷ ଧରି ଅରୁଣାଚଳରେ ରହୁଥିବା ଓଡ଼ିଆ ଦୟା ଭୂୟାଁଙ୍କ ଘର ବାହୁଡ଼ା ଦୃଶ୍ୟ । ଅରୁଣାଚଳ ପ୍ରଦେଶର ଲୋୟର ସୁବନସିରି ଜଙ୍ଗଲରୁ ଗଜପତିର ଜଙ୍ଗଲିଆ ଗାଁ ଅବାସିଂ ଫେରୁଛନ୍ତି ଜଗପତି ଓରଫ୍ ଦୟା। ବିଦାୟ ବେଳର ଲୁହ ଓ କୋହରେ ବେଶ୍ ଭାବପ୍ରବଣ ହୋଇପଡ଼ିଥିଲେ ଅସମୟରେ ଦୟାଙ୍କ ଦେଖାଶୁଣା କରିଥିବା ରୁବୁ ଆମା। ତାଙ୍କ ସହ ଥିଲେ ସେଠାକାର କିଛି ପ୍ରବାସୀ ଓଡ଼ିଆ ଏବଂ ଅରୁଣାଚଳର ସରକାରୀ ଅଧିକାରୀ। ଆଉ ଦୟାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ପହଞ୍ଚିଥିଲେ ଗଜପତି ଜିଲ୍ଲାର ସହାୟକ ଶ୍ରମ ଅଧିକାରୀ ଏବଂ ଦୟାଙ୍କ ପୁତୁରା ମୁକୁନ୍ଦ। ଏହି ଭେଟଘାଟ ପରେ ଓଡ଼ିଶା ରିପୋର୍ଟରର ଖବର ଅଭିଯାନକୁ ମିଳିଛି ଅବିଶ୍ୱସନୀୟ ସଫଳତା ଆଉ ଗୁମଟୋ ଚେକଗେଟରୁ ଆପଣ ଦେଖୁଛନ୍ତି ସେହି ମହାମିଳନର ଆବେଗଭରା ଦୃଶ୍ୟ।

ତଳେ ଦାଦା ଓ ପୁତୁରା କେହି କାହାରିକୁ ଚିହ୍ନି ନଥିଲେ। ଗ୍ରୀପ୍ କମ୍ପାନୀ ସହ ଅଶୀ ଦଶକରେ ଜଗପତି ଓଡ଼ିଶା ଛାଡ଼ିଥିଲେ। ଏହା ପରଠାରୁ ଓଡ଼ିଶା ରିପୋର୍ଟରର ଖବର ପ୍ରସାରଣ ପର୍ଯ୍ୟନ୍ତ ଘର ସହିତ ତାଙ୍କର କୌଣସି ଯୋଗାଯୋଗ ନଥିଲା। ଅରୁଣାଚଳରେ ଦୟା ଭୂୟାଁ ପାଇଥିଲେ ନୂଆ ପରିଚୟ, ପାଲଟିଯାଇଥିଲେ ଜଗପତି କାର୍ଜୀ। ତେବେ କାମ ଅଭାବରୁ ଜଙ୍ଗଲରେ ଦୁଃସ୍ଥ ଜୀବନ କାଟୁଥିବା ଜଗପତି ଓରଫ ଦୟାଙ୍କ ଜୀବନରେ ଆସିଥିଲେ ରୁବୁ ଆମା । ସେହି ରୁବୁ ଆମାଙ୍କ ପ୍ରତ୍ୟକ୍ଷ ପ୍ରୟାସରେ ଅରୁଣାଚଳ ଏବଂ ଓଡ଼ିଶା ମଧ୍ୟରେ ‘ଓଡ଼ିଶା ରିପୋର୍ଟର’ ସାଜିଥିଲା ସମ୍ପର୍କର ସେତୁବନ୍ଧ।

Advertisment

କମ୍ପାନୀ କାମ ବନ୍ଦ ହେବା ପରେ ଜଗପତି 2002 ମସହାରୁ ଜିରୋ ସହର ନିକଟବର୍ତ୍ତୀ ଏକ ଜଙ୍ଗଲରେ କାଠକାଟି ପେଟ ପୋଷୁଥିଲେ। ସେହି ସମୟରେ ଜଙ୍ଗଲ ଭିତରେ ତାଙ୍କୁ ଠାବ କରିଥିଲେ ଅରୁଣାଚଳର ବିଦ୍ୟାଳୟ ପରିଚାଳକ ରୁବୁ ଆମା। ବୟସର ତାଡ଼ନାରେ ଜଗପତି ଗତ ବର୍ଷରୁ ଆଉ କାମ କରିପାରୁନଥିଲେ।ରୁବୁ ଆମା ହିଁ ଜଙ୍ଗଲକୁ ଯାଇ ଜଗପତିଙ୍କୁ ରାସନ୍ ଦେଉଥିଲେ। ଏପରିକି ଗତ କିଛି ଦିନ ତଳେ ଅସୁସ୍ଥ ହୋଇପଡ଼ିଥିବା ଜଗପତି ଓରଫ୍ ଦୟାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ସହ ନିଜ ଘରେ ରଖି ଦାୟିତ୍ୱ ନେଇଥିଲେ ରୁବୁ।

ଏବିଭିପି ସଂଗଠନ ସମ୍ପାଦକ ଅଭିଳାଷ ପଣ୍ଡାଙ୍କ ଜରିଆରେ ରୁବୁ ଆମାଙ୍କ ସହିତ ଓଡ଼ିଶା ରିପୋର୍ଟରର ସମ୍ପର୍କ ସ୍ଥାପନ ହୋଇଥିଲା । ଜଗପତି ଜଙ୍ଗଲରେ ରହୁଥିବା ଏବଂ ବୟସର ଅପରାହ୍ଣରେ ରୁବୁ ତାଙ୍କ ସାଥୀ ପାଲଟିଥିବାର କାହାଣୀ ସହ ଏକ ଭିଡିଓ ଓଡ଼ିଶା ରିପୋର୍ଟର ହାତରେ ପଡ଼ିଥିଲା। ଜୁଲାଇ 30ରେ ଓଡ଼ିଶା ରିପୋର୍ଟର ଏନେଇ ସର୍ବପ୍ରଥମେ ଖବର ପ୍ରସାରଣ କରିବା ପରେ ଆରମ୍ଭ ହୋଇଥିଲା ମିଶନ ଜଗପତିର ଦ୍ବିତୀୟ ପର୍ଯ୍ୟାୟ । ଜଙ୍ଗଲିଆ ରାସ୍ତା ଦେଇ ଜଗପତି ଓରଫ୍ ଦୟାଙ୍କ ଗାଁ ଅବାସିଂରେ ପହଞ୍ଚିବା ପରେ ତାଙ୍କ ପରିବାର ଏବଂ ପରିଚୟ ବାବଦରେ ରହସ୍ୟ ଉନ୍ମୋଚନ କରିଥିଲେ ଆମ ପ୍ରତିନିଧି ଆଦର୍ଶ ଦାସ । ଏହାପରେ ପୂର୍ବତନ ଗଜପତି ଏସ୍ପି ସାରା ଶର୍ମା ଓ ବିଜେପି ନେତା ଭୃଗୁ ବକ୍ସିପାତ୍ର ଦୟାଙ୍କ ଫେରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ପରେ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିୱା ଦୟାଙ୍କ ଘରବାହୁଡ଼ା ପ୍ରକ୍ରିୟା। ପ୍ରଶାସନର ଏହି ପ୍ରକ୍ରିୟା ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ନିଶ୍ଚିତ ହୋଇଛି, ଅରୁଣାଚଳର ଜଙ୍ଗଲ ବଦଳରେ ନିଜ ଗାଁ ଅବା ସିଂ ହେବ ଦୟାଙ୍କ ନୂଆ ଠିକଣା ।