Daya-Bhuyan
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି ଓଡ଼ିଶା ରିପୋର୍ଟରର ‘ମିଶନ୍ ଜଗପତି’। ପ୍ରସାରିତ ଖବରର ପଡ଼ିଛି ପ୍ରଭାବ, ଆଉ ହଜିଥିବା ପରିଚୟକୁ ମିଳିଛି ନିଜର ଲୋକ। ଶହ ଶହ କିଲୋମିଟର ଦୂରରୁ ଆସିଛି ଆଶ୍ୱସ୍ତିକର ଖବର। ଅଶ୍ରୁପୂର୍ଣ୍ଣ ବିଦାୟ ଦେଇଛନ୍ତି ଦୟାଙ୍କ ଅସମୟର ସାଥୀ ରୁବୁ ଆମା।
କମ୍ପାନୀ କାମ ବନ୍ଦ ହେବା ପରେ ଜଗପତି 2002 ମସହାରୁ ଜିରୋ ସହର ନିକଟବର୍ତ୍ତୀ ଏକ ଜଙ୍ଗଲରେ କାଠକାଟି ପେଟ ପୋଷୁଥିଲେ। ସେହି ସମୟରେ ଜଙ୍ଗଲ ଭିତରେ ତାଙ୍କୁ ଠାବ କରିଥିଲେ ଅରୁଣାଚଳର ବିଦ୍ୟାଳୟ ପରିଚାଳକ ରୁବୁ ଆମା। ବୟସର ତାଡ଼ନାରେ ଜଗପତି ଗତ ବର୍ଷରୁ ଆଉ କାମ କରିପାରୁନଥିଲେ।ରୁବୁ ଆମା ହିଁ ଜଙ୍ଗଲକୁ ଯାଇ ଜଗପତିଙ୍କୁ ରାସନ୍ ଦେଉଥିଲେ। ଏପରିକି ଗତ କିଛି ଦିନ ତଳେ ଅସୁସ୍ଥ ହୋଇପଡ଼ିଥିବା ଜଗପତି ଓରଫ୍ ଦୟାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ସହ ନିଜ ଘରେ ରଖି ଦାୟିତ୍ୱ ନେଇଥିଲେ ରୁବୁ।
ଏବିଭିପି ସଂଗଠନ ସମ୍ପାଦକ ଅଭିଳାଷ ପଣ୍ଡାଙ୍କ ଜରିଆରେ ରୁବୁ ଆମାଙ୍କ ସହିତ ଓଡ଼ିଶା ରିପୋର୍ଟରର ସମ୍ପର୍କ ସ୍ଥାପନ ହୋଇଥିଲା । ଜଗପତି ଜଙ୍ଗଲରେ ରହୁଥିବା ଏବଂ ବୟସର ଅପରାହ୍ଣରେ ରୁବୁ ତାଙ୍କ ସାଥୀ ପାଲଟିଥିବାର କାହାଣୀ ସହ ଏକ ଭିଡିଓ ଓଡ଼ିଶା ରିପୋର୍ଟର ହାତରେ ପଡ଼ିଥିଲା। ଜୁଲାଇ 30ରେ ଓଡ଼ିଶା ରିପୋର୍ଟର ଏନେଇ ସର୍ବପ୍ରଥମେ ଖବର ପ୍ରସାରଣ କରିବା ପରେ ଆରମ୍ଭ ହୋଇଥିଲା ମିଶନ ଜଗପତିର ଦ୍ବିତୀୟ ପର୍ଯ୍ୟାୟ । ଜଙ୍ଗଲିଆ ରାସ୍ତା ଦେଇ ଜଗପତି ଓରଫ୍ ଦୟାଙ୍କ ଗାଁ ଅବାସିଂରେ ପହଞ୍ଚିବା ପରେ ତାଙ୍କ ପରିବାର ଏବଂ ପରିଚୟ ବାବଦରେ ରହସ୍ୟ ଉନ୍ମୋଚନ କରିଥିଲେ ଆମ ପ୍ରତିନିଧି ଆଦର୍ଶ ଦାସ । ଏହାପରେ ପୂର୍ବତନ ଗଜପତି ଏସ୍ପି ସାରା ଶର୍ମା ଓ ବିଜେପି ନେତା ଭୃଗୁ ବକ୍ସିପାତ୍ର ଦୟାଙ୍କ ଫେରିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ପରେ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିୱା ଦୟାଙ୍କ ଘରବାହୁଡ଼ା ପ୍ରକ୍ରିୟା। ପ୍ରଶାସନର ଏହି ପ୍ରକ୍ରିୟା ଏବେ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ନିଶ୍ଚିତ ହୋଇଛି, ଅରୁଣାଚଳର ଜଙ୍ଗଲ ବଦଳରେ ନିଜ ଗାଁ ଅବା ସିଂ ହେବ ଦୟାଙ୍କ ନୂଆ ଠିକଣା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/Daya-Bhuyan.jpg)