Advertisment

ଘର ଭିତରୁ ମା, ୬ ବର୍ଷ ଝିଅର ମୃତଦେହ ଉଦ୍ଧାର

ଖୋର୍ଦ୍ଧା(ବଳରାମ ଲେଙ୍କା): ଘର ଭିତରୁ ମିଳିଲା ମାଆ ଓ ୬ ବର୍ଷ ଶିଶୁ କନ୍ୟାର ମୃତଦେହ। ମାଆ-ଝିଅଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଶାଶୂ ଘର ଲୋକ ଆତ୍ମହତ୍ୟା ବୋଲି କହୁଥିବା ବେଳେ ତଣ୍ଟିଚିପି ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଖୋର୍ଦ୍ଧା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୂରା ଘଟଣା ଏମିତି। ୨୦୧୨ ମସିହାରେ ପୁରୀ ଜିଲ୍ଲା […]

ଅଦ୍ୟତନ ହୋଇଛି
ଘର ଭିତରୁ ମା, ୬ ବର୍ଷ ଝିଅର ମୃତଦେହ ଉଦ୍ଧାର

Khordha

Advertisment

ଖୋର୍ଦ୍ଧା(ବଳରାମ ଲେଙ୍କା): ଘର ଭିତରୁ ମିଳିଲା ମାଆ ଓ ୬ ବର୍ଷ ଶିଶୁ କନ୍ୟାର ମୃତଦେହ। ମାଆ-ଝିଅଙ୍କ ମୃତ୍ୟୁର କାରଣ ଜଣାପଡ଼ିନଥିବା ବେଳେ ଶାଶୂ ଘର ଲୋକ ଆତ୍ମହତ୍ୟା ବୋଲି କହୁଥିବା ବେଳେ ତଣ୍ଟିଚିପି ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଖୋର୍ଦ୍ଧା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପରେ ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ପୂରା ଘଟଣା ଏମିତି। ୨୦୧୨ ମସିହାରେ ପୁରୀ ଜିଲ୍ଲା ସୁବଳ ଗାଁର ରାଜଶ୍ରୀ ପଣ୍ଡା ଖୋର୍ଦ୍ଧାପାଟପୁର ଗ୍ରାମର ଶିବପ୍ରସାଦ ପତିଙ୍କୁ ବିବାହ କରିଥିଲେ। ଉଭୟଙ୍କ ପ୍ରେମ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ସ୍ୱାମୀ ଶିବଙ୍କ ଚରିତ୍ରକୁ ରାଜଶ୍ରୀ ସନ୍ଦେହ କରୁଥିବା ଅଭିଯୋଗ ହେଉଥିଲା। ଯେଉଁଥିପାଇଁ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗୁଥିଲା। ସୋମବାର ରାତିରେ ମଧ୍ୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

ଆଜି ସକାରେ ରାଜଶ୍ରୀ ବାପଘର ଲୋକଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ। ତେବେ ପୂର୍ବାହ୍ନ ୧୧ଟା ବେଳେ ଶାଶୂ ଘରୁ ରାଜଶ୍ରୀଙ୍କ ବାପ ଘରକୁ ଏକ ଫୋନ୍‌ ଯାଇଥିଲା। ଯେଉଁଥିରେ ଫୋନ୍‌ କରିଥିବା ବ୍ୟକ୍ତି କହିଥିଲେ, ରାଜଶ୍ରୀ ଓ ତାଙ୍କ ୬ ବର୍ଷର ଝିଅ ସୁଶ୍ରୀ ବିଷ ପିଇଦେଇଛନ୍ତି। ଯାହାକୁ ରାଜଶ୍ରୀଙ୍କ ପରିବାର ଲୋକେ ବିଶ୍ୱାସ କରିପାରିନଥିଲେ। ସଙ୍ଗେ ସଙ୍ଗେ ଖୋର୍ଦ୍ଧା ଚାଲି ଆସିଥିଲେ। ମେଡ଼ିକାଲ୍‌ରେ ରାଜଶ୍ରୀ ଓ ନାତୁଣୀର ମୃତଦେହ ପଡ଼ିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାତ୍ର ମେଡିକାଲ୍‌ରେ ଜ୍ୱାଇଁ ଶିବ ନଥିଲେ ବୋଲି ତାଙ୍କ ଶାଶୂ ଅଭିଯୋଗ କରିଛନ୍ତି। ଏଥିରୁ ଜଣାପଡ଼ୁଛି ଝିଅ ଓ ନାତୁଣୀର ତଣ୍ଟି ଚିପି ଜ୍ୱାଇଁ ହତ୍ୟା କରିଛନ୍ତି।

Advertisment

ଏନେଇ ରାଜଶ୍ରୀଙ୍କ ବାପା ଖୋର୍ଦ୍ଧା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ରାଜଶ୍ରୀଙ୍କ ସ୍ୱାମୀ ଶିବ ଫେରାର ଅଛନ୍ତି।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe